www.samajalive.in
Tuesday, December 9, 2025
23.1 C
Bhubaneswar

ପତ୍ନୀ ନିର୍ଯାତନା ଘଟଣା, ଉପଆରକ୍ଷୀ ଅଧୀକ୍ଷକଙ୍କ ନାମରେ ରୁଜୁ ହେଲା ମାମଲା

ଚନ୍ଦ୍ରଶେଖରପୁର/ଭୁବନେଶ୍ୱର: ପତ୍ନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅନୁଗୋଳ ଉପଖଣ୍ଡ ଅଧିକାରୀ ତଥା ଉପ ଆରକ୍ଷୀ ଅଧୀକ୍ଷକ ଅଶ୍ୱିନୀ କୁମାର ସାହୁଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପତ୍ନୀ ମମତା ସାହୁ ଶୁକ୍ରବାର ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତି କରି ଚନ୍ଦ୍ରଶେଖରପୁର ପୁଲିସ ନିର୍ଯାତନା, ଗାଳି, ମାଡ଼ ମାରିବା, ଧମକ, ମରଣାନ୍ତକ ଆକ୍ରମଣ ଏବଂ ଯୌତୁକ ନିର୍ଯାତନା ଭଳି ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଗତ ସପ୍ତାହରେ ରାଜ୍ୟ ମହିଳା ଆୟୋଗ ଏବଂ ପୁଲିସ ମହାନିର୍ଦେଶକଙ୍କ ନିକଟରେ ମମତା ଅଭିଯୋଗ କରିଥିଲେ। ସେହିପରି ନ୍ୟାୟ ପାଇବା ଆଶା ନେଇ ବୁଧବାର ମାନବିକ ଅଧିକାର ସୁରକ୍ଷା ସେଲ୍‌ର ଅତିରିକ୍ତ ମହାନିର୍ଦେଶକଙ୍କ ନିକଟରେ ଅଭିଯୋଗ କରିଥିଲେ। ମାମଲା ରୁଜୁ ପରେ ଉପଆରକ୍ଷୀ ଅଧୀକ୍ଷକ ଶ୍ରୀ ସାହୁଙ୍କ ପାଇଁ ଅଡୁଆ ବଢ଼ିଛି। ମମତା ଅଭିଯୋଗରେ ଦର୍ଶାଇଛନ୍ତି, ତାଙ୍କ ସ୍ୱାମୀ ଉପଆରକ୍ଷୀ ଅଧୀକ୍ଷକ ଅଶ୍ୱିନୀ ଅନ୍ୟ ଜଣେ ଥାନା ଅଧିକାରୀଙ୍କୁ ବିବାହ କରିଛନ୍ତି। ସେମାନଙ୍କ ମଧ୍ୟ ଆଉ ଏକ ପୁତ୍ର ସନ୍ତାନ ଅଛି। ଏସବୁ ବିଷୟରେ ସେ ଜାଣି ପ୍ରତିବାଦ କରିବାରୁ ତାଙ୍କୁ ଅଶ୍ୱିନୀ ମାଡ଼ ମାରୁଥିଲେ ଏବଂ ୫୦ ଲକ୍ଷ ଟଙ୍କା ଯୌତୁକ ଆଣିବା ଲାଗି ଦାବି କରୁୁଥିଲେ। ନଚେତ୍‍ ପୋଡ଼ି ମାରି ଦେବାକୁ ଧମକ ଦେଉଥିଲେ। ସ୍ୱାମୀଙ୍କର ଏଭଳି କାର୍ଯ୍ୟକୁ ବାରମ୍ବାର ପ୍ରତିବାଦ କରୁଥିବାରୁ ପୁଅର ପାଠପଢ଼ା ନାମରେ ୨୦୧୭ରେ ଚନ୍ଦ୍ରଶେଖରପୁର ଶୈଳଶ୍ରୀବିହାର ଅଞ୍ଚଳରେ ଏକ ଭଡ଼ା ଘରେ ତାଙ୍କୁ ରଖିଥିଲେ। ୨୦୧୧ରେ ଯାଜପୁର ଥାନା ଅଧିକାରୀ ଥିବା ସମୟରେ ଅଶ୍ୱିନୀଙ୍କ ଉକ୍ତ ଥାନାରେ ଉପଅଧୀକ୍ଷକ ଥିବା ଜନୈକ ମହିଳା ପୁଲିସ ଅଧିକାରୀଙ୍କ ସହିତ ସମ୍ପର୍କ ହୋଇଥିଲା। ୨୦୧୭ରେ ଅଶ୍ୱିନୀଙ୍କ ଭଞ୍ଜନଗର ବଦଳି ହୋଇଯାଇଥିଲା। ସେଠାରେ ସରକାରୀ ବାସଗୃହରେ ଉଭୟେ ରହିଥିବା ଏକାଧିକବାର ଦେଖିଛନ୍ତି। ତେବେ ଏହାକୁ ନେଇ ତାଙ୍କୁ ଅନେକ ଥର ମାଡ଼ ଓ ଗାଳି ଶୁଣିବାକୁ ପଡ଼ିଛି।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories