ଦିନ ୧୨ଟା – ମୁଖ୍ୟ ଖବର
ଦେଶ/ବିଦେଶ ଖବର
ୱାଶିଂଟନ: କରୋନା ଭୂତାଣୁର ପ୍ରକୋପ ବିଶ୍ଵବ୍ୟାପୀ ଜାରି ରହିଛି। ତେବେ ଏଥିରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଭାରତ ଏବଂ ଆମେରିକା । ତେବେ ଆମେରିକା ମହାମାରୀ ବିରୋଧୀ ଲଢ଼େଇରେ ଆଉ ପାଦେ ଆଗକୁ ଯାଇ ଏକ ବଡ଼ ପଦକ୍ଷେପ ନେଇଛି। ଦେଶରେ ୧୨ରୁ ୧୫ ବର୍ଷର ପିଲାମାନଙ୍କୁ ଟିକା ଦେବାକୁ ଆମେରିକା ନିଷ୍ପତ୍ତି ନେଇଛି
ଅହମଦାବାଦ: ଗୁଜରାଟରେ ୧୦୦ରୁ ଅଧିକ ଲୋକଙ୍କ ଠାରେ ବ୍ଲାକ ଫଙ୍ଗସ୍ ଚିହ୍ନଟ କରାଯାଇଛି। ସେମାନଙ୍କର ଚିକିତ୍ସା ପାଇଁ ଶନିବାର ଦିନ ରାଜ୍ୟ ସରକାର ୫ହଜାର ଇଞ୍ଜେକ୍ସନ ବରାଦ ଦେଇଛନ୍ତି। ଏହି ଆଣ୍ଟିଫଙ୍ଗାଲ ଇଞ୍ଜେକ୍ସନ ଆମ୍ଫୋଟେରିସିନ-ବି ୫ହଜାର ଆଣିବାକୁ ସରକାର ୩.୧୨ କୋଟି ଟଙ୍କା ଦେବେ। ଏହା ଫଙ୍ଗାଲ ସଂକ୍ରମଣ ଚିକିତ୍ସାରେ ବ୍ୟବହାର କରାଯିବ
ଭାରତୀୟ ରେଳପଥ ପାଇଁ କାଳ ସାଜିଛି କରୋନା। ଦୈନିକ ୧ ହଜାର କର୍ମଚାରୀ କରୋନାରେ ସଂକ୍ରମିତ ହେଉଥିବାବେଳେ ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଲେଣି ୧୯୫୨ କର୍ମଚାରୀ। ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ଜାରି କରାଯାଇଛି।
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୨୯ ହଜାର ୯୪୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଗୋଟିଏ ଦିନରେ ୩୮୭୬ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।
ତିରୁପତି: ଆନ୍ଧପ୍ରଦେଶର ତିରୁପତିସ୍ଥିତ ରୁଇଆ ଡାକ୍ତରଖାନାରେ ଘଟିଛି ଦୁଃଖଦ ଘଟଣା। ଖ୍ୟାତିସଂପନ୍ନ ଏହି ଡାକ୍ତରଖାନାରେ ମାତ୍ର ୫ ମିନିଟ ପାଇଁ ଅମ୍ଳଜାନ ଯୋଗାଣ ବିଳମ୍ବ ହେବାରୁ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି।
ନୂଆଦିଲ୍ଲୀ: କୋଭିଡ ୧୯ ସଂକ୍ରମଣକୁ ନେଇ ଗବେଷକମାନେ ସଂପ୍ରତି ଆଉ ଏକ ତଥ୍ୟ ସମ୍ମୁଖକୁ ଆଣିଛନ୍ତି। ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ (ସିଏସଆଇଆର) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ‘ଏବି’ ଏବଂ ‘ବି’ ରକ୍ତ ଗ୍ରୁପ୍ ଥିବା ଲୋକମାନେ କୋଭିଡ-୧୯ ସଂକ୍ରମଣ ପ୍ରତି ଅଧିକ ସମ୍ବେଦନଶୀଳ। ଅର୍ଥାତ ଏହି ରକ୍ତ ଗ୍ରୁପ ଥିବା ଲୋକଙ୍କୁ କୋଭିଡ-୧୯ ସଂକ୍ରମଣ ହେବା ଆଶଙ୍କା ଅଧିକ ରହିଛି।
ପାଟନା: ଉତ୍ତର ପ୍ରଦେଶ ଏବଂ ବିହାର ସୀମାନ୍ତ ଗଙ୍ଗାନଦୀରେ ୪୫ରୁ ଅଧିକ ମଣିଷଙ୍କ ମୃତଦେହ ଭାସୁଛି। ସେଗୁଡିକ ପଚିଯାଇ ଏବେ ବିହାର ପଟ ବକ୍ସର ଜିଲାର ଚଉସା ନିକଟ ନଦୀ କୂଳରେ ଲାଗିରହିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳ ସହିତ ସମଗ୍ର ବକ୍ସର ଜିଲାରେ ଆତଙ୍କ ଖେଳିଯାଇଛି। ସେଗୁଡିକ ଉତ୍ତରପ୍ରଦେଶରୁ ନଦୀ ସ୍ରୋତରେ ଭାସିଆସିଥିବା ଅନୁମାନ କରୁଛି ସ୍ଥାନୀୟ ପ୍ରଶାସନ। ସମ୍ଭବତଃ ଉତ୍ତରପ୍ରଦେଶରେ କୋଭିଡରେ ପ୍ରାଣ ହରାଇଥିବା ଏହି ଲୋକମାନଙ୍କ ପରିବାରବର୍ଗ ଓ ସଂପର୍କୀୟମାନେ ଅନ୍ତିମ ସଂସ୍କାର କରିବାକୁ ଅକ୍ଷମ ହେବାପରେ ସେଗୁଡିକୁ ନଦୀରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି।
Related Posts
Comments are closed.