www.samajalive.in
Tuesday, December 9, 2025
16.1 C
Bhubaneswar

ଆକ୍ରାନ୍ତଙ୍କ ଉପରେ ପ୍ରଶାସନର ଲଗାମ ନାହିଁ 

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲାରେ କରୋନା ସ୍ଥିତି ଜଟିଳ ହେବାକୁ ବସିଥିବା ବେଳେ ଏହି ଜିଲ୍ଲା ଅନ୍ତର୍ଗତ ବେଗୁନିଆ ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ଏକଶତ ପାର ହୋଇଛି। ବ୍ଲକର ବିଭିନ୍ନ ପଂଚାୟତର ୫ ଟି ସ୍ଥାନକୁ ଅଣୁ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଥିବାବେଳେ ବେସରକାରୀ ଭାବେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ସେମାନଙ୍କ ପରିବାର ଅଭିଯୋଗ କରୁଛନ୍ତି । ସମସ୍ତ ଆକ୍ରାନ୍ତ ଗୃହ ସଙ୍ଗରୋଧରେ ରହି ଚିକିସ୍ଥିତ ହେଉଛନ୍ତି। ଗୃହ ସଙ୍ଗରୋଧରେ ରହୁଥିବା ରୋଗୀଙ୍କୁ ଆବଶ୍ୟକୀୟ ଚିକିତ୍ସା ସୁବିଧା ମିଳୁ ନ ଥିବାବେଳେ କରୋନାର ଦ୍ୱିତୀୟ ଲହର ପରିସ୍ଥିତିକୁ ଭୟାବହ କରିବାର ଆଶଙ୍କା ସୃଷ୍ଟି କରୁଛି । ସବୁଠାରୁ ଆଶ୍ଚର୍ୟ୍ୟର କଥା ହେଉଛି କରୋନା ଆକ୍ରାନ୍ତ ଚିହ୍ନଟ ରୋଗୀ କେବଳ କାଗଜପତ୍ରରେ ସଙ୍ଗରୋଧରେ ରହୁଥିବାବେଳେ ବାସ୍ତବରେ ସେମାନେ ଏବଂ ସେମାନଙ୍କ ପରିବାର ଲୋକମାନେ ବାହାରେ ବୁଲୁଥିବାର ଦେଖିବାକୁ ମିଳୁଛି।

କାହା ପରିବାରରେ କିଏ ସଂକ୍ରମିତ ହେଉଛନ୍ତି ତାହା ଜନସାଧାରଣ ଜାଣି ପାରୁନଥିବାବେଳେ ସେମାନଙ୍କ ପରିବାର ଲୋକମାନେ ବାହାରେ ଆସି ସମସ୍ତଙ୍କ ସହିତ ଖୋଲାଖୋଲି ଭାବରେ ମିଶୁଛନ୍ତି। ଗତବର୍ଷ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସଂଗେ ସଂଗେ ସେମାନଙ୍କୁ କୋଭିଡ ହସ୍ପିଟାଲକୁ ନିଆଯାଉଥିବାବେଳେ ଚଳିତ ବର୍ଷ ଆକ୍ରାନ୍ତଙ୍କୁ ଗୃହ ସଂଗରୋଧରେ ରଖାଯାଉଛି। ଯାହାକି ସଂକ୍ରମଣ ବଢିବା ଦିଗରେ ମୁଖ୍ୟ ସହାୟକ ହେଉଛି। ଆକ୍ରାନ୍ତ ବ୍ୟକ୍ତିମାନେ ବଜାରରେ ବୁଲୁଥିବାବେଳେ ଦୋକାନ ବଜାର ଖୋଲି ବସୁଛନ୍ତି । ଲୋକମାନେ ସେମାନଙ୍କୁ ଦେଖି ଭୟଭୀତ ହେଉଥିବାବେଳେ ସେମାନଙ୍କୁ କେହି କହିବା ପାଇଁ ସାହସ ଜୁଟାଇ ପାରୁନାହାନ୍ତି । ଗତକାଲି ସରପଂଚଙ୍କ ପ୍ରତିନିଧି ତାଙ୍କୁ ଯାଇ ଦୋକାନ ବନ୍ଦ କରି ଘରକୁ ଯିବା ପାଇଁ କହିବା ପରେ ସେ ଦୋକାନ ବନ୍ଦ କରି ଚାଲିଯାଇଥିଲେ। ଆଜି ଏ ସଂକ୍ରାନ୍ତରେ ତହସିଲ କାର୍ୟ୍ୟାଳୟରେ ଖବର ପହଞ୍ଚିବା ପରେ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସମ୍ପୃକ୍ତ ବ୍ୟକ୍ତି ଦୋକାନ ବନ୍ଦକରି ଚାଲିଯାଇଥିବାର ଦେଖିବାକୁ ମିଳିଥିଲା।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories