www.samajalive.in
Sunday, December 7, 2025
26.1 C
Bhubaneswar

ବୁଢିପଦରଠାରେ ଧରଣୀଦେବୀଙ୍କ ନବକଳେବର ନୀତି ସମ୍ପନ୍ନ

ନର୍ଲା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢିପଦରଠାରେ ଧରଣୀଦେବୀଙ୍କ ନବକଳେବର ବିଧି ପାରମ୍ପରିକ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଯାଇଛି। ୩ ଦିନ ଧରି ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ସମ୍ପାଦିତ ହୋଇଥିଲା।

ପୂର୍ବ ଯୋଗଲଗ୍ନ ଅନୁସାରେ ପ୍ରଥମ ଦିନରେ ଗ୍ରାମର ଧନେ ମାଝୀ, ଛବିର ମାଝୀ, ଭଗବାନ ମାଝୀ, ନନ୍ଦ ମାଝୀ ଓ ଲକ୍ଷ୍ମଣ ମାଝୀ ନାଙ୍ଗୁଲଗୁଡା ଡଙ୍ଗରରୁ ଗାତା ଖୁଟା ଆଣି ଚାରୋଟି ସ୍ତମ୍ଭ ନିର୍ମାଣ କରିଥିଲେ। ଦ୍ବିତୀୟ ଦିବସରେ ଧଙ୍ଗଡାମାଝୀ ପରିବାରରୁ ଯୋଗ ପାଣି ଆଣିବା ସହ ଗ୍ରାମର ମୁଖ୍ୟ ପ୍ରଜା ପ୍ରଦୀପ କୁମାର ଧଙ୍ଗଡାମାଝୀଙ୍କ ସମେତ ବିଜୟ ଧଙ୍ଗଡା ମାଝୀ ଓ ତାଙ୍କ ଧର୍ମପତ୍ନୀ  ଚନ୍ଦ୍ରମାଁ ଧଙ୍ଗଡାମାଝୀଙ୍କୁ ବାଦ୍ୟନାଦ ସହ ପାଛୋଟି ଅଣାଯାଇଥିଲା। ଏହାପରେ ଗାଁର ଗୈାନ୍ତିଆ କୁବେର ମାଝୀଙ୍କୁ ପଗଡ଼ି ବନ୍ଧାଯାଇ ଘରୁ ବରଣ କରାଯାଇଥିଲା। ସେହିପରି ଗାଁର ଗଣା ଭାବେ ଡୁମେର ହରିଜନଙ୍କୁ ମାନ୍ୟତା ପ୍ରଦାନ କରାଯାଇ ପାଛୋଟି ଅଣାଯାଇଥିଲା। ଏହି ଦିନ ଧରଣୀଦେବୀଙ୍କ ଆସ୍ଥାନକୁ ମାର୍ଜନା କରାଯାଇଥିଲା। ସାରା ରାତି ଲାଞ୍ଜିଗଡ ବ୍ଲକ କମର୍ଦ୍ଧାର ଜାନୀ ଗୁରୁସିଂ ମାଝୀ ଓ କୋରାପୁଟ ଜିଲ୍ଲା ଗାଙ୍ଗେର ଗାଁର ଜାନୀ ଗୁଡୁ ମାଝୀ ଯୋଗଦେଇ ବାରଭାଇ ଭୀମାଙ୍କୁ ଗାଭା ମାଧ୍ୟମରେ ଆବାହନ କରି ସମସ୍ତି ବିଧି ସଂପନ୍ନ କରିଥିଲେ।

- Advertisement -

ତୃତୀୟ ଦିବସରେ ଧରଣିଖୁଣ୍ଟ ସହ ଯୋଗ ଖୁଣ୍ଟ, କଲାପାର ଓ ଭୀମା ଆଦି ୪ଟି ଖୁଣ୍ଟ ସ୍ଥାପିତ ହୋଇଥିଲା। ଏହାସହ କୁଞ୍ଜିଆ ଭୀମା, କଲାପାର, ଡଙ୍ଗର, ରପାଙ୍ଗ, ପାଦଧୁଏନ, ଗବଡା ଓ ବାମନେନ ବୁଢି, ଗଣାବୁଢା ଆଦି ଗ୍ରାମ ଦେବାବେବୀଙ୍କ ଠାରେ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ଗ୍ରାମବାସୀଙ୍କୁ ବିହନ ପ୍ରଦାନ କରାଯାଇଥିଲା। ଯାହାକୁ ବିହନ ଛିନା ବୋଲି କୁହାଯାଏ। ଗ୍ରାମବାସୀ ଧରଣୀପୀଠରେ ପ୍ରଦତ୍ତ ବିହନକୁ ନେଇ ପିଦରରେ ରଖିଥିଲେ। ଅକ୍ଷୟ ତୃତୀୟା ଦିନ ଏହି ବିହନକୁ ନେଇ ଚାଷୀ କୃଷି କ୍ଷେତ୍ରରେ ଅଖି ଅନୁକୁଳ କରିଥାଏ। ଆଦିମ ସମାଜର ଏହି ନବକଳେବର ରୀତି ପ୍ରାଚୀନ କୃଷିଜୀବୀ ସମାଜଦ୍ବାରା ଆଦୃତ ହୋଇ ବର୍ତ୍ତମାନ ସୁଦ୍ଧା ଏକ ମହାନ ପରମ୍ପରା ଭାବେ ଅନୁସୃତ ହୋଇଆସୁଛି। ବୁଢିପଦର ଧରଣୀପୀଠରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories