www.samajalive.in
Sunday, December 14, 2025
19.1 C
Bhubaneswar

‘ରାଜ୍ୟ କିଣୁଥିବା ଟିକାରୁ ଜିଏସ୍‌ଟି ପ୍ରତ୍ୟାହାର ହେଉ’

ଭୁବନେଶ୍ବର : ରାଜ୍ୟ ସରକାର ୧୮ ବର୍ଷରୁ ଊର୍ଦ୍ଧ୍ବ ନାଗରିକଙ୍କ ଟିକାକରଣ ମାଗଣା କରିଥିବାବେଳେ ଟିକା କ୍ରୟ ଉପରୁ ଦ୍ରବ୍ୟ ଓ ସେବା କର(ଜିଏସଟି) ପ୍ରତ୍ୟାହାର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଗୁରୁବାର ଚିଠି ଲେଖିଛନ୍ତି। ଏହାସହିତ କୋଭିଡ ପରି ଆର୍ଥିକ ଦୁଃସ୍ଥିତି ବେଳେ ପେଟ୍ରୋଲ, ଡିଜେଲ ଉପରେ କେନ୍ଦ୍ର ସରକାର ପାଉଥିବା ଉପକର (ସେସ୍) ଏବଂ ଅତିରିକ୍ତ ଦେୟରୁ ରାଜ୍ୟ ଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ପ୍ରସ୍ତାବ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି ଯେ, କୋଭିଡ ମହାମାରୀ ଯୋଗୁଁ ଦେଶ କଠିନ ପରିସ୍ଥିତିର ସାମ୍ନା କରୁଛି। ଏପରି ସ୍ଥିତିରେ ଆମର ସମସ୍ତ ସମ୍ପଦ କରୋନାକୁ ପ୍ରତିହତ କରିବାରେ ବ୍ୟବହୃତ ହେବା ଉଚିତ। ୧୮ରୁ ୪୪ ବର୍ଷର ନାଗରିକଙ୍କ ପାଇଁ ଟିକା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବାକୁ କୁହାଯାଇଛି। ଟିକା କ୍ରୟରେ ଜିଏସଟି ରାଜ୍ୟ ଗୁଡ଼ିକ ଉପରେ ଅଧିକ ଆର୍ଥିକ ବୋଝ ପକାଉଛି। ଯେଉଁଥିପାଇଁ ଦେଶର କେତେକ ରାଜ୍ୟ ନିଜସ୍ବ ସମ୍ବଳରେ ଏହି ବର୍ଗର ହିତାଧିକାରୀଙ୍କୁ ଟିକା
ଯୋଗାଇବାକୁ ଏପର୍ଯ୍ୟନ୍ତ ଘୋଷଣା କରିପାରିନାହାନ୍ତି। ନିଜସ୍ବ ସମ୍ବଳରେ ଯେଉଁ କେତେକ ରାଜ୍ୟ ଟିକା ଯୋଗାଇବାକୁ ଆଗଭର ହୋଇଛନ୍ତି ସେ ଭିତରେ ଓଡ଼ିଶା ରହିଛି। ଯଦି ଜିଏସଟି ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯାଏ, ତେବେ ଏହାଦ୍ବାରା ଅନ୍ୟ ରାଜ୍ୟଗୁଡ଼ିକ ସାର୍ବଜନୀନ ଟିକାକରଣ ପାଇଁ ସମର୍ଥ ହୋଇପାରନ୍ତେ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।
ଚିଠିରେ ଏହା ମଧ୍ୟ ଲେଖିଛନ୍ତି ଯେ କୋଭିଡ ବିରୋଧୀ ଦୀର୍ଘକାଳୀନ ଯୁଦ୍ଧରେ କୌଣସି ରାଜ୍ୟର ଦୁର୍ବଳ ଆର୍ଥିକ ସ୍ଥିତି ଅନ୍ୟ ରାଜ୍ୟ ଓ ଦେଶକୁ ପ୍ରଭାବିତ କରିବା ଉଚିତ ନୁହଁ। ଏପରି ସଙ୍କଟଜନକ ସ୍ଥିତିରେ ପେଟ୍ରୋଲ, ଡିଜେଲ ଉପରେ କେନ୍ଦ୍ରକୁ ମିଳୁଥିବା ଉପକର ଓ ଅତିରିକ୍ତ ଦେୟରୁ ରାଜ୍ୟ ଗୁଡ଼ିକୁ ଭାଗ ଦିଆଯାଉ। ଫଳରେ ଟିକାକରଣ, ମାଗଣା ଚିକିତ୍ସା ଏବଂ ପ୍ରତିକାର ପଦକ୍ଷେପ ସମେତ ମହାମାରୀ ବିରୋଧ ଲଢ଼େଇରେ ଏହା ସହାୟକ ହେବ। କେନ୍ଦ୍ର ସରକାର ଏହା ଉପରେ ତର୍ଜମା କରି ଜରୁରୀକାଳୀନ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories