www.samajalive.in
Saturday, December 6, 2025
23.1 C
Bhubaneswar

ମୁଁ ବି ଏକଦା ସାମ୍ବାଦିକ ଥିଲି: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହୋଇ ଜଣେ ସର୍ବୋଚ୍ଚ ନ୍ୟାୟାଳୟ ବିଚାରପତିଙ୍କ ସହିତ ୩ ଉଚ୍ଚ ନ୍ୟାୟାଳୟ ବିଚାରପତି ଓ ୩୪ ନ୍ୟାୟିକ ଅଧିକାରୀଙ୍କର ମୃତ୍ୟୁ ହେଲାଣି। ଏତଦ୍‌ବ୍ୟତୀତ ବିଭିନ୍ନ ଉଚ୍ଚ ନ୍ୟାୟାଳୟର ୧୦୬ ବିଚାରପତିଙ୍କ ସହ ୨୭୬୮ ନ୍ୟାୟିକ ଅଧିକାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଆଉ କିଛି ନ୍ୟାୟାଳୟରୁ ଖବର ପହଞ୍ଚି ନ ଥିବାରୁ ଏହି ସଂଖ୍ୟା ଅଧିକ ହୋଇପାରେ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଏନ୍‌.ଭି ରମଣା। ଏଥିସହିତ ସର୍ବୋଚ୍ଚ ନ୍ୟାୟାଳର ୬ ରେଜିଷ୍ଟ୍ରାର ଓ ୧୦ଜଣ ଅତିରିକ୍ତ ରେଜିଷ୍ଟ୍ରାରଙ୍କ ସମେତ ୮୦୦ରୁ ଅଧିକ ରେଜିଷ୍ଟ୍ରି କର୍ମଚାରୀ ଆକ୍ରାନ୍ତ ହୋଇଥିବା ପ୍ରଧାନ ବିଚାରପତି କହିଛନ୍ତି।

ଗୁରୁବାର ଅଦାଲତର ଆଭାସି ଶୁଣାଣି ସମୟରେ ସାମ୍ବାଦିକଙ୍କ ଯୋଗଦାନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାର ପ୍ରଚଳନ ପରିପ୍ରେକ୍ଷୀରେ ପ୍ରଧାନ ବିଚାରପତି ଏହି ସୂଚନା ପ୍ରଦାନ କରିବା ସହ ଭିଡିଓ ମାଧ୍ୟମରେ ମାମଲାର ଶୁଣାଣି କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ଅଦାଲତ କାର୍ଯ୍ୟ ବା ମାମଲା ଶୁଣାଣିର ସିଧାପ୍ରସାରଣ ବ୍ୟବସ୍ଥା କରିବାକୁ ସେ ପ୍ରୟାସ ଚଳାଇଥିବା କହିଛନ୍ତି।

- Advertisement -

ଏହାଦ୍ବାରା ଗଣମାଧ୍ୟମ ପ୍ରତିନିଧିମାନେ ଆଉ ଆଇନଜୀବୀଙ୍କ ଉପରେ ନିର୍ଭର କରିବେ ନାହିଁ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଏହି ଅବସରରେ ସେ ନିଜେ ଏକଦା ସାମ୍ବାଦିକ ଥିଲେ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ନିଜର ଦୁର୍ବଳତା ଥିବା ପ୍ରଧାନ ବିଚାରପତି କହିଛନ୍ତି। ‘ଆମ ସମୟରେ ବର୍ତ୍ତମାନର ସାମ୍ବାଦିକଙ୍କ ଭଳି କାର୍‌ କିମ୍ବା ମୋଟର ସାଇକଲ ନ ଥିଲା। ଆମକୁ ଯାତ୍ରା ଖର୍ଚ୍ଚ ମିଳୁ ନ ଥିବାରୁ ଆମେ ଖବର ସଂଗ୍ରହ ପାଇଁ ବସ୍‌ରେ ଯାତାୟାତ କରୁଥିଲୁ। ବର୍ତ୍ତମାନ ସେମାନଙ୍କ ପାଇଁ ସୁଯୋଗ ଓ ପରିସର ବଦଳିଗଲାଣି। ବୈଷୟିକ ଜ୍ଞାନକୌଶଳ ଉପଯୋଗ କରି ବହୁ ଖବର ସଂଗ୍ରହ କରାଯାଇପାରୁଛି’ ବୋଲି ସେ ଗଣମାଧ୍ୟମ ପ୍ରତିନିଧିଙ୍କ ଉଦ୍ଦେଶ୍ୟରେ କହିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories