www.samajalive.in
Sunday, December 14, 2025
19.1 C
Bhubaneswar

ବିଶିଷ୍ଟ ନାଟ୍ୟକାର ପଞ୍ଚାନନ ମିଶ୍ରଙ୍କ ପରଲୋକ

ବୁର୍ଲା :  ବିଶିଷ୍ଟ ନାଟ୍ୟକାର ତଥା ନିର୍ଦ୍ଦେଶକ ଡ଼. ପଞ୍ଚାନନ ମିଶ୍ର(୭୧)ଙ୍କ ଆଜି ବୁର୍ଲା କୋଭିଡ଼ ଡ଼ାକ୍ତରଖାନାରେ ଦେହାନ୍ତ ହୋଇଛି। ସେ କରୋନାରେ ସଂକ୍ରମିତ ହୋଇ ଗତ ଚାଇଶ ଦିନ ଧରି ଚିକିତ୍ସାଧୀନ ଥିଲେ। ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
ସୁବର୍ଣପୁର ଜିଲ୍ଲାର ସୋନପୁରର  ବାସୀନ୍ଦା ଡ଼. ମିଶ୍ର ସୋନପୁର ଓ ବଲାଂଗିର ଜିଲ୍ଲାର ପାଟଣାଗଡ଼ ଠାରେ ସ୍କୁଲ ଶିକ୍ଷା ସମାପ୍ତ କରିବାରୁ ବଲାଂଗିର ଏବଂ ସମ୍ବଲପୁରର କଲେଜରେ ଅଧ୍ୟୟନ କରିଥିଲେ। ଡ଼. ମିଶ୍ର ଅଳ୍ପ ବୟସରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଚାକିରୀ ଜୀବନ ଆରମ୍ଭ କରିଥିଲେ। ସେଠାରେ ସେ ଚାକିରୀ କରିବା ସମୟରେ ଏମଏ ଓ ଡ଼କ୍ଟରେଟ ଡିଗ୍ରୀ ହାସଲ କରିଥିଲେ। ଦୂର ଓ ନିରନ୍ତର ଶିକ୍ଷା ବିଭାଗର ନିର୍ବାହୀ ପଦବୀରେ ସେ ଅବସର ଗ୍ରହଣ କରିଥିଲେ। ବିଶ୍ୱବିଦ୍ୟାଳୟର ପ୍ରଦର୍ଶନ କଳା ବିଭାଗ ଏବଂ ସମ୍ବଲପୁର ସମଲେଶ୍ୱରୀ କଲେକରେ ଅଧ୍ୟାପନା ଦାୟୀତ୍ୱ ମଧ୍ୟ ନିର୍ବାହ କରିଥିଲେ। ତେବେ ମଂଚ ଅଭିନେତା, ନାଟ୍ୟକାର, ନିର୍ଦ୍ଦେଶକ ଏବଂ ସାଂସ୍କୃତିକ ସଂଗଠକ ଭାବରେ ସେ ସ୍ୱତନ୍ତ୍ର ପରିଚୟ ତିଆରୀ କରିଥିଲେ।
୧୯୫୭ରେ ସେ ଶିଶୁ କଳାକାର ଭାବରେ ନାଟକରେ ଅଭିନୟ ଆରମ୍ଭ କରିଥିଲେ। ହେଲେ ୧୯୬୯ ମସିହାରୁ ନିରନ୍ତର ଭାବରେ ମଂଚ କ୍ଷେତ୍ରରେ ସାମିଲ ହୋଇଥିଲେ। ୧୯୭୦ରେ ତାଙ୍କ ନିର୍ଦ୍ଦେଶୀତ ପ୍ରଥମ ନାଟକ ପ୍ରଦର୍ଶିତ ହୋଇଥିଲା। ଏହା ପରେ ସେ ନାଟକ କ୍ଷେତ୍ରରେ ଏକ ପରିଚିତ ବ୍ୟକ୍ତିତ୍ୱ ହେବାରେ ସକ୍ଷମ ହୋଇଥିଲେ। ୧୯୮୩ ଓ ୧୯୮୪ରେ ପ୍ରୟାଗରାଜ ଠାରେ ଅନୁଷ୍ଟିତ ସର୍ବଭାରତୀୟ ବହୁଭାଷୀ ନାଟକ ପ୍ରତିଯୋଗୀତାରେ ସମ୍ବଲପୁରୀ ନାଟକ ସସେମିରା ଏବଂ ସମୁଦ୍ର ପାଇଁ ଶ୍ରେଷ୍ଟ ଅଭିନେତା ପୁରସ୍କାର ହାସଲ କରିଥିଲେ। ଏଠାରେ ୧୯୮୯ରେ ତାଙ୍କୁ ଶ୍ରେଷ୍ଟ ଅଭିନେତା ପୁରସ୍କାର ଓ ନୂଆଦିଲ୍ଲୀରେ ହୋଇଥିବା ପ୍ରତିଯୋଗୀତାରେ ଶ୍ରେଷ୍ଟ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଥିଲା। ନୂଆଦିଲ୍ଲୀରେ କଳା ବିକାଶ ସଂଗଠନ ପକ୍ଷରୁ ସେ ସଞୀବ କୁମାର ସ୍ମାରକୀ ପୁରସ୍କାର ହାସଲ କରିଥିବା ବେଳେ ସେହିବର୍ଷ ତାଙ୍କୁ ଏଲ୍ଲାହାବାଦ ନାଟ୍ୟ ସଂଘର ନାଟ୍ୟଶ୍ରୀ ଉପାଧୀ ପ୍ରଦାନ କରାଯାଇଥିଲା। ଡ଼.ମିଶ୍ର ଅନ୍ୟୁନ୍ୟ ତିନିଶହଟି ନାଟକରେ ଅଭିନୟ କରିଥିବା ସ୍ତଳେ ଦୁଇଶହରୁ ଅଧୀକ ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି। ଆକାଶବାଣୀ ଏବଂ ଦୂରଦର୍ଶନର ସ୍ୱୀକୃତୀପ୍ରାପ୍ତ କଳାକାର ଡ଼. ମିଶ୍ର ପନ୍ଦରଟି ନାଟକ, ନାଟ୍ୟକଳା ଓ ଲୋକନାଟକ ଉପରେ ଅନେକ ନିବନ୍ଧ, ତିନୋଟି ପୁସ୍ତକ ରଚନା କରିଛନ୍ତି୍। ସେ ସମ୍ବଲପୁର ରେ ନାଟକ ପ୍ରତିଯୋଗୀତା ଏବଂ ଲୋକମହୋତ୍ସବ ଆୟୋଜନ କମିଟୀର ସଂଯୋଜକ ଓ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ନାଟକ ପ୍ରତିଯୋଗୀତାରେ ବିଚାରକ ଦାୟୀତ୍ୱ ମଧ୍ୟ ନିର୍ବାହ କରିଛନ୍ତି। ଡ଼. ରାଜ୍ୟର ଅନେକ ସାଂସ୍କୃତିକ ସଂଗଠନ, ବିଶେଷକରି ସମ୍ବଲପୁରର ନାଟକ ଅନୁଷ୍ଟାନ ମାନଙ୍କ ସହିତ ଓତୋପ୍ରୋତ ଭାବରେ ଜୀବନର ଶେଷ ପର୍ଯ୍ୟନ୍ତ ସମ୍ପୃକ୍ତ ଥିଲେ। ସେ ତାଙ୍କ ସ୍ତ୍ରୀ, ପୁଅ ଏବଂ ଝିଅ ପରିବାରକୁ ଏକା କରି ଛାଡି ଚାଲି ଯାଇଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories