www.samajalive.in
Saturday, December 6, 2025
19.1 C
Bhubaneswar

ମମତାଙ୍କ ଅଭିଯୋଗ; ପଶ୍ଚିମବଙ୍ଗର ଅମ୍ଳଜାନକୁ ଅନ୍ୟତ୍ର ପଠାଉଛି କେନ୍ଦ୍ର

କଲକାତା: ୩ୟ ଥର ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ବିରୋଧରେ ସାଂଘାତିକ ଅଭି​‌ଯୋଗ ଆଣିଛନ୍ତି। ରାଜ୍ୟ ପାଇ ରହିଥିବା ଅମ୍ଳଜାନ କୋଟାକୁ କେନ୍ଦ୍ର ସରକାର ଅନ୍ୟ ରାଜ୍ୟକୁ ପଠାଉଛନ୍ତି ବୋଲି ମମତା କହିଛନ୍ତି। ଏ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ମମତା ଦର୍ଶାଇଛନ୍ତି ଯେ, ପଶ୍ଚିମବଙ୍ଗ ପାଇଁ ଦୈନିକ ମେଡିକାଲ ଅମ୍ଳଜାନ ୪୭୦ ମେଟ୍ରିକ ଟନ ଦରକାର ପଡୁଥିଲା। କିନ୍ତୁ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ କିଛି ସପ୍ତାହ ହେବ ଦୈନିକ ୫୫୦ ମେଟ୍ରିକ ଟନ ଅମ୍ଳଜାନ ଆବଶ୍ୟକ ପଡ଼ୁଛି। ଏ ସମ୍ପର୍କରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ବହୁ ପୂର୍ବରୁ ଅବଗତ କରାଇ ସାରିଛନ୍ତି।

- Advertisement -

ତେବେ ଦରକାର ଅନୁସାରେ ଅମ୍ଳଜାନ ପଠାଇବା ବଦଳରେ କେନ୍ଦ୍ର ସରକାର ଅନ୍ୟ ରାଜ୍ୟଗୁଡ଼ିକର ମେଡିକାଲ ଅମ୍ଳଜାନ କୋଟା ବୃଦ୍ଧି କରିଛନ୍ତି। ଏପରି କି କେନ୍ଦ୍ର ସରକାର ପଶ୍ଚିମବଙ୍ଗରେ ଉତ୍ପାଦିକ ତରଳ ଅମ୍ଳଜାନକୁ ଅନ୍ୟ ରାଜ୍ୟକୁ ପଠାଇ ଦେଉଛନ୍ତି। ଗତ ୧୦ ଦିନ ହେବ ଦୈନିକ ୫୫୦ ମେଟ୍ରିକ ଟନ ଅମ୍ଳଜାନ ଆବଶ୍ୟକ ହେଉଥିବା ସତ୍ବେ କେନ୍ଦ୍ର ପକ୍ଷରୁ ୩୦୮ ମେଟ୍ରିକ ଟନ ଅମ୍ଳଜାନ ପଠାଯାଉଛି।

ମମତା ଆହୁରି କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଦୈନିକ ୫୬୦ ମେଟ୍ରିକ ଟନ ଅମ୍ଳଜାନ ଉତ୍ପାଦନ କରାଯାଉଛି। ତେଣୁ ପଶ୍ଚିମବଙ୍ଗ ପାଇଁ ଅମ୍ଳଜାନ ଆବଣ୍ଟନର ସମୀକ୍ଷା କରିବା ଲାଗି ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories