www.samajalive.in
Sunday, December 14, 2025
26.1 C
Bhubaneswar

କରୋନାରୁ ସୁସ୍ଥ ହେବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

କରୋନା ଭୂତାଣୁରେ ପ୍ରତ୍ୟେକ ଦିନ ଲକ୍ଷାଧିକ ଲୋକେ ସଂକ୍ରମିତ ହେଉଛନ୍ତି। ହଜାର ହଜାର ନିଜର ଜୀବନ ହାରୁଛନ୍ତି। ଏହାସହ ଲକ୍ଷ ଲକ୍ଷ ଲୋକେ ସଂକ୍ରମଣରୁ ମୁକ୍ତ ମଧ୍ୟ ହୋଇ ସୁସ୍ଥ ହେଉଛନ୍ତି। ମାତ୍ର ଭୂତାଣୁ ଶରୀର ଅନେକ ମାତ୍ରାରେ ପ୍ରଭାବ ପକାଉଥିବାରୁ ଅନେକ ଦିନ ପର୍ଯ୍ୟନ୍ତ ଦୁର୍ବଳ ଅନୁଭବ ହୋଇଥାଏ। ସଂକ୍ରମଣରୁ ସୁସ୍ତ ହେଉଥିବା ଲୋକେ ଔଷଧ ଖାଇବା ସହ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ରଖିବା ନିତ୍ୟାନ୍ତ ଆବଶ୍ୟକ। ଯାହା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇପାରିବ। ଜାଣନ୍ତୁ କିଛି ସ୍ୱତନ୍ତ୍ର ଉପାୟ ବିଷୟରେ….
କରୋନାରୁ ସୁସ୍ଥ ହେବା ସମୟରେ ପାକେଟରେ ଥିବା ପ୍ରସ୍ତୁତ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ। ଏଥିରେ ଥିବା କେମିକାଲ ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଥାଏ। ଏହାସହ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ବୃଦ୍ଧି କରିଥାଏ।
ଡ଼ାକ୍ତର ଓ ବିଶେଷଜ୍ଞଙ୍କ ମତରେ ସମ୍ପୂର୍ଣ୍ଣ ସାଧା ଭୋଜନ ଗ୍ରହଣ କରନ୍ତୁ। ମସଲାଯୁକ୍ତ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ। ଏହତ୍ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ପେଟ ପାଇଁ କ୍ଷତିକାରକ ହେବା ସହ ଗଳା ପାଇଁ ଉତ୍ତମ ନୁହେଁ। ଖାଦ୍ୟ ହଜମରେ ସମସ୍ୟା ଦେଖାଦେଇଥାଏ।
କରୋନାରୁ ସୁସ୍ଥ ହେବା ସମୟରେ ଛଣାଛଣି ଓ ପୋଡା ଖାଦ୍ୟ ଖାଆନ୍ତୁ ନାହିଁ। ଏହା ମଧ୍ୟ ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଥାଏ। ଖାଦ୍ୟ ହଜମରେ ସମସ୍ୟା ସୃଷ୍ଟି ହୋଇଥାଏ।
ମୃଦୁ ପାନୀୟ , ମିଠା ଖାଦ୍ୟ, ଅଧିକ ମାତ୍ରାରେ ଚିନି ଖାଇବା ଉଚିତ ନୁହେଁ। ଏହାବଦଳରେ ଲେମ୍ବୁପାଣି ପିଇପାରିବେ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories