www.samajalive.in
Tuesday, December 9, 2025
23.1 C
Bhubaneswar

ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନ୍‌. ରଙ୍ଗସ୍ବାମୀ

ପୁଡୁଚେରୀ : କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଏଆଇଏନ୍‌ଆରସି ମୁଖ୍ୟ ଏନ୍‌. ରଙ୍ଗସ୍ବାମୀ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। କରୋନା କଟକଣା ମଧ୍ୟରେ ଆୟୋଜିତ ଏକ ନିରାଡମ୍ବର ସମାରୋହରେ ଉପ-ରାଜ୍ୟପାଳ ଡକ୍ଟର ତାମିଲିସାଇ ସୁନ୍ଦରରାଜନ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି।

ପୂର୍ବରୁ ୩ ଥର ମୁଖ୍ୟମନ୍ତ୍ରୀ ଥିବା ରଙ୍ଗସ୍ବାମୀ ୪ର୍ଥ ଥର ପାଇଁ  ବିଜେପି ସହିତ ମେଣ୍ଟ କରି ଏହି କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଗତ ଜାନୁଆରୀରେ ତାଙ୍କ ଦଳ ସହିତ ବିଜେପି ମେଣ୍ଟ କରିଥିଲା। ନିର୍ବାଚନରେ ରଙ୍ଗସ୍ବାମୀଙ୍କ ଦଳ ୧୬ରୁ ୧୦ଟି ଆସନରେ ବିଜୟୀ ହୋଇଛି। ସହଯୋଗୀ ବିଜେପି ୯ଟିରୁ ୬ଟି ଆସନରେ ବିଜୟୀ ହୋଇଛି। ମୋଟ ୩୦ ଆସନ ବିଶିଷ୍ଟ ବିଧାନସଭାରେ ମିଳିତ ଭାବେ ଏମାନଙ୍କ ସଦସ୍ୟ ସଂଖ୍ୟା ୧୬ ରହିଛି। ୭୦ବର୍ଷୀୟ ରଙ୍ଗସ୍ବାମୀ ୨୦୦୧ରୁ ୨୦୦୮ ପର୍ଯ୍ୟନ୍ତ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଥିଲେ। ନିଜର ସାଧାରଣ ଜୀବନଯାପନ ଶୈଳୀ ପାଇଁ ସେ ବେଶ୍‌ ଲୋକପ୍ରିୟ। ସୂଚନାଯୋଗ୍ୟ ରଙ୍ଗସ୍ବାମୀ କଂଗ୍ରେସରୁ ଇସ୍ତଫା ଦେବା ପରେ ନିଜସ୍ବ ଦଳ ଏଆଇଏନ୍‌ଆରସି ଗଠନ କରିଥିଲେ।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories