www.samajalive.in
Sunday, December 14, 2025
15.1 C
Bhubaneswar

ଦିନ ଗୋଟାଏ ମୁଖ୍ୟ ସମ୍ବାଦ

-ଦେଶରେ ଟିକାକରଣ ଅଭିଯାନ :  ଶୁକ୍ରବାର ସକାଳ ସୁଦ୍ଧା ଦେଶରେ ୧୬ କୋଟି ୪୯ଲକ୍ଷ ୭୩ ହଜାରରୁ ଅଧିକ ଲୋକଙ୍କୁ କୋଭିଡ ଟିକା ଦିଆଯାଇଛି

-କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ୧୭ କୋଟିରୁ ୩୫ ଲକ୍ଷ ମାଗଣା ଟିକା ପ୍ରଦାନ କରିଛନ୍ତି, ସେମାନଙ୍କ ଦ୍ୱାରା ସମୁଦାୟ ୧୬ କୋଟି ୪୪ ଲକ୍ଷ ପାନ ବ୍ୟବହୃତ ହୋଇଛି 

-ୟୁରୋପୀୟ ପରିଷଦ ସଭାପତି ଚାର୍ଲସ ମିସେଲଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଶନିବାର ୟୁରୋପୀୟ ପରିଷଦ(ଇୟୁ)ର ବୈଠକରେ ଯୋଗଦେବେ

–ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଡିଏମ୍‌କେ ମୁଖ୍ୟ ଏମ୍‌.କେ ଷ୍ଟାଲିନ୍‌

-କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଏଆଇଏନ୍‌ଆରସି ମୁଖ୍ୟ ଏନ୍‌. ରଙ୍ଗସ୍ବାମୀ ଆଜି ଦ୍ବିତୀୟ ଥର ପାଇଁ ଶପଥ ଗ୍ରହଣ କରିବେ

-ଦେଶରେ ଗତ ୨୪ ଘଣ୍ଟାରେ ୪.୧୪ ଲକ୍ଷ ନୂଆ ସଂକ୍ରମିତ; ୩୯୧୫ ଆକ୍ରାନ୍ତଙ୍କ ମୃତ୍ୟୁ

-ରାଜସ୍ଥାନ ସରକାର କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ସମ୍ପୂର୍ଣ୍ଣ ତାଲାବନ୍ଦ ଘୋଷଣା କରିଛନ୍ତି, ମେ’ ୧୦ ତାରିଖରୁ ୨୪ ତାରିଖ ସକାଳ ୫ଟା ଯାଏଁ ତାଲାବନ୍ଦ ବଳବତ୍ତର ରହିବ

-କରୋନାର କଳା ରୂପ ; ବୃଦ୍ଧାଙ୍କ ଶବ ସତ୍କାର କଲେ ପୁଲିସ , କରୋନାରେ କିଛି ଦିନ ପୂର୍ବରୁ ହୋଇଥିଲା ପୁଅର ମୃତ୍ୟୁ

-ରେମଡେସିଭିର ଇଞ୍ଜେକ୍ସନ ନେଇ ଆସୁଥିବା ଏକ ବିମାନ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ମଧ୍ୟପ୍ରଦେଶର ଗ୍ବାଲିଅର ବିମାନବନ୍ଦରରେ ଏହି ଦୁର୍ଘଟଣା ଘଟିଛି।

-୬୦୦ ଅମ୍ଳଜାନ କନସେନଟ୍ରେଟର, ୫୦ ଭେଣ୍ଟିଲେଟର ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ନେଇ ସ୍ୱିଜରଲ୍ୟାଣ୍ଡରୁ ଏକ ବିମାନ ଆଜି ସକାଳେ ଭାରତରେ ପହଞ୍ଚିଛି : ବୈଦେଶିକ ବ୍ୟାପାର ମୁଖପାତ୍ର ଅରିନ୍ଦମ ବାଗଚି

-ରାଜ୍ୟରେ ଦିନକରେ ରେକର୍ଡ ସଂଖ୍ୟକ ୧୨ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ, ଗତ ୨୪ ଘଣ୍ଟାରେ ୧୨ ହଜାର୨୩୮ ନୂଆ ପଜିଟିଭ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ ୨୦୭୩

-ରାଜ୍ୟରେ ଆଜି ଆଉ ୧୯ ଜଣ କୋରୋନା ଆକ୍ରାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏଥି ସହିତ ରାଜ୍ୟରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୨,୧୪୦କୁ ବୃଦ୍ଧି ପାଇଛି।

-ବିଶ୍ବରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ କୋଟି ୬୬ ଲକ୍ଷ ୭୭ ହଜାର ୬୨୩କୁ ବୃଦ୍ଧି, ମୃତ୍ୟୁ ସଂଖ୍ୟା ୩୨ ଲକ୍ଷ ୬୯ ହଜାର ୨୨୦, ସୁସ୍ଥ ହେଲେଣି ୧୩ କୋଟି ୪୦ ଲକ୍ଷ ୪୦ ହଜାର ୪୭ ଜଣ

-ବିଶ୍ବରେ ୧ କୋଟି ୯୩ ଲକ୍ଷ ୬୮ ହଜାର ୩୫୬ ଜଣ ସକ୍ରିୟ ଏବେ ଚିକିତ୍ସାଧୀନ, ଆମେରିକାରେ କୋରୋନା ମୃତ୍ୟୁ ସଂଖ୍ୟା ୫,୯୪,୦୦୬

-ଆଜି ତାଲାବନ୍ଦର ତୃତୀୟ ଦିନ ; ବଢୁଛି ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ; ତଥାପି କଟକଣା ମାନିବାକୁ ଲୋକେ ନାରାଜ

-ପୁରୀ ଜିଲ୍ଲା କାକଟପୁରରେ ନକଲି କରୋନା ପରୀକ୍ଷା କେନ୍ଦ୍ର ସିଲ୍ କଲା ପୁଲିସ, ବହୁ ଉପକରଣ ଏବଂ ନକଲି ପରୀକ୍ଷା ରିପୋର୍ଟ ଜବତ, ଠକେଇ ଓ ଜାଲିଆତି ଅଭିଯୋଗରେ ପ୍ରକାଶ ଦାସ ଗିରଫ, ଆଉ ଜଣେ ସହଯୋଗୀ ଫେରାର

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories