www.samajalive.in
Saturday, December 6, 2025
26.1 C
Bhubaneswar

କୋଭିଡ ମହାମାରୀ ସମୟରେ ଅନ୍‍ଲାଇନ ସ୍ୱାସ୍ଥ୍ୟସେବା

ଭୁବନେଶ୍ୱର: କୋଭିଡ ମହାମାରୀ ସମୟରେ ସାଧାରଣ ଅଥବା ଜଟିଳ ରୋଗରେ ପୀଡିତ ଲୋକ ମଧ୍ୟ ଚିକିତ୍ସା ସୁବିଧା ପାଇପାରୁନାହାନ୍ତି। ଡାକ୍ତରଖାନା ଯିବାକୁ ସେମାନେ ଭୟ କରୁଥିବାବେଳେ ଡାକ୍ତରମାନେ ମଧ୍ୟ ଉପଲବ୍ଧ ହେଉନାହାନ୍ତି। ଏଭଳି ପରିସ୍ଥିତିରେ ରାଜ୍ୟରେ ଜନସାଧାରଣ ସ୍ୱାସ୍ଥ୍ୟସେବା ପାଇବା କ୍ଷେତ୍ରରେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରିକି କୋଭିଡ ସଂକ୍ରମଣ ପୂର୍ବରୁ ମଧ୍ୟ ରାଜ୍ୟର ଦୁର୍ଗମ ଅଞ୍ଚଳର ଲୋକ ସହରକୁ ଆସି ବିଶେଷଜ୍ଞ ଡାକ୍ତରମାନଙ୍କୁ ଦେଖାଇବାରେ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ବେସରକାରୀ ଉଦ୍ୟମରେ ଆରମ୍ଭ କରାଯାଇଛି ଅନ୍‍ଲାଇନ ସ୍ୱାସ୍ଥ୍ୟସେବା ଯୋଗାଣ ବ୍ୟବସ୍ଥା। ଯେଉଁଥିରେ ଜଣେ ଲୋକ ଯଥେଷ୍ଟ କମ ଖର୍ଚ୍ଚରେ ବିଶେଷଜ୍ଞ ଡାକ୍ତରଙ୍କ ସହିତ ପରାମର୍ଶ କରି ଉପଯୁକ୍ତ ଚିକିତ୍ସା ପାଇପାରିବେ। ତାହାସହିତ ଦଲାଲମାନଙ୍କ ହାବୁଡରେ ପଡିବେନାହିଁ କିମ୍ବା ସେମାନଙ୍କୁ କେହି ସ୍ୱାସ୍ଥ୍ୟସେବା ଆଳରେ ଶୋଷଣ କରିବେନାହିଁ। ଏହି ଉଦ୍ଦେଶ୍ୟରେ ଏକ ଷ୍ଟାର୍ଟଅପ୍‍ ଆରମ୍ଭ କରାଯାଇଛି। ଏହି ଡିଜିଟାଲ୍ ସ୍ୱାସ୍ଥ୍ୟ ସେବା ଷ୍ଟାର୍ଟଅପ୍ ସଂସ୍ଥା ୫ଇ ହେଲ୍ଥକେୟାର ପକ୍ଷରୁ କୋଭିଡ୍ କେୟାର ପାଇଁ ସ୍ୱତନ୍ତ୍ର ଭିଡିଓ ପରାମର୍ଶ ସେବାର ଶୁଭାରମ୍ଭ କରାଯାଇଛି। ଗୁଗୁଲ୍ ପ୍ଲେ ଷ୍ଟୋର ଓ ଆପଲ୍ ଆପ୍ ଷ୍ଟୋରରେ ଉପଲବ୍ଧ ଥିବା ୫ଇକେୟାର ଆପ୍‌ର ଏହା ଅଂଶ ହେବ। ଏହି ଆପ୍ ମେଡିକାଲ ସମ୍ବଳର ଉପଯୁକ୍ତ ବ୍ୟବହାର କରି ମେଡିକାଲ୍ କର୍ତୃପକ୍ଷଙ୍କ ଦ୍ୱାରା ପ୍ରଭାବଶାଳୀ କୋଭିଡ୍ କେୟାର ସେବା କୋଭିଡ୍-୯ ଚିକିତ୍ସା ପାଇଁ ପ୍ରଦାନ କରୁଛି।

ଓଡ଼ିଶାରେ ଏହା ହେଉଛି ପ୍ରଥମ ଧରଣର ସେବା ଯେଉଁଥରେ ଲକ୍ଷଣ ଥିବା ଏବଂ ସନ୍ଦେହଜନକ ବ୍ୟକ୍ତିମାନେ ବୁକିଂ କରିବାର ୧୫ ମିନିଟ୍ ଭିତରେ ଆପ୍ ମାଧ୍ୟମରେ ବିଶେଷଜ୍ଞଙ୍କ ସହ ପରାମର୍ଶ କରିପାରିବେ। ଭିଡିଓ ପରାମର୍ଶ ଦ୍ୱାରା ମେଡିକାଲ୍ ଷ୍ଟାଫ୍, ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀମାନଙ୍କ ପ୍ରତି ସଂକ୍ରମଣ ଭୟ ନଥାଏ। ତିନି ପ୍ରକାର କୋଭିଡ-୧୯ ସଂକ୍ରମଣର ବ୍ୟକ୍ତିମାନେ ଡାକ୍ତରଙ୍କ ସହ ପରାମର୍ଶ କରିପାରିବେ। ୧) ଯଦି କୋଭିଡ୍ ପଜିଟିଭ୍ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥାନ୍ତି ଓ ନିଜେ ଏହା ଦ୍ୱାରା ଆକ୍ରାନ୍ତ ବୋଲି ସନ୍ଦେହ କରୁଥାନ୍ତି। ୨) ଜ୍ୱର, ଶୁଖିଲା କାଶ, କ୍ଳାନ୍ତ ଲାଗିବା, ବିନ୍ଧା ହେବା, ତଂଟି ଦରଜ ଲାଗିବା, ଝାଡ଼ାବାନ୍ତି ହେବା, ଅସହଜ ଲାଗିବା, ମୁଣ୍ଡବ୍ୟଥା, ଚର୍ମ କୁଣ୍ଡାଇ ହେବା, ଆଙ୍ଗୁଠି ଓ ପାଦର ରଙ୍ଗ ବଦଳିବା ଭଳି ସାଧାରଣ ଲକ୍ଷଣ ଥିଲେ। ୩) ନିଶ୍ୱାସ ନେବାରେ ଅସୁବିଥା ହେଉଥିଲେ, କିମ୍ବା ଅଳ୍ପ ଅଳ୍ପ ନିଶ୍ୱାସ ନେଉଥିଲେ, ଛାତି ଯନ୍ତ୍ରଣା କିମ୍ବା ଛାତିରେ ଚାପ, କଥା କହି ନପାରିବା କିମ୍ବା ଚାଲି ନପାରିବା ଭଳି ଗୁରୁତର ଲକ୍ଷଣ ଦେଖାଥିଲେ ଡାକ୍ତରଙ୍କ ସହ ପରାମର୍ଶ କରିହେବ।

- Advertisement -

କେବଳ ତୃତୀୟ ସ୍ତର ବ୍ୟତୀତ ଅନ୍ୟ ଦୁଇ ସ୍ତରର ରୋଗୀମାନେ ଡାକ୍ତରଙ୍କ ପରାମର୍ଶ ନେଇ ଘରେ ରହି ଚିକିତ୍ସିତ ହୋଇପାରିବେ। ଲକ୍ଷଣ ଥିଲେ ଆଗୁଆ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଆହ୍ୱାନ ଦିଆଯାଇଛି। ବିଳମ୍ବ ହେଲେ ମାମଲା ଜଟିଳ ହୋଇପାରେ। ଏହି ଚିକିତ୍ସା ପଦ୍ଧତିରେ ରୋଗୀଙ୍କୁ ପ୍ରଥମେ ଏକ ଫର୍ମ ପୂରଣ କରିବାକୁ ପଡ଼ିବ। ଏହା ପରେ ଡାକ୍ତର ଏଚ୍ଡି କଲ୍ ଜରିଆରେ ରୋଗୀଙ୍କୁ ଦେଖିବେ। ଦରକାର ପଡ଼ିଲେ କ୍ୟାମେରାକୁ ସାମ୍ନାରେ ରଖିବା ଲାଗି ଡାକ୍ତର କହିପାରନ୍ତି। ଡାକ୍ତର ଏକ ଡିଜିଟାଲ୍ ପ୍ରେସ୍କ୍ରିପ୍ସନ୍ ତିଆରି କରି ରୋଗୀଙ୍କ ପାଖକୁ ପଠାଇବେ। ତାହାକୁ ଦେଖାଇ ଔଷଧ ଦୋକାନରୁ ଔଷଧ ଆଣିହେବ ବୋଲି କହିଛନ୍ତି ୫ଇ ହେଲ୍ଥକେୟାରର ସିଇଓ ସୁଦର୍ଶନ ପରିଡ଼ା।

 

Hot this week

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

Related Articles

Popular Categories