ନବରଙ୍ଗପୁର: ନବରଙ୍ଗପୁର ପୌର ପାଳିକା ତରଫରୁ ଆଜି ନବରଙ୍ଗପୁର ସହରରେ ଥିବା ଅସହାୟ ଓ ଗରିବ ଶ୍ରେଣୀର ଲୋକମାନଙ୍କୁ ମାଗଣାରେ ଖାଦ୍ୟ ବଣ୍ଟନ କରାଯାଇଛି।
ବର୍ତମାନ ଜିଲ୍ଲାରେ ଲକ ଡାଉନ, ସଟ ଡାଉନ ଲାଗି ରହିଥିବା ବେଳେ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିନ୍ତି । ଫଳରେ ଅସହାୟ ଗରିବ ଶ୍ରେଣୀର ଲୋକେ କାମଧନ୍ଦା ନ ପାଇ ଭୋକ ଉପାସରେ ରହୁଥିବା ଦେଖା ଦେଉଥିବା ସ୍ଥଳେ ଆଜି ନବରଙ୍ଗପୁର ପୌର ପାଳିକା ତରଫରୁ ମହିଳା ସ୍ଵଚ୍ଛ ସାଥି କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା। ସେମାନେ ସାହି ସାହି ବୁଲି ଅସହାୟ ଲୋକଙ୍କୁ ମାଗଣାରେ ଖାଦ୍ୟ ବଣ୍ଟନ କରିଛନ୍ତି। ପୌର ପାଳିକା ନବରଙ୍ଗପୁର ତରଫରୁ ହାତକୁ ନିଆଯାଇଥିବା ଏହି କାର୍ୟ୍ୟକ୍ରମକୁ ଲୋକେ ପ୍ରଶଂସା କରିଥିବା ବେଳେ ଆଗକୁ ଏହି କାର୍ୟ୍ୟକ୍ରମ ଜାରିରହିବ ବୋଲି ପୌର ନିର୍ବାହୀ ଅଧିକାରୀ ଗୌରାଙ୍ଗ ଚନ୍ଦ୍ର ପଟନାୟକ ସୂଚନା ଦେଇଛନ୍ତି ।



