www.samajalive.in
Friday, December 5, 2025
23.1 C
Bhubaneswar

ଅଷ୍ଟ୍ରେଲିଆ ଉପରେ ଆକ୍ରମଣ ଧମକ: ଚୀନ ସରକାରୀ ଗଣମାଧ୍ୟମ ଦେଲା ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ ଧମକ

ବେଜିଂ: ତାଇୱାନ ପ୍ରସଙ୍ଗ ଉପରେ ଅଷ୍ଟ୍ରେଲିଆ ଉପରେ ଚୀନ ଆକ୍ରମଣ କରିବ। ଅଷ୍ଟ୍ରେଲିଆ ଯଦି ତାଇୱାନ ପ୍ରସଙ୍ଗକୁ ନେଇ ସମ୍ଭାବ୍ୟ ସାମରିକ ବିବାଦରେ ସଂପୃକ୍ତ ହୁଏ ତେବେ ତାହା ଉପରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରାଯିବ। ଏଭଳି ଧମକ ଦେଇଛି ଚୀନର ସରକାରୀ ଗଣମାଧ୍ୟମ। ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସରେ ଗତ ସପ୍ତାହରେ ମୁ୍‍ଖ୍ୟ ସଂପାଦକ ହୁ ଜିଜିନ୍‍ଙ୍କ ଦ୍ୱାରା ପ୍ରକାଶିତ ସଂପାକଦୀୟରେ କୁହାଯାଇଛି, ଅଷ୍ଟ୍ରେଲିଆର ଅତିମାତ୍ରାରେ ବଳପ୍ରୟୋଗକୁ ପ୍ରତିହତ କରାଯିବା ଯୋଜନା ଚୀନ କରିବାର ଆବଶ୍ୟକତା ରହିଛି। ଏଥିରେ ହୁ କହିଛନ୍ତି, ଅଷ୍ଟେଲିଆ ଯଦି ତାଇୱାନ ପ୍ରସଙ୍ଗକୁ ନେଇ ସାମରିକ ବିବାଦରେ ଲିପ୍ତ ରହେ ତେବେ ଚୀନ ତାହା ଉପରେ ଦୀର୍ଘଗାମୀ କ୍ଷେପଣାସ୍ତ୍ର ସାହାଯ୍ୟରେ ଆକ୍ରମଣକରିବା ଉଚିତ। ଏପରିକି ସେ କହିଛନ୍ତି, ଅଷ୍ଟ୍ରେଲିଆର ସାମରିକ ସ୍ଥଳ ଏବଂ ଅନ୍ୟ ଅଷ୍ଟେଲିଆ ମାଟିରେ ଥିବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥଳଗୁଡିକ ଉପରେ ଆକ୍ରମଣ କରାଯିବା ଆବଶ୍ୟକ। ହୁ କହିଛନ୍ତି ଚୀନ ଶାନ୍ତି ଚାହେଁ, ତାହା ସତ୍ତେ୍ୱ ଅଷ୍ଟ୍ରେଲିଆ ପାଇଁ ବିପର୍ଯ୍ୟୟ ସୃଷ୍ଟି କରିବା ଧମକ ମଧ୍ୟ ଦେଉଛି।
ଅଷ୍ଟ୍ରେଲିଆର ଗୃହ ସଚିବ ମାଇକ ପେଜୁଲୋ ‘ଯୁଦ୍ଧର ଦୁନ୍ଦୁଭି ବାଜିଛି’ ବୋଲି କହିବା ପରେ ଚୀନ ପକ୍ଷରୁ ଏଭଳି ଚେତାବନୀ ଦିଆଯାଇଛି। ପେଜୁଲୋ ଦେଶର ସୈନ୍ୟବାହିନୀକୁ ବାର୍ତ୍ତାଦେଇ ନିର୍ଦ୍ଦିଷ୍ଟ ଭାବେ ଚୀନର ନାମ ଉଲ୍ଲେଖ କରିନଥିଲେ ମଧ୍ୟ କହିଥିଲେ ଯେ ରଣ ଦୁନ୍ଦୁଭି ବାଜିଛି। କେତେବେଳେ କ୍ଷୀଣ ଭାବରେ ଏଦଂ ଦୂରାନ୍ତରୁ ଏବଂ ଅନ୍ୟ କେତେବେଳେ ଜୋର୍‍ରେର ଏବଂ ଅତି ନିକଟରୁ ବାଜିଛି। ଗତମାସରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ପିଟର ଡଟ୍ଟନ୍‍ ଅଷ୍ଟ୍ରେଲିଆ ଏବଂ ଚୀନ ମଧ୍ୟରେ ତାଇୱାନକୁ ନେଇ ସମ୍ଭାବ୍ୟ ବଡଧରଣର ବିବାଦକୁ ଅଣଦେଖା କରାଯିବା ଉଚିତ ନୁହେଁ ବୋଲି ସତର୍କ କରାଇ ଦେଇଥିଲେ। ତାଇୱାନ ଉପରେ ବେଜିଂ ପୂର୍ଣ୍ଣ ଆଧିପତ୍ୟ ଜାହିର କରୁଛି। ୨୪ ନିୟୁତ ଜନସଂଖ୍ୟା ବିଶିଷ୍ଟ ତାଇୱାନ ଚୀନର ଦକ୍ଷିଣ-ପୂର୍ବ ତଟରେ ଅବସ୍ଥିତ। ଅବଶ୍ୟ ସାତ ଦଶନ୍ଧିରୁ ଅଧିକ ସମୟ ଧରି ଦୁଇ ପଟ ପୃଥକ ଭାବରେ ଶାସିତ ହୋଇଆସୁଛି। ଚୀନର ମାତ୍ରାଧିକ ବଳପ୍ରୟୋଗକୁ ପ୍ରତିହତ କରିବାକୁ ତାଇପେ, ଆମେରିକା ଭଳି ଗଣତାନ୍ତ୍ରିକ ରାଷ୍ଟ୍ରଗୁଡିକ ସହିତ ସାମରିକ ସଂପର୍କ ବୃଦ୍ଧି କରିବାରେ ଲାଗିଛି, ଯାହାକୁ ବେଜିଂ ବରାବର ବିରୋଧ କରିଆସୁଛି। ଚୀନ ଧମକ ଦେଇ କହିଛି ଯେ ତାଇୱାନର ସ୍ୱାଧୀନତା ଅର୍ଥ ହେଉଛି ଯୁଦ୍ଧ। ଅଷ୍ଟ୍ରେଲିଆ ଏବଂ ଚୀନ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦ ଘନୀଭୂତ ହେବାରେ ଲାଗିଛି। ସବୁଠାରୁ ବଡ କଥା ହେଉଛି, ଚୀନ ସରକାର ସାର୍ସ ଭୂତାଣୁକୁ ଅସ୍ତ୍ର ଭାବରେ ବ୍ୟବହାର କରିବାକୁ ଯୋଜନା କରୁଥିବା ନେଇ ଅଷ୍ଟ୍ରେଲିଆ ଗଣମାଧ୍ୟମରେ ନିକଟରେ ରିପୋର୍ଟ ପ୍ରକାଶ ପାଇବା ପରେ ବେଜିଂ ଓ କାନବେରା ମଧ୍ୟରେ ଉତ୍ତେଜନା ବୃଦ୍ଧିପାଇଛି।

Hot this week

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

Related Articles

Popular Categories