www.samajalive.in
Friday, December 12, 2025
15.1 C
Bhubaneswar

ଏକାନ୍ତବାସରେ କେଉଁ ଔଷଧ ଖାଇବେ

କଟକ ବଡ଼ ମେଡିକାଲ ଭେଷଜ ବିଭାଗ ମୁଖ୍ୟ ଡା.ଜୟନ୍ତ ପଣ୍ଡା କହିଛନ୍ତି ଯେ, ସଙ୍ଗରୋଧ କିମ୍ବା ଏକାନ୍ତବାସରେ ଥିବା ଆକ୍ରାନ୍ତମାନେ ମନଇଚ୍ଛା ଔଷଧ ସେବନ କରିବା କଥା ନୁହେଁ। ସେମାନଙ୍କଠାରେ ଜ୍ୱର ଦେଖାଦେଲେ ‘ପାରାସିଟାମଲ’-୬୫୦ ମିଲିଗ୍ରାମ ଦିନକୁ ୪ଟା ପର୍ଯ୍ୟନ୍ତ ଖାଇପାରିବେ। ଯଦି ଜ୍ୱର ନାହିଁ ତେବେ ନ ଖାଇଲେ ଚଳିବ, ମାତ୍ର ଜ୍ୱର ନ କମିଲେ ପାରାସିଟାମଲ ବଟିକା ସହିତ ନେପ୍ରକ୍ସେନ-୨୫୦ ମିଲିଗ୍ରାମ ଦିନକୁ ୨ଟା ଖାଇପାରିବେ। ଏହାସହିତ ଭିଟାମିନ୍‍-ସି, ଜିଙ୍କ୍‌ ଔଷଧ ସେବନ କରିପାରିବେ। ତେବେ ଏକାନ୍ତବାସରେ ଥିବା ରୋଗୀମାନେ ‘ଆଇଭରମେକ୍‌ଟିନ’ ଔଷଧ ସେବନ କରିପାରିବେ।

- Advertisement -

୧୨ବର୍ଷରୁ ଊର୍ଦ୍ଧ୍ବ ତଥା ବଡ଼ ବ୍ୟକ୍ତିମାନେ ଦିନକୁ ୧୨ ମିଲିଗ୍ରାମ ଏବଂ ଛୋଟ ପିଲାମାନେ ୬ ମିଲିଗ୍ରାମ ୩ରୁ ୫ଦିନ ଯାଏଁ ଖାଇ ପାରିବେ। ଗର୍ଭବତୀ କିମ୍ବା ପ୍ରସୂତିମାନେ ଏହି ଔଷଧ ସେବନ କରିବା ସ୍ପୃହଣୀୟ ନୁହେଁ। ଏହାବାଦ୍‍ ଫାବିପିରାଭିର ବଟିକା ଏବଂ ରେମଡେସିଭର ଟିକା କେବଳ ଡାକ୍ତରଙ୍କ ପରାମର୍ଶରେ ରୋଗୀଙ୍କ ଅବସ୍ଥା ଦେଖି ଦେଇହେବ। ଯଦି ଆକ୍ରାନ୍ତ ମନଇଚ୍ଛା ଏହି ଔଷଧ କିଣି ସେବନ କରିବେ, ତେବେ ଲାଭ ଅପେକ୍ଷା କ୍ଷତି ଅଧିକ ହେବ ବୋଲି ଡା. ପଣ୍ଡା ଚେତାଇ ଦେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories