www.samajalive.in
Friday, December 5, 2025
26.1 C
Bhubaneswar

ଉତ୍ତରାଖଣ୍ଡର ଦେବପ୍ରୟାଗରେ ବାଦଲଫଟା ବର୍ଷା; ଧୋଇଗଲା ଦୋକାନ ବଜାର ଓ ବହୁ ଘର

ଡେରାଡୁନ: ମଙ୍ଗଳବାର ଦିନ ଉତ୍ତରାଖଣ୍ଡର ଦେବପ୍ରୟାଗରେ ପ୍ରକୃତିର ଧ୍ୱଂସଲୀଳା ପୁଣି ଦେଖିବାକୁ ମିଳିଛି। ତେହରି ଗଡୱାଲ ଜିଲାର ଉଚ୍ଚ ପାର୍ବତ୍ୟାଞ୍ଚଳରେ ଥିବା ଦେବପ୍ରୟାଗରେ ବାଦଲଫଟା ବର୍ଷା ହେବାରୁ ଦେବପ୍ରୟାଗ ବଜାରରେ ଥିବା ବହୁ ଦୋକାନ, ବାସଗୃହ ଏବଂ ଏକ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ)ର କୋଠା ସଂପୂର୍ଣ୍ଣ ଭୁଷୁଡି ଯାଇ ପ୍ରଖର ବର୍ଷା ସ୍ରୋତରେ ଭାସିଯାଇଛି। ମଙ୍ଗଳବାର ସଂଧ୍ୟାରେ ଘଟିଥିବା ଏଡି ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ମୃତାହତଙ୍କ ସଂପର୍କରେ ଖବର ମିଳିନାହିଁ। ଏହି ଅଘଟଣ ଘଟିବା ପରେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବଳ (ଏସଡିଆରଏଫ) ତୁରନ୍ତ ସେଠାରେ ପହଞ୍ଚି ଉଦ୍ଧାର ଓ ରିଲିଫ କାର୍ଯ୍ୟ ଆରମ୍ଭ କରିଥିଲେ। କୋଭିଡ ସଂକ୍ରମଣ ଦୃଷ୍ଟିରୁ ରାଜ୍ୟରେ କର୍ଫ୍ୟୁ ଜାରି କରାଯାଇଥିବା ଏବଂ ଦୋକାନ ବଜାର ଆଦି ବନ୍ଦ ଥିବାରୁ ଜୀବନହାନି ଘଟିନଥିବା କହିଛନ୍ତି ଉତ୍ତରାଖଣ୍ଡର ପୁଲିସ ମହାନିର୍ଦ୍ଦେଶକ ଅଶୋକ କୁମାର। ଜିଲା ଜରୁରୀ ପରିଚାଳନା କେନ୍ଦ୍ର ସୂତ୍ର ଅନୁଯାୟୀ ଦେବପ୍ରୟାଗ ଅଞ୍ଚଳରେ ମଙ୍ଗଳବାର ସକାଳୁ ବର୍ଷା ଲାଗିରହିଥିଲା। ଅପରାହ୍ଣ ପ୍ରାୟ ୫ଟାରେ ଦେବପ୍ରୟାଗର ଉପର ଅଞ୍ଚଳରେ ହଠାତ୍‍ ବାଦଲଫଟା ବର୍ଷା ହେଲା। ଫଳରେ ଏକ ପାହାଡି ଝରଣାରେ ଖୁବ ଜୋରରେ ପାଣିସୁଅ ମାଡିଆସିବାରୁ ବଜାରରେ ଥିବା ଦୋକାନ, ବାସଗୃହ ଏବଂ ଆଇଟିଆଇ କୋଠା ଆଦିକୁ ଭସାଇ ନେଇଥିଲା। ଗତ ସପ୍ତାହକ ମଧ୍ୟରେ ତେହରି ଜିଲାରେ ଏହିଭଳି ଏକାଧିକ ଥର ବାଦଲଫଟା ବର୍ଷା ଜନସାଧାରଣଙ୍କୁ ଆତଙ୍କିତ କରିଦେଇଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories