www.samajalive.in
Saturday, December 6, 2025
26.1 C
Bhubaneswar

ଜୁଲାଇରେ ଟି୨୦ ବିଶ୍ବକପ୍‌ ନେଇ ନିଷ୍ପତ୍ତି: ଆଇସିସି

ନୂଆଦିଲ୍ଲୀ: ଭାରତରେ ମହାମାରୀ କରୋନାର ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର ବାକି ମ୍ୟାଚ୍‌ସବୁ ବାତିଲ କରିଦେଇଛି ବିସିସିଆଇ। ଚଳିତବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ହେବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌ର ଆୟୋଜନ ବିସିସିଆଇ ପାଇଁ ବଡ଼ ପ୍ରଶ୍ନବାଚୀ ପାଲଟିଛି। କାରଣ କରୋନାର ୨ୟ ଲହର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଏବଂ ସରକାରଙ୍କ ସମସ୍ତ ପ୍ରୟାସ ସତ୍ତ୍ବେ ଏହା ନିୟନ୍ତ୍ରଣକୁ ଆସୁନାହିଁ। ଏପରି ସ୍ଥିତିରେ ୧୫ଟି ବିଦେଶୀ ଦଳ ଭାରତକୁ ଆସି ଟ୍ବେଣ୍ଟି୨୦ ବିଶ୍ବକପ୍‌ ଖେଳିବାକୁ ଆଦୌ ରାଜି ହେବେନାହିଁ। ତେଣୁ ଆଶଙ୍କା ଜନ୍ମିଛି ଯେ ଏହି ବିଶ୍ବକପ୍‌କୁ ୟୁଏଇ ନେଇଯିବାକୁ ବିସିସିଆଇ ବାଧ୍ୟହେବ। ଗଣମାଧ୍ୟମର ଏକ ରିପୋର୍ଟରୁ ପ୍ରକାଶ ଯେ ଭାରତଠାରୁ ଟ୍ବେଣ୍ଟି୨୦ ବିଶ୍ବକପ୍‌ ପ୍ରତ୍ୟାହାର କରିବା କଥା ଆଇସିସି ଚିନ୍ତା କରିନାହିଁ। ଆଇସିସି ପାଇଁ ଏବେ ମଧ୍ୟ ଭାରତ ଏହି ବିଶ୍ବକପ୍‌ର ଆୟୋଜକ ହୋଇରହିଛି। ଜୁଲାଇରେ ଏହି ବିଶ୍ବକପ୍‌ର ଆୟୋଜନ ନେଇ ଆଇସିସି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରେ।

ଆଇସିସି ବୋର୍ଡର ଜଣେ ବରିଷ୍ଠ ସଦସ୍ୟ କହିଛନ୍ତି, ଆମେ ପରିସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖିଛୁ। ବର୍ତ୍ତମାନ ଅପେକ୍ଷା କରିବା ହିଁ ଆମ ପାଇଁ ଶ୍ରେଷ୍ଠ ବିକଳ୍ପ ହେବ। ଏହି ଟୁର୍ଣ୍ଣାମେଣ୍ଟ ବିଶ୍ବକପ୍‌ ହୋଇଥିବାରୁ ଏହାର ଆୟୋଜନ ନେଇ ଆମେ ଅଧିକ ବିଳମ୍ବ କରିବା ମଧ୍ୟ ଠିକ୍‌ ହେବନାହିଁ। ତେଣୁ ଜୁଲାଇରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ଯେ ଏହି ବିଶ୍ବକପ୍‌ ଭାରତରେ ଆୟୋଜନ ହେବ କିମ୍ବା ବିଦେଶକୁ ଯିବ। ଭାରତରେ କିଛି ରାଜ୍ୟରେ କୋଭିଡ୍‌ ସଂକ୍ରମଣର ସଂଖ୍ୟା କମ୍ ହେଉଥିବା ବେଳେ ଅଧିକାଂଶ ରାଜ୍ୟରେ ଏହା ବୃଦ୍ଧି ପାଇବାରେ ଲାଗିଛି। ପୁଣି ଅଧିକାଂଶ ରାଜ୍ୟ ସରକାର କରୋନାକୁ ରୋକିବା ପାଇଁ ତାଲାବନ୍ଦ ପରି କଠିନ ନିଷ୍ପତ୍ତି ନେଇଛନ୍ତି। ଏପରି ନିଷ୍ପତ୍ତି ଦେଶରେ କରୋନା ସଂକ୍ରମଣକୁ ରୋକିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

- Advertisement -

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆମେ ଦୃଢ଼ନିଶ୍ଚିତ ଯେ ଭାରତରେ କୋଭିଡ୍‌ ପରିସ୍ଥିତିରେ ଉନ୍ନତି ଘଟିବ ଏବଂ ଆମେ ନିର୍ଦ୍ଧାରିତ ତାରିଖରେ ଭାରତରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଆୟୋଜନ କରିବୁ। ଆଉ କିଛି ସପ୍ତାହ ମଧ୍ୟରେ ଭାରତରେ କରୋନା ସଂକ୍ରମଣର ହାର କମିବା ଆରମ୍ଭ ହୋଇଯିବ ବୋଲି ଆମେ ଆଶାବାଦୀ ଅଛୁ। ଟି୨୦ ବିଶ୍ବକପ୍ ଆୟୋଜନ ଲାଗି ଆମେ ୯ଟି ସହରର ନାମ ଘୋଷଣା କରିସାରିଛୁ। ଏହାବାଦ୍ ଆମେ ଆଉ କିଛି ସହରକୁ ମ୍ୟାଚ୍‌ ଆୟୋଜନ ପାଇଁ ପ୍ରସ୍ତୁତ ରହିବାକୁ ଅନୁରୋଧ କରିଛୁ।

ନିର୍ଦ୍ଧାରିତ ସମୟ ବେଳକୁ ବିଶ୍ବକପ୍ ଖେଳାଯିବାକୁ ଥିବା ଏକ ସହର​ରେ କରୋନା ସଂକ୍ରମଣ କମିନଥିଲେ ଆମେ ଅନ୍ୟ ସହରକୁ ଯିବୁ। ଏକ ସହରର ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଅଧିକ ଚାପ ପକାଇବାକୁ ବିସିସିଆଇ ଚାହେଁନାହିଁ। ନିରାପଦ ବାତାବରଣରେ ଆମେ ମ୍ୟାଚ୍‌ ଆୟୋଜନ କରିବାକୁ ଚାହୁଁ। କାରଣ ଏହା ହେଉଛି ବିଶ୍ବକପ୍‌ ଏବଂ ସାରାବିଶ୍ବର ନଜର ଏହି ବିଶ୍ବକପ୍‌ ଉପରେ ରହିବ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories