www.samajalive.in
Thursday, December 11, 2025
18.1 C
Bhubaneswar

କାଳବୈଶାଖି ପ୍ରଭାବ, ଥୁଆମୁଳ ରାମପୁର ମାଉସୀ ମା’ ମନ୍ଦିରରେ ଉପରେ ପଡିଲା ଗଛ

କଲମପୁର: ମଙ୍ଗଳବାର ସକାଳରେ ପାଗ ସ୍ୱାଭାବିକ ଥିଲା। କିନ୍ତୁ ପ୍ରାୟ ୧୦.୩୦ ବେଳକୁ ଆକାଶର ମେଘାଚ୍ଛନ୍ନ ହେବା ସହ ହଠାତ୍‍ କଳାହାଣ୍ଡିଆ ମେଘ ଘୋଟି ଆସିଲା। କେହି କିଛି ବୁଝିବା ଆଗରୁ ଘୋ ଘୋ ଗର୍ଜନରେ ପବନ ଆସିଥିଲା। କ୍ଷଣକ ମଧ୍ୟରେ ଅନେକ ଗଛ କୁ ଭାଙ୍ଗି ଦେଇଥିଲା। କଲମପୁର ଅଂଚଳରେ ଏବେ ରବିଧାନ ପାକଳ ଅବସ୍ଥାରେ ଥିବା ବେଳେ ପବନ ଦ୍ୱାରା ଧାନ ସବୁ ମଟିରେ ଶୋଇ ପଡିଛି। ଯାହାରି ଫଳରେ ୩୦ ପ୍ରତିଶତ ଧାନ ନଷ୍ଟ ହେବାର ଆଶଙ୍କା କରାଯାଉଛି। ଏଭଳି ସ୍ଥିତିରେ ଧାନ ମଟିରେ ପଡିଥିବା ବେଳେ ବର୍ଷା ଯୋଗୁଁ ଧାନ ଗଜା ହେଇ ନଷ୍ଟ ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ଚାଷୀ ଏଭଳି କ୍ଷତି ହେଇଥିବା ଯୋଗୁଁ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ଅନ୍ୟପଟେ ଥୁଆମୁଳ ରାମପୁର ଅଂଚଳରେ ରାସ୍ତାର ବହୁ ସ୍ଥାନରେ ଗଛ ସବୁ ଉପାଡି ହେଇ ପଡିଥିବା ବେଳେ ସ୍ଥାନୀୟ ମାଉସୀ ମାଁ ମନ୍ଦିର ଉପରେ ଏକ ଆମ୍ବ ଗଛ ପଡିଯିବାରୁ ମନ୍ଦିର ପ୍ରଭାବିତ ହେଇଛି। ରାସ୍ତାର ଅନେକ ସ୍ଥାନରେ ଗଛ ପଡିଥିବା ଯୋଗୁଁ ଯାତାୟତ ମଧ୍ୟ ପ୍ରଭାବିତ ହେଇଛି। ବହୁ ଘର ଦ୍ୱାରା ଭାଙ୍ଗିଥିବା ଆଶଙ୍କା କରାଯାଉଥିଲେ ମଧ୍ୟ ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ସଠିକ ସୁଚନା ମିଳିନାହିଁ। ଏହି କାଳ ବୈଶାଖି ପବନ ପ୍ରଭାବ ଯୋଗୁଁ ବିଦ୍ୟୁତ୍‍ ବିଭ୍ରାଟ ହେଇଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories