www.samajalive.in
Saturday, December 6, 2025
17.1 C
Bhubaneswar

ଦୁଗ୍ଧ ସମବାୟ କେନ୍ଦ୍ରରେ ଝୁଲିଲା ତାଲା, ବିକ୍ରି ହୋଇପାରିଲା ନାହିଁ ୬୫ ହଜାର ଲିଟର କ୍ଷୀର

ରେଙ୍ଗାଲିକ୍ୟାମ୍ପ : ଓମଫେଡ଼୍ ପରିଚାଳିତ ସମ୍ବଲପୁର ସମଲେଶ୍ଵରୀ ଆଞ୍ଚଳିକ ଦୁଗ୍ଧ ସହାୟକ ସଂଘ ଲିଃ(ସାମୁଲ) ଅଧୀନରେ ଥିବା ଅତାବିରା ଦୁଗ୍ଧ ଉତ୍ପାଦନ କେନ୍ଦ୍ରରେ ୧୧ଟି ଦୁଗ୍ଧ ସଂଗ୍ରହ ଶାଖା କେନ୍ଦ୍ର ଅନ୍ତର୍ଭୁକ୍ତ । ଏହି ୧୧ଟି କେନ୍ଦ୍ରରେ ରହିଛନ୍ତି ଅତାବିରା ଅଞ୍ଚଳର ଆଠଶହ ଦୁଗ୍ଧ ଚାଷୀ । ସେମାନଙ୍କ ଉତ୍ପାଦିତ ଦୁଗ୍ଧକୁ ନିଜ ନିଜ ର ନିକଟସ୍ଥ ଦୁଗ୍ଧ କ୍ରୟ କେନ୍ଦ୍ରରେ ବିକ୍ରି କରି ନିଜର ଜୀବିକା ନିର୍ବାହ କରନ୍ତି। କିନ୍ତୁ ଆଜି କରୋନା ମହାମାରୀ ଜନିତ କଟକଣା ଯୋଗୁଁ ଆଜି ସମସ୍ତ ଦୁଗ୍ଧ କ୍ରୟ କେନ୍ଦ୍ର ଗୁଡିକରେ ତାଲା ପଡ଼ିଥିଲା। ଯାହା ଫଳରେ ସେମାନେ ତାଙ୍କର ଦୁଗ୍ଧ ବିକ୍ରି କରିପାରିନାହାନ୍ତି। ଆଜି ଗୋଟିଏ ଦିନରେ ଅଞ୍ଚଳର ୨୫୦୦ଲିଟର କ୍ଷୀର ବିକ୍ରି ହୋଇ ପାରି ନାହିଁ।ଆହୁରି ମଧ୍ୟ ଆସନ୍ତା କାଲି ଠାରୁ ଗୋଟିଏ ସପ୍ତାହ ଧରି ପ୍ରତ୍ୟେକ ଚାଷୀଙ୍କର ଉତ୍ପାଦିତ କ୍ଷୀରର ମାତ୍ର ୫୦ପ୍ରତିଶତ ବିକ୍ରି କରିପାରିବେ। ମୁଖ୍ୟ ପରିଚାଳକ ଆଜି ପ୍ରତ୍ୟେକ ଦୁଗ୍ଧ ଉତ୍ପାଦନ କେନ୍ଦ୍ରର ସମ୍ପାଦକମାନଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲେ ବୋଲି ଜଣାପଡିଛି। କାଲି ପର୍ୟ୍ୟନ୍ତ ସେମାନେ ନିଜର ଉତ୍ପାଦିତ ଦୁଗ୍ଧର ୧୫ପ୍ରତିଶତ କ୍ଷୀର ବିକ୍ରି କରୁଥିଲେ। ତେବେ ଏମିତି ହେବା ଦ୍ବାରା ଦୁଗ୍ଧ ଚାଷୀମାନେ ବହୁତ୍ କ୍ଷତି ସହୁଛନ୍ତି।

ଏ ନେଇ ସମ୍ବଲପୁର ଜେନେରାଲ ମେନେଜର ନଗେନ ମିଶ୍ର ଆଜି କ୍ଷୀର ସଂଗ୍ରହ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ଏ ନେଇ ଦୁଗ୍ଧ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। କାରଣ କ୍ଷୀର ଏମିତି ପଦାର୍ଥ ଯାହା କିଛି ଘଣ୍ଟା ମଧ୍ୟରେ ବିକ୍ରି ନହେଲେ ବା ପାଶ୍ଚରିକରଣ ନ କଲେ ତାହା ନଷ୍ଟ ହୋଇଯାଏ। ବିଭିନ୍ନ କମ୍ପାନୀର ପ୍ୟାକେଟ କ୍ଷୀର ଆସି ଅଞ୍ଚଳରେ ବିକ୍ରି ହେଉଛି ଯାହା ଫଳରେ ଚାଷୀଙ୍କ କ୍ଷୀର ବିକ୍ରୀ ହୋଇପାରୁ ନାହିଁ । ତେଣୁ ଚାଷୀମାନେ କ୍ଷୋଭ ପ୍ରକାଶ କରି କହିଛନ୍ତି କି ବାହାରୁ ଆସୁଥିବା କ୍ଷୀର ଅଞ୍ଚଳରେ ବିକ୍ରି ହେଉଛି କିନ୍ତୁ ଅଞ୍ଚଳର ଚାଷୀ ମାନେ ନିଜର କ୍ଷୀର ବିକ୍ରି କରି ନ ପାରି କ୍ଷତି ସହୁଛନ୍ତି। ତେଣୁ ଜେନେରାଲ ମେନେଜର୍ ତାଙ୍କର ଏହି ସମସ୍ୟାକୁ ଦୃଷ୍ଟିରେ ରଖି ବିହିତ ପଦକ୍ଷେପ ନେଇ ତାଙ୍କର ସମ୍ପୂର୍ଣ୍ଣ କ୍ଷୀର ଯେମିତି ବିକ୍ରି ହେବ ସେଥିପ୍ରତି ଧ୍ୟାନ ଦେବେ ବୋଲି ଦାବି କରିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories