ରେକର୍ଡ ଟପିଲା ସଂକ୍ରମଣ : ଦିନକରେ ୧୨,୨୩୮ ପଜିଟିଭ୍ ଚିହ୍ନଟ
ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ଦୈନିକ ସଂକ୍ରମଣ ୧୨ ହଜାର ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧୨,୨୩୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ରୁ ସର୍ବାଧିକ ୨୦୭୩ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ନୂଆ ପଜିଟିଭ୍ ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୧୨ ହଜାର ୪୦୦କୁ ବୃଦ୍ଧି ପାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୯୧୪ ଜଣ ସଂଗରୋଧରୁ ଏବଂ ୫୩୨୪ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।
Covid-19 Report For 6th May
New Positive Cases:12238
In quarantine: 6914
Local contacts: 5324(Details of local contacts will be shared by concerned Dist Administration)
District Wise Cases:
1. Angul: 480
2. Balasore: 437
3. Bargarh: 475
4. Bhadrak: 381
5. Balangir: 260— I & PR Department, Odisha (@IPR_Odisha) May 7, 2021
ସେହିପରି ଖୋର୍ଦ୍ଧାରୁ ୧୮୨୮, କଟକରୁ ୯୧୬, କଳାହାଣ୍ଡିରୁ ୫୮୦, ସମ୍ବଲପୁରରୁ ୫୪୪, ଅନୁଗୁଳରୁ ୪୮୦, ବରଗଡ଼ରୁ ୪୭୫, ବାଲେଶ୍ବର ୪୩୭, ଭଦ୍ରକରୁ ୩୮୧, ପୁରୀରୁ ୩୬୯ ଓ ଷ୍ଟେ ପୁଲରୁ ୩୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ସୋନପୁର ୧୫୯, ଢେଙ୍କାନାଳ ୧୪୨, କୋରାପୁଟରୁ ୧୩୦, ବୌଦ୍ଧରୁ ୧୨୮, ଗଜପତିରୁ ୯୧, କନ୍ଧମାଳରୁ ୬୯, ମାଲକାନଗିରି ଓ ଦେବଗଡ଼ରୁ ୬୦ ଲେଖାଏଁ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
21. Malkangiri: 60
22. Mayurbhanj: 257
23. Nawarangpur: 282
24. Nayagarh: 194
25. Nuapada: 290
26. Puri: 369
27. Rayagada: 201
28. Sambalpur: 544
29. Sonepur: 159
30. Sundargarh: 2073
31. State Pool: 357— I & PR Department, Odisha (@IPR_Odisha) May 7, 2021
ଗତକାଲି ଆଉ ୬୮୫୪ଜଣ ସୁସ୍ଥ ହେବା ସହ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪ ଲକ୍ଷ, ୨୩ ହଜାର ୨୫୭ରେରେ ପହଞ୍ଚିଛି। ବର୍ତ୍ତମାନ ୮୬ ହଜାର ୯୫୦ ଜର ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଏଯାବତ ରାଜ୍ୟରେ ୧ କୋଟି ୪ ଲକ୍ଷ ୧୮ ହଜାର ୨୧୭ ନମୂନା ପରୀକ୍ଷା କରାଯାଇଛି।
New recoveries: 6854
Cumulative tested: 10418217
Positive: 512400
Recovered: 423257
Active cases: 86950— I & PR Department, Odisha (@IPR_Odisha) May 7, 2021
ତେବେ ରାଜ୍ୟରେ ଆଜି ଆଉ ୧୯ ଜଣ କୋରୋନା ଆକ୍ରାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏଥି ସହିତ ରାଜ୍ୟରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୨,୧୪୦କୁ ବୃଦ୍ଧି ପାଇଛି।
Comments are closed.