www.samajalive.in
Monday, December 8, 2025
14.1 C
Bhubaneswar

ରାମନାଗୁଡା ଫାଣ୍ଡିରେ କର୍ମଚାରୀ ଅଭାବ, ୪ଜଣ କର୍ମଚାରୀରେ ଚାଲିଛି କୋଭିଡ଼ ନିୟନ୍ତ୍ରଣ

ରାମନାଗୁଡା: ରାୟଗଡ ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ରାମନାଗୁଡା ପୋଲିସ ଫାଣ୍ଡିରେ ଦେଖାଦେଇଛି କର୍ମଚାରୀ ଅଭାବ। ବର୍ତ୍ତମାନ ଲକଡାଉନ ସମୟରେ କଡାକଡି ଯାଞ୍ଚ, ଛକ ସ୍ଥାନ ମାନଙ୍କରେ ପେଟ୍ରୋଲିଂ, ଅମାନିଆଙ୍କୁ ଆୟତ୍ତ ତଥା ଆନ୍ଧ୍ର-ଓଡ଼ିଶା ସୀମାନ୍ତ ସ୍ଥାନ ଗୁଡିକରେ ତଦାରଖ ପ୍ରଭୃତି କାର୍ୟ୍ୟ କରିବା ସମ୍ଭବପର ହେଉନାହିଁ। ଫାଣ୍ଡିରେ ଜଣେ ସବଇନ୍ସପେକ୍ଟର, ଜଣେ ପୋଲିସ ଏଏସଆଇ ତାଲିମ ନେବାକୁ ନିୟୋଜିତ ଅଛନ୍ତି। ୫ଜଣ କନେଷ୍ଟବଳଙ୍କ ମଧ୍ୟରୁ ଜଣେ କରୋନା ସଂକ୍ରମିତ ହୋଇ ହୋମ ଆଇସୋଲେସନ ରହିଛନ୍ତି। ବଳକା ପାଞ୍ଚ ଜଣ ହୋମ ଗାର୍ଡ କାର୍ୟ୍ୟରତ ଅଛନ୍ତି କିନ୍ତୁ ଅଧିକ କର୍ମଚାରୀଙ୍କ ଆବଶ୍ୟକତା ରହିଛି। କରନାର ଦ୍ୱିତୀୟ ଲହର ବଢ଼ି ବଢ଼ି ଚାଲିଥିବାରୁ ସରକାରଙ୍କ ଦ୍ଵାରା ଲକ ଡାଉନ ଓ ସର୍ଟ ଡାଉନ କରି ରାଜ୍ୟ ବାସୀଙ୍କୁ କରନା ଦାଉରୁ ସୁରକ୍ଷା ଦେବା ପାଇଁ ନେଇଥିବା ପଦକ୍ଷେପ ସ୍ୱାଗତ ଯୋଗ୍ୟ।କିନ୍ତୁ ରାମନାଗୁଡା ଫାଣ୍ଡିରେ ପୋଲିସ କର୍ମଚାରୀଙ୍କ ଅଭାବ ଯୋଗୁଁ ଏହି ସବୁ କାର୍ୟ୍ୟ ଠିକ ଭାବେ ଆୟତ୍ତ କରିବା ସହଜ ସାଧ୍ୟ ନୁହେଁ। ଏହି ବ୍ଲକର ସୁଲୁଡି ଓ ଅନ୍ୟାନ୍ୟ ଗଳା ବାଟ ଦେଇ ଅନେକ ପ୍ରବାସୀ ଆନ୍ଧ୍ର ଓ ତେଲେଙ୍ଗାନା ରାଜ୍ୟରୁ ଆସି ଓଡ଼ିଶାର ଅନେକ ଅଂଚଳରେ ପ୍ରବେଶ କରୁଛନ୍ତି। ସେମାନଙ୍କୁ ସୀମାନ୍ତ ଅଞ୍ଚଳରେ ଯାଞ୍ଚ କଡାକଡି କରି ରୋକିବା, ସେଠାରେ ପୋଲିସ କର୍ମଚାରୀ ମାନଙ୍କର ରହିବା ପୁଣି ରାମନାଗୁଡା ବ୍ଲକ ସଦର ତଥା ମୁଖ୍ୟ ବଜାର ଓ ବ୍ଲକ ଛକ ଏବଂ ଅନ୍ୟାନ୍ୟ ସ୍ଥାନମାନଙ୍କରେ ପୋଲିସକୁ ମୁତୟନ କରିବା ସହିତ ବ୍ଲକର ଅନ୍ୟାନ୍ୟ ଅଞ୍ଚଳଗୁଡିକ ବୁଲି ବୁଲି ଯାଞ୍ଚ କରିବା କାର୍ୟ୍ୟ ଲକ ଡାଉନ ଓ ସର୍ଟ ଡାଉନ ସରକାରଙ୍କ ଦ୍ୱାରା ପ୍ରଯୋଜିତ ତାହା ସଫଳ ହୋଇ ପାରିବ। କିନ୍ତୁ ସେହି କାର୍ୟ୍ୟ ପୋଲିସ କର୍ମଚାରୀଙ୍କ ଅଭାବରୁ ସଫଳ ହୋଇ ପାରୁନି ବୋଲି ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଉଛି।

ତେଣୁ ପ୍ରଶାସନ ରାମନାଗୁଡା ପୋଲିସ ଫାଣ୍ଡିରେ ଅଧିକ ସଂଖ୍ୟକ କର୍ମଚାରୀଙ୍କୁ ନିଯୁକ୍ତି ଦେଲେ ଏହି ବ୍ଲକରେ ସବୁ କ୍ଷେତ୍ରରେ ଶାନ୍ତି ଶୃଙ୍ଖଳା ରକ୍ଷା ହେବା ସହ ମୁଖ୍ୟତଃ ଲକ ଡାଉନ ଓ ସଟଡାଉନ ଆୟତ୍ତ କରିବାରେ ସଫଳ ହେବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଭାରପ୍ରାପ୍ତ ଫାଣ୍ଡି ଅଧିକାରୀ କୃତିବାସ ହରିଚନ୍ଦନ ୪ଜଣ ପୋଲିସ କର୍ମଚାରୀ ଙ୍କ ସହ ପୂର୍ବାହ୍ନ ୬ ଘଣ୍ଟାଠାରୁ ମଧ୍ୟ ରାତ୍ର ପର୍ୟ୍ୟନ୍ତ କାର୍ୟ୍ୟରେ ଓ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଦିଗରେ ଅହରହ କାର୍ୟ୍ୟ କରୁଥିବାରୁ ଅଞ୍ଚଳ ବାସୀଙ୍କ ନିକଟରେ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories