www.samajalive.in
Tuesday, December 9, 2025
15.1 C
Bhubaneswar

ରାତି ୧୦ଟା ମୁଖ୍ୟ ଖବର

–ଆଜି ରାଜ୍ୟରେ ପୁଣି ସୁସ୍ଥ ହେଲେ ୭୫୬୪ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୪୬୫୧୩୩କୁ ବୃଦ୍ଧି

–କୋଭିଡ଼ ହସ୍ପିଟାଲରେ ଅକ୍ସିଜେନ ବ୍ୟବସ୍ଥା ଓ ଅଗ୍ନି ସୁରକ୍ଷା ଉପରେ ସତର୍କ ଦୃଷ୍ଟି ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

–ଆଜି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୧୧୯୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୮୫୮

–ଛତିଶିଗଡ : ଛତିଶିଗଡ ଦନ୍ତେୱାର୍ଡାରେ କରୋନାରେ ୧୦ ମାଓବାଦୀଙ୍କ ମୃତ୍ୟୁ ନେଇ ସୂଚନା

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଭାରତ ଚିନ୍ତା, ଆରମ୍ଭ କଲା ‘ଟୁଗେଦର ଫର ଇଣ୍ଡିଆ’ ଅଭିଯାନ

ଆରବ ସାଗରରେ ସୃଷ୍ଟି ହୋଇପାରେ ୨୦୨୧ର ପ୍ରଥମ ବାତ୍ୟା

ମଇ ୨୬ରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ

ଆଗାମୀ ୫-୧୦ ବର୍ଷ ମଧ୍ୟରେ କୋଭିଡ ଠାରୁ ମଧ୍ୟ ବୃହତ୍ତର ସମସ୍ୟା ଆସିବ: ଡେଭିଡ ଆଟେନବର୍ଗ

–କରୋନା ଭୂତାଣୁକୁ ମାରିବାର କ୍ଷମତା ଥିବା ଏକ ମାସ୍କ ଉଦ୍ଭାବନ କରି ଚର୍ଚ୍ଚାକୁ ଆସିଛନ୍ତି ଜଣେ ଦ୍ବାଦଶ ଶ୍ରେଣୀର ଛାତ୍ରୀ ଦିଗନ୍ତିକା ବୋଷ । ଦିଗନ୍ତିକା ତିଆରି କରିଥିବା ମାସ୍କ କରୋନା ଭୂତାଣୁକୁ ମାରିପାରେ ବୋଲି ସେ ଦାବି କରିଛନ୍ତି।

–କରୋନା ଟିକା ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକ ଟିକା ସୂତ୍ର ସାର୍ବଜନୀନ କରିବା ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦାବି କରିଛନ୍ତି।

–ସ୍ଥଗିତ ରହିଥିବା ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ କି ନାହିଁ ସେ ସମ୍ପର୍କରେ ଜୁନ୍‍ ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ବୋର୍ଡ ପକ୍ଷରୁ ଦିଆଯାଇଛି ସୂଚନା

–ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ। ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ

–ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟରଏକ ମାମଲା ରୁଜୁ।

–ଗୁଜରାଟରେ ୧୦୦ରୁ ଅଧିକ ଲୋକଙ୍କ ଠାରେ ବ୍ଲାକ ଫଙ୍ଗସ୍‍ ଚିହ୍ନଟ। ସେମାନଙ୍କର ଚିକିତ୍ସା ପାଇଁ ସରକାର ୫ହଜାର ଇଞ୍ଜେକ୍ସନ ବରାଦ ଦେଇଛନ୍ତି।

–ରେଳ ମନ୍ତ୍ରଣାଳୟର ସୂଚନା-ଦୈନିକ ୧ ହଜାର କର୍ମଚାରୀ କରୋନାରେ ସଂକ୍ରମିତ ,ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଲେଣି ୧୯୫୨ କର୍ମଚାରୀ

–୧୨ରୁ ୧୫ ବର୍ଷର ପିଲାମାନଙ୍କୁ ଟିକା ଦେବାକୁ ଆମେରିକା ନିଷ୍ପତ୍ତି ନେଇଛି। ଏହି ବର୍ଗର ପିଲାଙ୍କୁ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ ପକ୍ଷରୁ ପିଫାଇଜର କରୋନା ଟିକା ବ୍ୟବହାର ଲାଗି ମଞ୍ଜୁରୀ ପ୍ରଦାନ

– ହୃଦଘାତରେ ମାଲାୟଲମ ଚଳଚ୍ଚିତ୍ର ନିର୍ଦେଶକ ଡେନିସ ଜୋଶେଫଙ୍କ ପରଲୋକ। ତାଙ୍କୁ ୬୩ ବର୍ଷ ହୋଇଥିଲା।

–ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୨୯ ହଜାର ୯୪୨ ନୂଆ କରୋନା ସଂକ୍ରମିତ ଚିହ୍ନଟ , ଗୋଟିଏ ଦିନରେ ୩୮୭୬ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ

– ମାତ୍ର ୫ ମିନିଟ ପାଇଁ ଅମ୍ଳଜାନ ଯୋଗାଣ ବିଳମ୍ବ ହେବାରୁ ଆନ୍ଧପ୍ରଦେଶର ତିରୁପତିସ୍ଥିତ ରୁଇଆ ଡାକ୍ତରଖାନାରେ

୧୧ କରୋନାରେ ଆକ୍ରାନ୍ତଙ୍କ ମୃତ୍ୟୁ

– ଉତ୍ତର ପ୍ରଦେଶ ଏବଂ ବିହାର ସୀମାନ୍ତ ଗଙ୍ଗାନଦୀରେ ୪୫ରୁ ଅଧିକ ମଣିଷଙ୍କ ମୃତଦେହ ଭାସୁଛି। ସେଗୁଡିକ ପଚିଯାଇ ଏବେ ବିହାର ପଟ ବକ୍ସର ଜିଲାର ଚଉସା ନିକଟ ନଦୀ କୂଳରେ ଲାଗିରହିଛି।

–ବିଶ୍ୱର ସବୁଠାରୁ ଜନବହୁଳ ରାଷ୍ଟ୍ର ଚୀନରେ ଜନସଂଖ୍ୟା ୧୪୧ କୋଟିକୁ ବୃଦ୍ଧିପାଇଛି। ଗତ ୧୦ ବର୍ଷ ମଧ୍ୟରେ ଦେଶରେ ଜନସଂଖ୍ୟା ୭୨ ନିୟୁତ ବଢିଥିବା ଦେଶର ଜାତୀୟ ପରିସଂଖ୍ୟାନ ବ୍ୟୁରୋ ପକ୍ଷରୁ କୁହାଯାଇଛି।

–ନବରଙ୍ଗପୁରରେ କରୋନା ସ୍ଥିତି ସଙ୍ଗୀନ: ଗୋଟିଏ ଦିନରେ ପୁଣି ୩୦୨ ଆକ୍ରାନ୍ତ, ଜଣେ ମହିଳାଙ୍କ ମୃତ୍ୟୁ

–ହରଭଙ୍ଗା: ଗାଁ ମୁହାଁ ମହାମାରୀ: ହରଭଙ୍ଗା ବ୍ଲକରୁ ୬୮ ନୂଆ ସଂକ୍ରମିତ ଚିହ୍ନଟ, ସଂଖ୍ୟା ଛୁଇଁଲା ୯୪୬

–ଜି.ଉଦୟଗିରି: ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

–ମାଲକାନଗିରି : କରୋନା ସଂକ୍ରମଣ ଓ ପରିତ୍ୟକ୍ତ ଖାଦ୍ୟ ଖାଇ ୧୦ରୁ ଉର୍ଦ୍ଧ ମାଓବାଦୀ ମୃତ

–୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯ ହଜାର ୭୯୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଙ୍କ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୫୪ ହଜାର ୬୬୬କୁ ବୃଦ୍ଧି ପାଇଛି।

–୨୪ ଘଣ୍ଟାରେ ୧୦ ଜିଲାରୁ ୧୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ବେଳେ ଅନୁଗୁଳରୁ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ଘଟିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories