www.samajalive.in
Sunday, December 7, 2025
14.1 C
Bhubaneswar

ଆନ୍ଧ୍ର ଷ୍ଟ୍ରେନକୁ ନେଇ ଚିନ୍ତାରେ ରାମନାଗୁଡା ବ୍ଲକ ପ୍ରଶାସନ, ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ରାମନାଗୁଡା: ଆନ୍ଧ୍ର ଷ୍ଟ୍ରେନକୁ ନେଇ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକପ୍ରଶାସନର ଚିନ୍ତା ବଢିଯାଇଛି। ଆନ୍ଧ୍ର-ଓଡ଼ିଶାର ସମସ୍ତ ସୀମାରେ ଚେକପୋଷ୍ଟ କରାଯିବା ସହ ବିଭିନ୍ନ ଗଳାବାଟକୁ ରୋକିବା ଲାଗି ସ୍ଥାନୀୟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।ସ୍ଥାନୀୟ ସୁଲୁଡି ଛକରେ ଚେକପୋଷ୍ଟ ନିର୍ମାଣ କରାଯାଇ ଯାଞ୍ଚ କାର୍ୟ୍ୟ କଡ଼ାକଡ଼ି କରାଯାଇଛି। ଆନ୍ଧ୍ର ଓ ଓଡ଼ିଶାର ଅମାନିଆଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି। ତେବେ ରାମନାଗୁଡା ବ୍ଲକରେ ୭୦ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୨୦ଜଣ ସୁସ୍ଥ ହୋଇଛନ୍ତି।ଏଥିମଧ୍ୟରୁ ୫୦ ସକ୍ରିୟ ମାମଲା ରହିଥିବା ସୂଚନା ମିଳିଛି।

ଆଜି ରାମନାଗୁଡାରୁ ୯ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ସୀମାନ୍ତରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୀମାନ୍ତରେ ଲାଗି ରହିଥିବା ବିଭିନ୍ନ ଗଳାବାଟକୁ ବନ୍ଦ କରାଯିବା ସହ ସୀମାନ୍ତ ମଧ୍ୟ ଦେଇ ପ୍ରବେଶ କରୁଥିବା ଲୋକଙ୍କୁ ସଙ୍ଗରୋଧରେ ରଖାଯାଉଛି। ଟେଷ୍ଟିଂକୁ ଜୋରଦାର କରାଯିବା ସହ ଲକ୍ଷଣ ଦେଖାଗଲେ ୧୪ଦିନ ସଙ୍ଗରୋଧରେ ରଖାଯାଉଛି। ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଦେଖାଗଲେ ଗୁଣୁପୁର କିମ୍ବା ବିଷମକଟକ କୋଭିଡ଼ କେୟାର ସେଣ୍ଟରକୁ ସ୍ଥାନାନ୍ତର କରାଯାଉଥିବା ଜଣାପଡ଼ିଛି। ସ୍ଥାନୀୟ ପୁଲିସ ପକ୍ଷରୁ ସଂକ୍ରମଣକୁ ରୋକିବା ଲାଗି ସୀମାନ୍ତରେ ସୁରକ୍ଷା କର୍ମୀ ନିୟୋଜିତ ହେବା ସହ ବିଭିନ୍ନ ଛକ ସ୍ଥାନରେ ପୁଲିସ ପକ୍ଷରୁ ଚେକିଂକୁ କଡ଼ାକଡ଼ି କରାଯାଇଛି।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories