www.samajalive.in
Friday, December 12, 2025
15.1 C
Bhubaneswar

ବଢିବ ପାରଦ, ୧୫ ଜିଲାକୁ ହାଲୁକା ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ପ୍ରଭାବ ଯୋଗୁଁ ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ପବନ ଅନୁଭୂତ ହେଉଛି। ଫଳରେ ଖରାରୁ ସାମାନ୍ୟ ଆଶ୍ୱସ୍ତି ମିଳୁଛି। ଆସନ୍ତା ୧୧ ତାରିଖ ଯାଏଁ କାଳବୈଶାଖୀ ଅନୁଭୂତ ହେବ। ହେଲେ ଏହାରି ଭିତରେ ଆଭ୍ୟନ୍ତରୀଣ ଏବଂ ଉପକୂଳବର୍ତ୍ତୀ ଜିଲାଗୁଡିକରେ ତାପମାତ୍ରା ବୃଦ୍ଧି ପାଇଛି। ଏଭଳି ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

କେନ୍ଦ୍ରୀୟ ମଧ୍ୟପ୍ରଦେଶରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ସ୍ଥାନରୁ ଏକ ଚାପବଳୟ (ଟ୍ରପ ଲାଇନ୍‍) ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ଦେଇ ଆସାମ ଆଡକୁ ମୁହାଉଁଛି। ଏହାର ପ୍ରଭାବରେ ଓଡ଼ିଶାରେ କାଳବୈଶାଖୀ ଅନୁଭୂତ ହେବାରେ ଲାଗିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା, ଦକ୍ଷିଣ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ଅନୁଭୂତ ହୋଇପାରେ। ବିଜୁଳି ଘଡଘଡି ସହ ବର୍ଷା ପବନ ବହିବ। ଏହାକୁ ଲକ୍ଷ୍ୟ କରି ପାଣିପାଗ କେନ୍ଦ୍ର କେନ୍ଦୁଝର, କଟକ, ଭଦ୍ରକ, ବାଲେଶ୍ୱର, ନୟାଗଡ, କନ୍ଧମାଳ, ମୟୂରଭଞ୍ଜ, ଯାଜପୁର, ଅନୁଗୋଳ, ଢେଙ୍କାନାଳ, ଦେବଗଡ, ଗଞ୍ଜାମ, ଗଜପତି, ରାୟଗଡା ଏବଂ କୋରାପୁଟ ଜିଲାକୁ ହାଲୁକା ସତର୍କ ସୂଚନା (ୟେଲୋ ୱାର୍ଣ୍ଣିଂ) ଜାରି କରାଯାଇଛି। ଉପରୋକ୍ତ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହ ବର୍ଷା ପବନ ଅନୁଭୂତ ହେବ। ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ। କେନ୍ଦୁଝର, ମୟୂରଭଞ୍ଜ ଏବଂ ଯାଜପୁର ଜିଲାରେ ପ୍ରବଳ କୁଆପଥର ପଡିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସତର୍କ ସୂଚନାକୁ ଲକ୍ଷ୍ୟ କରି ଜିଲାପାଳମାନେ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ ଆୟୁକ୍ତ(ଏସ୍‍ଆରସି)ଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

- Advertisement -

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାଶ କହିଛନ୍ତି, ରାଜ୍ୟରେ କାଳବୈଶାଖୀ ଅନୁଭୂତ ହେଉଥିଲେ ମଧ୍ୟ ତିନିଟି ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଟପିଲାଣି। ଦୁଇଦିନ ପରେ ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ଜିଲାଗୁଡିକରେ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଯେଉଁ ଅଞ୍ଚଳରେ କାଳବୈଶାଖୀ ଅନୁଭୂତ ହେବ ସେଠାରେ ସାମାନ୍ୟ ତାପମାତ୍ରା କମିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories