www.samajalive.in
Sunday, December 14, 2025
19.1 C
Bhubaneswar

ଆଇସିୟୁ ବେଡ ଉପରେ ଚାପ ହ୍ରାସ ପାଇଁ ଏସ୍‌ସିବିର କ୍ଷମତା ବଢ଼ାଇବା ପାଇଁ ଚାଲିଛି ପ୍ରୟାସ

ଭୁବନେଶ୍ବର: ଆଇସିୟୁ ବେଡ ଉପରେ ଚାପ ହ୍ରାସ ପାଇଁ ଏସ୍‌ସିବିର କ୍ଷମତାକୁ ବଢ଼ାଇବାକୁ ପ୍ରୟାସ କରାଯାଉଛି। ଏଣୁ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ(ଏସ୍‌ସିବି)ରେ ଆଗାମୀ ଦିନରେ ଆହୁରି ୧୦୦ ବେଡ୍‌ ବୃଦ୍ଧି କରାଯିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏଥିରେ ୪୧ଟି ଆଇସିୟୁ ବେଡ ଓ ୪୦ଟି ଏଚ୍‌ଡିୟୁ ରହିବ । ଏସ୍‌ସିବିକୁ ମିଶାଇ କଟକରେ ଏବେ ୧୨ ଶହ ବେଡ, ୩୦୦ ଆଇସିୟୁ ରହିଛି। ଏସ୍‌ସିବିରେ ବେଡ ଉପଲବ୍ଧତା ବଢ଼ିଲେ ଅନ୍ୟ ଜିଲ୍ଲାର ରୋଗୀ ମଧ୍ୟ ଉପକୃତ ହୋଇପାରିବେ। ଏବେ କଟକ ସହରରେ ୩୬୮୫ ଆକ୍ଟିଭ୍‌ କେସ୍ ରହିଛି ଓ ସେଥିମଧ୍ୟରୁ ୮୮% ଆକ୍ରାନ୍ତ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହି ଚିକିତ୍ସିତ ହେଉଛନ୍ତି। କୋଭିଡ୍‌ କେୟାର୍‌ ସେଣ୍ଟରରେ ୪୦ରୁ ୫୦% ଶଯ୍ୟା ପୂରଣ ହୋଇଛି। ସେଥିମଧ୍ୟରୁ ୧୦% କରୋନା ଆକ୍ରାନ୍ତଙ୍କୁ କୋଭିଡ୍‌ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରିବାକୁ ପଡୁଛି ବୋଲି କଟକ ସହରରେ କରୋନା ସ୍ଥିତି ନେଇ ସିଏମ୍‌ସି କମିଶନର ଅନନ୍ୟା ଦାସ ସୂଚନା ଦେଇଛନ୍ତି।

- Advertisement -

ସିଏମ୍‌ସି କମିଶନର ଅନନ୍ୟା ଦାସ କହିଛନ୍ତି ଯେ ଘରେ ରହି ଚିକିତ୍ସିତ ହୁଅନ୍ତୁ। ଜରୁରୀ ପଡ଼ିଲେ ଆମ ନମ୍ବରେ ଜଣାନ୍ତୁ। ଜରୁରୀ ଥିଲେ ଟୋଲ୍‌ ଫ୍ରି ୧୮୦୦ ୩୪୫ ୮୨୮୯କୁ ଫୋନ୍‌ କରନ୍ତୁ। କୋଭିଡ୍‌ କ​‌େ​‌ଣ୍ଟ୍ରାଲ୍‌ ରୁମ୍‌ ନମ୍ବର ୭୦୭୭୭୭୫୫୫୫ରେ ଯୋଗାଯୋଗ କରନ୍ତୁ। ଲକ୍ଷଣ ଥାଇ ଆଣ୍ଟିଜେନ୍‌ ନେଗେଟିଭ୍‌ ଆସିଲେ ବି ଆମକୁ ଜଣାନ୍ତୁ। କୋଭିଡ୍‌ ହସ୍‌ପିଟାଲ୍‌ରେ ସନ୍ଦିଗ୍ଧ ରୋଗୀ ଭାବେ ଆଡ୍‌ମିଶନ୍‌ କରାଯାଇପାରିବ। କମ ଲକ୍ଷଣ ଥିବା ବ୍ୟକ୍ତି ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହି ବି ଭଲ ହେଉଛନ୍ତି। ରାପିଡ ରେସପନ୍ସ ଟିମ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖୁଛି। ହୋମ ଆଇସୋଲେସନର ସୁବିଧା ନଥିଲେ କୋଭିଡ କେୟାରକୁ ଅଣାଯାଉଛି। କୋଭିଡ କେୟାର ସେଣ୍ଟରରେ ଯଥେଷ୍ଟ ପରିମାଣର ଅମ୍ଳଜାନ ଉପଲବ୍ଧ ରହିଛି। ଦରକାର ପଡ଼ିଲେ କରୋନା ଆକ୍ରାନ୍ତଙ୍କୁ କୋଭିଡ ହସ୍‌ପିଟାଲକୁ ପଠାଯାଉଛି। କୋଭିଡ କଣ୍ଟ୍ରୋଲ ରୁମରେ ଉତ୍ସର୍ଗୀକୃତ ଡାକ୍ତର, ନର୍ସ ଓ ଅନ୍ୟ ମେଡିକାଲ କର୍ମଚାରୀ ଅଛନ୍ତି। ସମସ୍ତେ ଲକଡାଉନ୍ ଓ କୋଭିଡ୍ ନିୟମ ପାଳନ କରନ୍ତୁ । ଲକଡାଉନ୍ ଓ କୋଭିଡ୍‌ ନିୟମ ପାଳନ କଲେ ବୃଦ୍ଧି ପାଉଥିବା ସଂକ୍ରମଣ ହ୍ରାସ ପାଇପାରିବ। ଛତ୍ରବଜାରକୁ ଯାଇ ପରିବା ନ କିଣି ଘର ପାଖରେ ଥିବା ଦୋକାନରୁ ପରିବା କିଣନ୍ତୁ। ଏହାସହ ଅନ୍ୟାନ୍ୟ ଜରୁରୀ ଆବଶ୍ୟକ ଜିନିଷ ମଧ୍ୟ ଘରପାଖ ଦୋକାନରୁ କିଣିବା ପାଇଁ ସିଏମ୍‌ସି କମିଶନର ଅନନ୍ୟା ଦାସ ପରାମର୍ଶ ଦେଇଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories