www.samajalive.in
Thursday, December 11, 2025
18.1 C
Bhubaneswar

‘ସମାଜ’ ପ୍ରଭାବ, ବାତିଲ ହେଲା ୧୮୪ ପ୍ରାଥମିକ ଶିକ୍ଷକଙ୍କ ବଦଳି

ନବରଙ୍ଗପୁର: ଜିଲା ଶିକ୍ଷା ଅଧିକାରୀବେନିୟମ ଭାବେ ଜାଲିଆତି କରି ୧୮୪ ଜଣ ଶିକ୍ଷକଙ୍କର ବଦଳି କରିଥିବା ନେଇ ଅଭିଯୋଗ ହୋଇଥିଲା। ଏସଂପର୍କରେ ଏକ ତଥ୍ୟଭିତ୍ତିକ ଖବର ଗତ ୮ ତାରିଖ ଦୈନିକ “ସମାଜ’ରେ ପ୍ରକାଶିତ ହୋଇଥିଲା। ଏହା ପରେ ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ର ନିଜେ ଏହାର ତଦନ୍ତ କରିଥିଲେ। ନିଜେ ସମସ୍ତ ଫାଇଲର ଅନୁଧ୍ୟାନ କରିଥିଲେ। ଜିଲା ଶିକ୍ଷା ଅଧିକାରୀ ବେନିୟମଭାବେ ଓ ସରକାରୀ ଗାଇଡଲାଇନକୁ ଖିଲାଫ କରି କରୋନା ମହାମାରୀ ସମୟରେ ୧୮୪ ଜଣ ଶିକ୍ଷକଙ୍କର ବଦଳି କରିଥିବା ଜାଣିବାକୁ ପାଇଥିଲେ। ତେବେ ଏହି ସମସ୍ତ ଶିକ୍ଷକ ବଦଳିକୁ ଜିଲାପାଳ ଡଃ.ମିଶ୍ର ବାତିଲ କରିଦେଇଛନ୍ତି।

ରାଜ୍ୟ ସରକାରଙ୍କର ନିର୍ଦ୍ଦେଶକୁ ଅବମାନନା କରି ନବରଙ୍ଗପୁର ଜିଲା ଶିକ୍ଷାବିଭାଗ ପକ୍ଷରୁ ଅତି ତରବରିଆ ଭାବେ ଗତ ୪ ତାରିଖରେ ଜିଲାର ୧୮୪ଜଣ ପ୍ରାଥମିକ ଶିକ୍ଷକଙ୍କର ବଦଳି କରିଥିବା ନେଇ ଜିଲା ପ୍ରାଥମିକ ଶିକ୍ଷକ ସଂଘରେ ଅସନ୍ତୋଷ ପ୍ରକାଶ କରି ବିରୋଧ କରାଯାଇଥିଲା। ଏହି ବଦଳି ଗତ ୨୦୧୮ ମସିହାର ଶିକ୍ଷକ ବଦଳୀ ନୀତିକୁ ଆଧାରରେ ଶିକ୍ଷକ ବଦଳି କରାଯାଇଥିଲା। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନୂତନ ବଦଳି ନୀତି -୨୦୨୧ର ବିଞାପନ ପ୍ରକାଶ ନହେଉଣୁ କିଭଳି ବଦଳି କରାଗଲା ତାହାକୁ ନେଇ ଜିଲା ଶିକ୍ଷା ଅଧିକାରୀଙ୍କର ଭୂମିକା ସନ୍ଦେହ ଘେରକୁ ଆଣିଥିଲା। ତେବେ ଏହି ବଦଳି ବେନିୟମ ଭାବରେ କରାଯାଇ ମୋଟା ଅଙ୍କର କାରବାର କରାଯାଇଥିବା ଗୁରୁତର ଅଭିଯୋଗ ହୋଇଥିଲା। ଏପରିକି କେତେକ ଶିକ୍ଷକ ଙ୍କର ଠାରୁ ମନପସନ୍ଦର ବଦଳି ପାଇଁ ୪୦ ହଜାର ଟଙ୍କା ଲେଖାଏଁ ମଧ୍ୟ ଆଦାୟ କରାଯାଇଥିବା ଅଭିଯୋଗ ହୋଇଥିଲା।

- Advertisement -

ଏ ସଂପର୍କରେ ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ରଙ୍କୁ ପଚାରିବାରୁ ଜିଲା ଶିକ୍ଷା ଅଧିକାରୀ ବେନିୟମ ଭାବେ ଦୁର୍ନୀତି ଉପାୟରେ ଶିକ୍ଷକଙ୍କର ବଦଳି କରିଥିବା ତଦନ୍ତ ପରେ ଜଣାପଡିଥିବା କହିଛନ୍ତି। ତେଣୁ ସମସ୍ତ ୧୮୪ ଜଣ ଶିକ୍ଷକ ବଦଳିକୁ ବାତିଲ କରାଯାଇଥିବା କହିଛନ୍ତି। ତେବେ ଜିଲାପାଳଙ୍କର ଦ୍ୱାରା ଶିକ୍ଷକ ବଦଳି ବାତିଲ ନିର୍ଦ୍ଦେଶ ଦେବା ପରେ ଏହାକୁ ନେଇ ଜିଲା ଶିକ୍ଷକ ସଂଘ ପକ୍ଷରୁ ସ୍ୱାଗତ କରାଯାଇଛି। ସଂଘର ଜିଲା ସଭାପତି ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ, ସାଧାରଣ ସମ୍ପାଦକ ରମଣୀ ରଞନ ତ୍ରିପାଠୀ, ଆଇନ ପରାମର୍ଶଦାତା ରାମ ପ୍ରସାଦ ପାତ୍ର ସ୍ୱାଗତ କରିବା ସହ ଜିଲାପାଳଙ୍କୁ କୃତଞତା ଜଣାଇଛନ୍ତି। ମହାମାରୀ କରୋନାରେ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆକସ୍ମିତ ଭାବେ ରାତାରାତି ବଦଳିକୁ ନେଇ ସମସ୍ତେ ଚକିତ ହୋଇଥିବଲେ ବୋଲି କହିଛନ୍ତି। ତେବେ ଜିଲା ଶିକ୍ଷା ଅଧିକାରୀଙ୍କର ଏହି ବେନିୟମ କାମକୁ ନେଇ ବିଭିନ୍ନ ଲୋକ ପ୍ରତିନିଧି ଓ ବୁଦ୍ଧିଜୀବୀମାନେ ତିବ୍ର ନିନ୍ଦା କରଥିବାବେଳେ ଏଭଳି ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ତୁରନ୍ତ ଏହି ଜିଲାରୁ ହଟାଇବାକୁ ଦୃଢଦାବି ହୋଇଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories