www.samajalive.in
Friday, December 5, 2025
26.1 C
Bhubaneswar

କରୋନା ଯୁଦ୍ଧରେ ଲଢୁଆ ଦମ୍ପତି, ଡାକ୍ତରଖାନାରୁ ଫୋନରେ ଗର୍ଭବତୀ ପତ୍ନୀଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝୁଛନ୍ତି ସ୍ବାମୀ

ନବରଙ୍ଗପୁର: ଅଦୃଶ୍ୟ ଭୂତାଣୁ ଭୟରେ ପୁରା ବିଶ୍ୱ ଭୀତତ୍ରସ୍ତ। ସମସ୍ତେ ନିଜର ଆଉ ନିଜ ପରିବାରକୁ ନେଇ ଚିନ୍ତିତ ଥିବା ବେଳେ ଏକ ଦମ୍ପତିଙ୍କ ସେବାକୁ ନେଇ ସବୁଠି ଚର୍ଚ୍ଚା। ସମ୍ପର୍କକୁ ପଛରେ ପକାଇ କରୋନା ଯୁଦ୍ଧରେ ଲଢୁଆ ସୈନିକ ସାଜିଛନ୍ତି ଏହି ଦମ୍ପତି। ଯିଏକି ଭୁତାଣୁକୁ ଭୟ ନକରି ନିଜ ଦାୟିତ୍ବକୁ ସୁଚାରୁ ରୁପେ ତୁଲେଇ ଆଜି ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି। ମହାମାରୀ ସମୟରେ କର୍ତ୍ତବ୍ୟକୁ ପ୍ରାଥମିକତା ଦେଇ ଲୋକଙ୍କ ସେବାରେ ନିୟୋଜିତ ଦମ୍ପତି ହେଲେ ନବରଙ୍ଗ ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଅଶୋକ ଦୀପ ଓ ଷ୍ଟାଫ ନର୍ସ ପତ୍ନୀ ଶ୍ରଦ୍ଧା ମହାନନ୍ଦ।

ଏମାନଙ୍କ ନିଜ ଘର ପଡୋଶୀ କଳାହାଣ୍ଡି ଜିଲାରେ। ୨୦୧୩ ମସିହାରେ ଅଶୋକ ଏବଂ ଶ୍ରଦ୍ଧା ନବରଙ୍ଗପୁର ଜିଲା ସ୍ବାସ୍ଥ୍ୟ ବିଭାଗରେ ଯୋଗ ଦେଇଥିଲେ। ଉଭୟେ ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ। ସ୍ୱାମୀ- ସ୍ତ୍ରୀ ବ୍ୟତୀତ ପରିବାରରେ ଆଉ କେହି ନାହାନ୍ତି। ଦୁହେଁ ଦୁହିଁଙ୍କ ଯତ୍ନ ନେଇ ନିଜ ନିଜ କର୍ମ କରି ଚାଲିଛନ୍ତି। ବିବାହର ୫ବର୍ଷ ପରେ ଗର୍ଭବତୀ ହୋଇଛନ୍ତି ଶ୍ରଦ୍ଧା । ଘରେ ରହି ନିଜର ଏବଂ ଗର୍ଭସ୍ଥ ଛୁଆର ଯତ୍ନ ନେବା ପାଇଁ ଡାକ୍ତର ଓ ସହକର୍ମୀମାନେ ପରାମର୍ଶ ଦେଇଥିଲେ। ହେଲେ ଶ୍ରଦ୍ଧା ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ନବଜନ୍ମିତ ଶିଶୁ ଗୃହ (ଏସଏନସିୟୁ) ୱାର୍ଡରେ କାର୍ଯ୍ୟରତ ଥିବାବେଳେ ନିଜ ଗର୍ଭସ୍ଥ ଛୁଆ ଅପେକ୍ଷା ସେଠାରେ ଭର୍ତ୍ତି ହୋଇଥିବା ନବଜନ୍ମିତ ଶିଶୁଙ୍କ ଯତ୍ନକୁ ଗୁରୁତ୍ବ ଦେଇଛନ୍ତି। କରୋନା କାଳରେ ଗର୍ଭବତୀ ସତ୍ତ୍ବେ ସେ ଛୁଟି ନନେଇ ପ୍ରତିଦିନ ନିଜ କର୍ମକ୍ଷେତ୍ରକୁ ଯାଇ ସେବା ଯୋଗାଇ ଆସୁଛନ୍ତି।

- Advertisement -

ଏପଟେ ସ୍ୱାମୀ ଅଶୋକ ମଧ୍ୟ ଯେଉଁ ସମୟରେ ନିଜ ସ୍ତ୍ରୀଙ୍କ ଯତ୍ନ ନେବା କଥା ସେହି ସମୟରେ ପରିବାର କଥା ଭୁଲି ନବରଙ୍ଗପୁର କୋଭିଡ ଡାକ୍ତରଖାନାରେ କରୋନା ଆକ୍ରାନ୍ତଙ୍କ ସେବା କରିବାରେ ବ୍ୟସ୍ତ ଅଛନ୍ତି। କଥା ଏତିକିରେ ସରିନି, ସ୍ବାମୀ-ସ୍ତ୍ରୀ ସହରର ଦୁଇଟି ଡାକ୍ତରଖାନାରେ କାମ କରୁଥିବାରୁ କିଛିଦିନ ହେଲା କିଏ କାହାର ମୁହଁ ଦେଖି ନାହାନ୍ତି। ଦୀର୍ଘଦିନ ହେଲା ଅଶୋକ ଥରୁଟିଏ ବି ଘରକୁ ମଧ୍ୟ ଯାଇ ନାହାନ୍ତି । ସେହି ଡାକ୍ତରଖାନା ଭିତରୁ ହିଁ ଫୋନରେ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବଂ ଭଲମନ୍ଦ ବୁଝୁଛନ୍ତି। ଏହି ନିଆରା ଦମ୍ପତିଙ୍କ ପାଇଁ ମାନବ ସେବା ହିଁ ମାଧବ ସେବା। ମହାମାରୀ ସମୟରେ ନିଜ ଦାୟିତ୍ୱ ସୂଚାରୁ ରୁପେ ପାଳନ କରି ଚାଲିଥିବା ଏହି ଦମ୍ପତିଙ୍କୁ ଧନ୍ୟବାଦ ଜଣେଇଛନ୍ତି ଜିଲା ମୁଖ୍ୟଚିକିତ୍ସାଧିକାରୀ ଡ଼ଃ ଶୋଭାରାଣୀ ମିଶ୍ର।

Hot this week

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

Related Articles

Popular Categories