www.samajalive.in
Sunday, December 14, 2025
19.1 C
Bhubaneswar

ପ୍ରତି ରବିବାର ଭର୍ଚୁଆଲ୍‌ ଟୁର୍‌, ଦର୍ଶକ ଦେଖିପାରିବେ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ

ଭୁବନେଶ୍ୱର: ମହାମାରୀ କରୋନା ଯୋଗୁଁ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ବନ୍ଦ ରହିଛି। ଲକ୍‌ଡାଉନ୍‌ ଓ ସପ୍ତାହାନ୍ତ ସଟ୍‌ଡାଉନ୍‌ ସମୟରେ ସଂଗ୍ରହାଳୟ ପରିଦର୍ଶନ ପାଇଁ ଅଭିନବ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଣିକି ପ୍ରତି ରବିବାର ଦର୍ଶକମାନେ ଭର୍ଚୁଆଲ୍‌ ଟୁର୍‌ରେ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ଦେଖିପାରିବେ। ପ୍ରତି ରବିବାର ଦର୍ଶକମାନେ ଫେସ୍‌ବୁକ୍‌ ଓ ଟ୍ବିଟର୍‌ ପେଜ୍‌ @stscdev, @scstrti ଖୋଲି ସଂଗ୍ରହାଳୟକୁ ଦେଖିବାର ସୁଯୋଗ ପାଇପାରିବେ ବୋଲି ସୂଚନା ଦିଆଯାଇଛି।

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପଦକ୍ଷେପ ଫଳରେ ଦର୍ଶକମାନେ ପ୍ରତ୍ୟେକ ରବିବାର ଦିନ ଏହି ସଂଗ୍ରହାଳୟକୁ ଭର୍ଚୁଆଲ ଟୁର୍‌ କରିପାରିବେ । ମେ ୯ ତାରିଖ ଦିନ ଦର୍ଶକମାନେ ଥ୍ରୀ-ଡି ମାଧ୍ୟମରେ ଫେସ୍‌ବୁକ୍‌ ଓ ଟୁଇଟର୍‌ ପେଜ୍‌@stscdev, @scstrti ଖୋଲି ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟର ମୁଖ୍ୟ ସଂଗ୍ରହାଳୟ ଭବନ ସମ୍ପର୍କରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି।

- Advertisement -


ସଂଗ୍ରହାଳୟର ମୁଖ୍ୟ ଭବନରେ ପାଞ୍ଚଗୋଟି ଗ୍ୟାଲେରୀ ରହିଛି। ଏହି ପାଞ୍ଚଗୋଟି ଗ୍ୟାଲେରୀରେ ଓଡ଼ିଶାର ୬୨ଟି ଜନଜାତିଙ୍କର ବିଭିନ୍ନ ପ୍ରକାରର ଦୈନିନ୍ଦିନ ବ୍ୟବହୃତ ସାମଗ୍ରୀ ଏବଂ କଳା ଓ ଶିଳ୍ପକଳା ପ୍ରଦର୍ଶିତ ହୋଇଛି। ବିଭିନ୍ନ ଗ୍ୟାଲେରୀରେ ଜନଜାତି ସମ୍ପ୍ରଦାୟଙ୍କ ସମ୍ପର୍କରେ ତଥ୍ୟ ରହିଛି। ପ୍ରଥମ ଗ୍ୟାଲେରୀରେ ଜନଜାତି ଅଳଙ୍କାର ଇତ୍ୟାଦି, ଦ୍ୱିତୀୟ ଗ୍ୟାଲେରୀରେ ଜନଜାତି ବୟନ, ବ୍ୟକ୍ତିଗତ ସାମଗ୍ରୀ, କଳା ଓ ଶିଳ୍ପକଳା, ତୃତୀୟ ଗ୍ୟାଲେରୀରେ ଶୀକାର ଓ ମାଛଧରା ଉପକରଣ ଓ ନିଜର ସୁରକ୍ଷା ପାଇଁ ବିଭିନ୍ନ ଅସ୍ତ୍ରଶସ୍ତ୍ର, ଚତୁର୍ଥ ଗ୍ୟାଲେରୀରେ ନିତ୍ୟବ୍ୟବହାର୍ଯ୍ୟ ଘରକରଣା ସାମଗ୍ରୀ ଓ କୃଷି ଉପକରଣ, ପଞ୍ଚମ ଗ୍ୟାଲେରୀରେ ନୃତ୍ୟ, ବାଦ୍ୟଯନ୍ତ୍ର ଓ ଢୋକ୍ରା ସାମଗ୍ରୀ ପ୍ରଦର୍ଶନ କରାଯାଉଛି। ସଂଗ୍ରହାଳୟର ମୁଖ୍ୟ ଭବନର କେନ୍ଦ୍ରରେ ରହିଥିବା ଅଗଣାରେ ଜନଜାତି ପୂଜାପୀଠ ରହିଛି। ସେଠାରେ ୧୪ଟି ଜନଜାତି ସମ୍ପ୍ରଦାୟର ପୂଜାପୀଠ, ଦେବାଦେବୀଙ୍କର ଉପାସନା ପୀଠ ନିର୍ମାଣ କରାଯାଇଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories