www.samajalive.in
Sunday, December 14, 2025
18.1 C
Bhubaneswar

କରୋନାରୁ ସୁସ୍ଥଙ୍କଠାରେ ନୂଆ ଲକ୍ଷଣ

ନୂଆଦିଲ୍ଲୀ: କରୋନା ସଂକ୍ରମିତଙ୍କଠାରେ ଏବେ ନୂଆ ଲକ୍ଷଣ ଚିହ୍ନଟ କରାଯାଇଛି। ଆକ୍ରାନ୍ତଙ୍କ ଶରୀରରେ କଳା ରଙ୍ଗର ଛଉ ଭଳି ଦାଗ ‘ବ୍ଲାକ୍‌ ଫଙ୍ଗସ୍’ ବା ‘ମୁକୋରମିକୋସିସ୍’ ସୃଷ୍ଟି ହେଉଛି। ପୂର୍ବରୁ ଏହାକୁ ‘ଜିଗୋମିକୋସିସ୍‌’ କୁହାଯାଉଥିଲା। ବିଶେଷକରି କରୋନାରୁ ସୁସ୍ଥ ହେବା ପରେ ଏଭଳି କଳା ଦାଗ ସୃଷ୍ଟି ହେଉଛି। ଏତଦ୍‌ବ୍ୟତୀତ କେତେକ ଦୃଷ୍ଟିଶକ୍ତି ହରାଉଥିବା ମଧ୍ୟ ସୂଚନା ମିଳିଛି। ଗୁଜରାତର ସୁରତଠାରେ ଏଭଳି ୪୦ଟି ମାମଲା ଚିକିତ୍ସା ବିଶେଷଜ୍ଞଙ୍କ ନଜରକୁ ଆସିଛି। ଏହି ୪୦ଜଣଙ୍କ ମଧ୍ୟରୁ ୮ଜଣ ହଠାତ୍‌ ଦୃଷ୍ଟିଶକ୍ତି ହରାଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ଦୁଇ ସପ୍ତାହ ମଧ୍ୟରେ ଏଭଳି ଲକ୍ଷଣ ଥିବା ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଉଛି।

ବ୍ଲାକ୍‌ ଫଙ୍ଗସ୍‌ ହେଉଛି ଏକ ପ୍ରକାର ଚର୍ମ ସଂକ୍ରମଣ। ପୋଡ଼ିଯିବା, କଟିଯିବା ଭଳି କୌଣସି କ୍ଷତ ପରେ ଚମଡ଼ାରେ ଏଭଳି ସଂକ୍ରମଣ ହୋଇ ସମ୍ପୃକ୍ତ ସ୍ଥାନ କଳା ପଡ଼ିଯାଏ। ବାୟୁ ଦ୍ବାରା ଏହାଂ ସଂକ୍ରମିତ ହୋଇଥାଏ। ଗଳା ଏବଂ ଫୁସ୍‌ଫୁସ୍‌ ସଂକ୍ରମଣ କାରଣରୁ ମଧ୍ୟ ଏହା ହୋଇଥାଏ। ଏହାଦ୍ବାରା ମୁଣ୍ଡ ବିନ୍ଧିବା ସହ ଆଖି ଲାଲ୍‌ ହୋଇଥାଏ। କରୋନାରୁ ସୁସ୍ଥ ହେବାର ଦୁଇ ବା ତିନି ଦିନ ପରେ ଏହା ଆରମ୍ଭ ହୋଇଥାଏ। କ୍ରମେ ଏହା ମସ୍ତିଷ୍କକୁ ସଂକ୍ରମିତ କରିଥାଏ। ମଧୁମେହ ରୋଗୀ ଓ ପୁଷ୍ଟିହୀନଙ୍କୁ ଏହା ଅଧିକ ପ୍ରଭାବିତ କରିଥାଏ। ଦିଲ୍ଲୀରେ ମଧ୍ୟ ଏଭଳି ରୋଗୀଙ୍କୁ ଠାବ କରାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories