www.samajalive.in
Saturday, December 6, 2025
26.1 C
Bhubaneswar

କଏଦୀଙ୍କ ଚିକିତ୍ସା ପାଇଁ ଅନୁମତି ମାଗିଲେ ‘ଆତଙ୍କବାଦୀ ଡାକ୍ତର’

ନୂଆଦିଲ୍ଲୀ: କରୋନା ସଂକ୍ରମିତଙ୍କ ଚିକିତ୍ସାରେ ନିଜ ପୋସାଦାର ଜ୍ଞାନ ଓ ଅଭିଜ୍ଞତାର ଉପଯୋଗ ପାଇଁ ସୁଯୋଗ ଦେବାକୁ ଅଦାଲତର ଦ୍ବାରସ୍ଥ ହୋଇଛନ୍ତି ତିହାର କେନ୍ଦ୍ରୀୟ କାରାଗାରରେ ଥିବା ଡାକ୍ତର ସାବିଲ ଅହମଦ। ଆତଙ୍କବାଦୀ ସଂଗଠନ ଅଲ୍‌-କାଏଦା ସହିତ ସମ୍ପୃକ୍ତି ଅଭିଯୋଗରେ ଚଳିତ ବର୍ଷ ଫେବୃଆରୀ ୨୨ରେ ଦିଲ୍ଲୀ ପୁଲିସ ଦ୍ବାରା ଗିରଫ ହୋଇଥିବା ସାବିଲ ନିଜ ଓକିଲ ଏମ୍‌.ଏସ୍‌ ଖାଁଙ୍କ ମାଧ୍ୟମରେ ଦିଲ୍ଲୀ ସ୍ବତନ୍ତ୍ର ଅଦାଲତର ବିଚାରପତି ଧର୍ମେନ୍ଦ୍ର ରାଣାଙ୍କ ଇଜଲାସ୍‌ରେ ଉପରୋକ୍ତ ମର୍ମରେ ଆବେଦନ କରିଛନ୍ତି। ତିହାର କାରାଗାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପରିପ୍ରେକ୍ଷୀରେ ସେ କଏଦୀମାନଙ୍କ ଚିକିତ୍ସା କରିବାକୁ ଇଚ୍ଛୁକ ବୋଲି ସାବିଲ ଆବେଦନରେ ଦର୍ଶାଇଛନ୍ତି। ଆସନ୍ତା ୧୫ରେ ଏହାର ଶୁଣାଣି ଧାର୍ଯ୍ୟ ହୋଇଛି। ଏଥିସହିତ ସେ କାରାଗାର ଅଧୀକ୍ଷକଙ୍କର ଅନୁମତି ମଧ୍ୟ ମାଗିଛନ୍ତି।

ବ୍ରିଟେନ୍‌ର ଗ୍ଲାସ୍‌କୋ ବିମାନବନ୍ଦର ପରିସରରେ ୨୦୦୭ରେ ଘଟିଥିବା ଆତ୍ମଘାତୀ ବିସ୍ଫୋରଣରେ ସମ୍ପୃକ୍ତ ଥିବା ଏବଂ ଭାରତରେ ଅଲ୍‌-କାଏଦା ଆତଙ୍କବାଦୀଙ୍କୁ ଆର୍ଥିକ ତଥା ଅନ୍ୟାନ୍ୟ ସହାୟତା ଯୋଗାଇ ଦେଉଥିବା ଅଭିଯୋଗରେ ସାଉଦି ଆରବରୁ ଭାରତକୁ ଅଣାଯିବା ପରେ ସାବିଲଙ୍କୁ ଗିରଫ କରାଯାଇଥିଲା। ପ୍ରଥମେ ତାଙ୍କୁ ୨୦୨୦ ଅଗଷ୍ଟ ୨୦ରେ ବେଙ୍ଗାଲୁରୁଠାରେ ଗିରଫ କରାଯାଇଥିଲା। ପରେ ଫେବୃଆରୀ ୨୨ରେ ତାଙ୍କୁ ଦିଲ୍ଲୀ ପୁଲିସ ନିଜ ଅଧୀନକୁ ଆଣିବା ସହ ଏହାର ଏକ ସ୍ବତନ୍ତ୍ର ଦଳ ତାଙ୍କ ବିରୋଧୀ ଅଭିଯୋଗର ତଦନ୍ତ କରୁଛି। ସାବିଲ ଜଣେ ଏମ୍‌ବିବିଏସ୍‌ ଡାକ୍ତର। ଚିକିତ୍ସା କ୍ଷେତ୍ରରେ ତାଙ୍କର ୭ ବର୍ଷର ଅଭିଜ୍ଞତା ରହିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories