www.samajalive.in
Monday, December 8, 2025
14.1 C
Bhubaneswar

ଦିନ ୨ଟା ସୁଦ୍ଧା ମୁଖ୍ୟ ସମ୍ବାଦ (୭ ମେ ୨୦୨୧)

ଦେଶ/ବିଦେଶ ଖବର

ନୂଆଦିଲ୍ଲୀ: କରୋନାର ୨ୟ ତରଙ୍ଗରେ ସଂକ୍ରମିତ ରୋଗୀ ସୁସ୍ଥ ହେବା ପରେ ଏକ ନୂଆ ରୋଗର ଶିକାର ହେଉଛନ୍ତି। ଏହାର ତ୍ଵରିତ ଚିକିତ୍ସା କରା ନ କଲେ ରୋଗୀଙ୍କ ଚକ୍ଷୁ ନଷ୍ଟ ହୋଇଯାଉଛି କିମ୍ବା ମୃତ୍ୟୁମୁଖରେ ପଡୁଛନ୍ତି। ଏହି ରୋଗର ନାମ ହେଉଛି ‘ମିକୋର ମାଇକୋସିସ’। ଗୁଜରାଟର ସୁରତରେ ୧୫ ଦିନ ମଧ୍ୟରେ ୪୦ରୁ ଅଧିକ ଏପରି ମାମଲା ଦେଖିବାକୁ ମିଳିଲାଣି। ଯେଉଁଥିରୁ ୮ ରୋଗୀଙ୍କ ଚକ୍ଷୁ ନଷ୍ଟ ହୋଇଯାଇଛି।

ପୁଡୁଚେରୀ: କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏଆଇଏନ୍‌ଆରସି ମୁଖ୍ୟ ଏନ୍‌. ରଙ୍ଗସ୍ବାମୀ। ୨ୟ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ।

- Advertisement -

ନୂଆଦିଲ୍ଲୀ: ଦେଶରେ ଟିକାକରଣ ଅଭିଯାନରେ ଶୁକ୍ରବାର ସକାଳ ସୁଦ୍ଧା ଦେଶରେ ୧୬ କୋଟି ୪୯ଲକ୍ଷ ୭୩ ହଜାରରୁ ଅଧିକ ଲୋକଙ୍କୁ କୋଭିଡ ଟିକା ଦିଆଯାଇଛି।

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ୧୭ କୋଟି ୩୫ ଲକ୍ଷ ମାଗଣା ଟିକା ପ୍ରଦାନ କରିଛନ୍ତି। ସେଥିରୁ ୧୬ କୋଟି ୪୪ ଲକ୍ଷ ପାନ ବ୍ୟବହୃତ ହୋଇଛି।

ନୂଆଦିଲ୍ଲୀ: ୬୦୦ ଅମ୍ଳଜାନ କନସେନଟ୍ରେଟର, ୫୦ ଭେଣ୍ଟିଲେଟର ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ନେଇ ସ୍ୱିଜରଲ୍ୟାଣ୍ଡରୁ ଏକ ବିମାନ ଆଜି ସକାଳେ ଭାରତରେ ପହଞ୍ଚିଛି। ସୂଚନା ଦେଲେ ବୈଦେଶିକ ବ୍ୟାପାର ମୁଖପାତ୍ର ଅରିନ୍ଦମ ବାଗଚି।

ନୂଆଦିଲ୍ଲୀ: ୟୁରୋପୀୟ ପରିଷଦ ସଭାପତି ଚାର୍ଲସ ମିସେଲଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଶନିବାର ୟୁରୋପୀୟ ପରିଷଦ(ଇୟୁ)ର ବୈଠକରେ ଯୋଗଦେବେ।

ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ ୪ ଲକ୍ଷ ୧୪ ହଜାର ୧୮୮ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ଏବଂ ୩୯୧୫ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୧୪ ଲକ୍ଷ ୯୧ ହଜାର ୫୯୮କୁ ବୃଦ୍ଧିପାଇଛି। ସେହିପରି କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୨ ଲକ୍ଷ ୩୪ ହଜାର ୮୩ରେ ପହଞ୍ଚିଛି।

ନୂଆଦିଲ୍ଲୀ: ଭାରତରେ ପ୍ରତି ଘଣ୍ଟାରେ ହାରାହାରି ୧୫୦ ସଂକ୍ରମିତ କରୋନା ଭୂତାଣୁରେ ପ୍ରାଣ ହରାଉଛନ୍ତି। ୧୦ ଦିନ ମଧ୍ୟରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୬,୧୧୦ ହୋଇଛି, ଯାହା ବିଶ୍ୱର ଗୋଟିଏ ଦେଶରେ ସର୍ବାଧିକ ମୃତ୍ୟୁସଂଖ୍ୟା ବୋଲି ଜଣାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂତ୍ରରୁ ଜଣାଯାଇଛି, ଆମେରିକାରେ ୧୦ ଦିନରେ କରୋନା ମୃତ୍ୟୁସଂଖ୍ୟା ୩୪,୭୯୮ ଏବଂ ବ୍ରାଜିଲରେ ଏହା ୩୨,୬୯୨ ରହିଛି।

ଚେନ୍ନଇ: ଡିଏମ୍‌କେ ମୁଖ୍ୟ ଏମ୍‌.କେ. ଷ୍ଟାଲିନ୍‌ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶୁକ୍ରବାର ଶପଥ ଗ୍ରହଣ ​କରିଛନ୍ତି। କରୋନା କଟକଣା ମଧ୍ୟରେ ରାଜଭବନ ପରିସରରେ ଆୟୋଜିତ ସମାରୋହରେ ରାଜ୍ୟପାଳ ବନୱାରିଲାଲ ପୁରୋହିତ ତାଙ୍କୁ ପଦ ଓ ଗୋପନୀୟତର ଶପଥ ପାଠ କରାଇଛନ୍ତି।

ହରିୟାଣା: ରାଜସ୍ଥାନ ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ସମ୍ପୂର୍ଣ୍ଣ ତାଲାବନ୍ଦ ଘୋଷଣା କରିଛନ୍ତି, ମେ’ ୧୦ ତାରିଖରୁ ୨୪ ତାରିଖ ସକାଳ ୫ଟା ଯାଏଁ ତାଲାବନ୍ଦ ବଳବତ୍ତର ରହିବ।

ଭୋପାଳ: ରେମଡେସିଭିର ଇଞ୍ଜେକ୍ସନ ନେଇ ଆସୁଥିବା ଏକ ବିମାନ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ମଧ୍ୟପ୍ରଦେଶର ଗ୍ବାଲିଅର ବିମାନବନ୍ଦରରେ ଏହି ଦୁର୍ଘଟଣା ଘଟିଛି। ଅବତରଣ ପରେ ବିମାନଟି ରନୱେରୁ ଖସିଯିବା ଫଳରେ ଦୁର୍ଘଟଣାର ଶିକାର ହୋଇଥିଲା। ତେବେ ବିମାନର ଦୁଇ ଚାଳକ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। ଉଭୟଙ୍କୁ ସାମାନ୍ୟ ଆଘାତ ଲାଗିଛି।

ରାଜ୍ୟ ଖବର

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ  ୧୨,୨୩୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୯୧୪ ଜଣ ସଂଗରୋଧରୁ ଏବଂ ୫୩୨୪ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ରୁ ସର୍ବାଧିକ ୨୦୭୩ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ବର:  ରାଜ୍ୟରେ ଆଜି ଆଉ ୧୯ କୋରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଓ ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ୪ ଜଣ ଲେଖାଁଏ ଏବଂ ଗଞ୍ଜାମ ଓ ପୁରୀ ଜିଲ୍ଲାରେ ୨ ଜଣ ଲେଖାଁଏ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୨,୧୪୦କୁ ବୃଦ୍ଧି ପାଇଛି।

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ଲାଗି ରାଜ୍ୟ ସରକାର ୧୪ ଦିନିଆ ତାଲାବନ୍ଦ ଘୋଷଣା କରିଥିଲେ ହେଁ ଅନେକ ଲୋକ ଏହାକୁ ମାନୁନାହାନ୍ତି। ଯାହାଫଳରେ ତାଲାବନ୍ଦ ସତ୍ବେ ରାଜ୍ୟରେ ସଂକ୍ରମିତ ଏବଂ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ଖୋର୍ଦ୍ଧା ଓ କଟକ ଜିଲାରେ ଯଥାକ୍ରମେ ୧୮୨୮ ଓ ୯୧୬ ନୂଆ ସଂକ୍ରମିତ ବାହାରିଛନ୍ତି।

ପୁରୀ:  କରୋନା କାୟା ସାରା ରାଜ୍ୟରେ ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ ପୁରୀ ଜିଲା କାକଟପୁରରେ ଏକ ନକଲି କରୋନା ପରୀକ୍ଷାକେନ୍ଦ୍ର ଠାବ ହୋଇଛି। ପୁଲିସ କେନ୍ଦ୍ରଟିକୁ ସିଲ କରିବା ସହିତ ବହୁ ଉପକରଣ ଓ ନକଲି ପରୀକ୍ଷା ରିପୋର୍ଟ ଜବତ କରିଛି। ଠକେଇ ଓ ଜାଲିଆତି ଅଭିଯୋଗରେ ପ୍ରକାଶ ଦାସଙ୍କୁ ଗିରଫ କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories