www.samajalive.in
Thursday, December 11, 2025
23.1 C
Bhubaneswar

ଅନୁକୂଳ ହେଲା ରଥକାଠ, ରଥଯାତ୍ରା ହେବା ନ ହେବା ନେଇ ସନ୍ଦେହ 

ଗୁଣୁପୁର : ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଗୁଣୁପୁରଠାରେ ତହସିଲଦାରଙ୍କ ତତ୍ୱାବଧାନରେ ରଥକାଠ ଶୁଭ ଅନୁକୂଳ ହୋଇଛି । ଆଜିଠାରୁ ଶ୍ରୀଜୀଉଙ୍କ ରଥ ନିର୍ମାଣ କାର୍ୟ୍ୟ ଆରମ୍ଭ ହେବା ବିଧି ରହିଛି । ଏଠାରେ ସ୍ଥାୟୀ ରଥ ନିର୍ମାଣ ହେଉଥିବା ବେଳେ, ବିଧିବିଧାନ ଅନୁଯାୟୀ ଅନୁକୂଳ କାର୍ୟ୍ୟ ସମ୍ପାଦନ କରାଯାଇଥିଲା । ତେବେ ପୂର୍ବ ବର୍ଷ ଭଳି ଏଥର ବି ରଥଯାତ୍ରାରେ ରଥ ଗଡିବ କି ନାହିଁ ସନ୍ଦେହ ସୃଷ୍ଟି କରିଛି । କାରଣ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ କରୋନା ମହାମାରୀ ଆହୁରି ବଢିଚାଲିଥିବା ଦେଖାଯାଇଛି । ଏଠାରେ ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଏବେ ବି ଚିନ୍ତାଜନକ । ତେବେ ଏନେଇ ପ୍ରଶାସନ ତରଫରୁ କୌଣସି ପ୍ରକାର ନିଷ୍ପତ୍ତି ହୋଇନାହିଁ । ସେହି ଜଗତର ନାଥ ଜଗନ୍ନାଥଙ୍କ ଇଚ୍ଛା ହେଲେ ରଥ ଯାତ୍ରା ହେବ ବୋଲି ଶ୍ରଦ୍ଧାଳୁମାନେ ଆଶାବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷରେ ଗୁଣୁପୁର ବାବୁଲି ନଗର ଅଞ୍ଚଳରେ ରହୁଥିବା ଭକ୍ତ ତଥା ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ତାଙ୍କ କୁନି ରଥ ନିର୍ମାଣ ପାଇଁ ଆଜି ନିଜଘରେ ରଥକାଠ ଅନୁକୂଳ କରିଛନ୍ତି ।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories