www.samajalive.in
Monday, December 8, 2025
13.1 C
Bhubaneswar

ମମତାଙ୍କ ଅଭିଯୋଗ; ପଶ୍ଚିମବଙ୍ଗର ଅମ୍ଳଜାନକୁ ଅନ୍ୟତ୍ର ପଠାଉଛି କେନ୍ଦ୍ର

କଲକାତା: ୩ୟ ଥର ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ବିରୋଧରେ ସାଂଘାତିକ ଅଭି​‌ଯୋଗ ଆଣିଛନ୍ତି। ରାଜ୍ୟ ପାଇ ରହିଥିବା ଅମ୍ଳଜାନ କୋଟାକୁ କେନ୍ଦ୍ର ସରକାର ଅନ୍ୟ ରାଜ୍ୟକୁ ପଠାଉଛନ୍ତି ବୋଲି ମମତା କହିଛନ୍ତି। ଏ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ମମତା ଦର୍ଶାଇଛନ୍ତି ଯେ, ପଶ୍ଚିମବଙ୍ଗ ପାଇଁ ଦୈନିକ ମେଡିକାଲ ଅମ୍ଳଜାନ ୪୭୦ ମେଟ୍ରିକ ଟନ ଦରକାର ପଡୁଥିଲା। କିନ୍ତୁ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ କିଛି ସପ୍ତାହ ହେବ ଦୈନିକ ୫୫୦ ମେଟ୍ରିକ ଟନ ଅମ୍ଳଜାନ ଆବଶ୍ୟକ ପଡ଼ୁଛି। ଏ ସମ୍ପର୍କରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ବହୁ ପୂର୍ବରୁ ଅବଗତ କରାଇ ସାରିଛନ୍ତି।

- Advertisement -

ତେବେ ଦରକାର ଅନୁସାରେ ଅମ୍ଳଜାନ ପଠାଇବା ବଦଳରେ କେନ୍ଦ୍ର ସରକାର ଅନ୍ୟ ରାଜ୍ୟଗୁଡ଼ିକର ମେଡିକାଲ ଅମ୍ଳଜାନ କୋଟା ବୃଦ୍ଧି କରିଛନ୍ତି। ଏପରି କି କେନ୍ଦ୍ର ସରକାର ପଶ୍ଚିମବଙ୍ଗରେ ଉତ୍ପାଦିକ ତରଳ ଅମ୍ଳଜାନକୁ ଅନ୍ୟ ରାଜ୍ୟକୁ ପଠାଇ ଦେଉଛନ୍ତି। ଗତ ୧୦ ଦିନ ହେବ ଦୈନିକ ୫୫୦ ମେଟ୍ରିକ ଟନ ଅମ୍ଳଜାନ ଆବଶ୍ୟକ ହେଉଥିବା ସତ୍ବେ କେନ୍ଦ୍ର ପକ୍ଷରୁ ୩୦୮ ମେଟ୍ରିକ ଟନ ଅମ୍ଳଜାନ ପଠାଯାଉଛି।

ମମତା ଆହୁରି କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଦୈନିକ ୫୬୦ ମେଟ୍ରିକ ଟନ ଅମ୍ଳଜାନ ଉତ୍ପାଦନ କରାଯାଉଛି। ତେଣୁ ପଶ୍ଚିମବଙ୍ଗ ପାଇଁ ଅମ୍ଳଜାନ ଆବଣ୍ଟନର ସମୀକ୍ଷା କରିବା ଲାଗି ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories