www.samajalive.in
Saturday, December 13, 2025
21.1 C
Bhubaneswar

କୋଭିଡ ଚିକିତ୍ସା ଭିତ୍ତିଭୂମି ପାଇଁ ରିଜର୍ଭ ବ୍ୟାଙ୍କର ୫୦,୦୦୦ କୋଟି ଟଙ୍କା ପାଣ୍ଠି ବ୍ୟବସ୍ଥା ; ରାଜ୍ୟଗୁଡିକ ପାଇଁ ଓଭରଡ୍ରାଫ୍ଟ ନିୟମ କୋହଳ

ମୁମ୍ବଇ: ଦେଶରେ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଜନିତ ଗୁରୁତର ସ୍ୱାସ୍ଥ୍ୟ ସଙ୍କଟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କେତେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପଦକ୍ଷେପ ଘୋଷଣା କରିଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବ୍ୟାଙ୍କଗୁଡିକ ପାଇଁ ତିନିବଷଁ ଅବଧିର ୫୦ ହଜାର କୋଟି ଟଙ୍କା ପାଣ୍ଠି ଯୋଗାଇଦେବାକୁ ଘୋଷଣା କରିଛନ୍ତି। ଉକ୍ତ ଅର୍ଥକୁ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡିକୁ କୋଭିଡ ଋଣ ଆକାରରେ ଯୋଗାଇ ଦିଆଯିବ। ଏଥିସହିତ ବ୍ୟାଙ୍କଗୁଡିକ ସେମାନଙ୍କର ଆୟ ବ୍ୟୟ ଫର୍ଦ୍ଦରେ ଏକ କୋଭିଡ ଋଣ ଖାତା ସୃଷ୍ଟି କରିବେ। ଉକ୍ତ ଋଣ ଖାତାର ସମ ପରିମାଣ ଅର୍ଥକୁ ସେମାନେ ରିଭର୍ସ ରେପୋ ରେଟ୍‍ ଠାରୁ ୪୦ ବେସିସ ପଏଣ୍ଟ ଅଧିକ ହାରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟରେ ଜମା ରଖିବାକୁ କୁହାଯାଇଛି। ଏଥିସହିତ ରାଜ୍ୟଗୁଡିକ ପାଇଁ ଓଭରଡ୍ରାଫ୍ଟ ନିୟମରେ ଚଳିତ ବର୍ଷ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କୋହଳ କରାଯାଇଛି।
ସେ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କ ଦେଶରେ କୋଭିଡ ଜନିତ ପରିସ୍ଥିତି ପ୍ରତି ବରାବର ନଜର ରଖିବ ଏବଂ ପରିସ୍ଥିତିର ମୁକାବିଲା କରିବାକୁ ଦେଶର ନାଗରିକ, ବ୍ୟବସାୟ ପ୍ରତିଷ୍ଠାନ ଏବଂ କୋଭିଡର ଦ୍ୱିତୀୟ ଲହର ଯୋଗୁ ପ୍ରଭାବିତ ହୋଇଥିବା ପ୍ରତିଷ୍ଠାନଗୁଡିକ ନିମନ୍ତେ ନିଜର ସମସ୍ତ ସମ୍ବଳ ଓ ସାଧନ ଉପଯୋଗ କରିବ। ଏଥିସହିତ ଅଣୁ, କ୍ଷୁଦ୍ର ଓ ଅନ୍ୟ ଅସଂଗଠିତ କ୍ଷେତ୍ର ସଂସ୍ଥାଗୁଡିକୁ ଆର୍ଥିକ ସହାୟତା ଯୋଗାଇଦେବାକୁ କ୍ଷୁଦ୍ର ଅର୍ଥ ଲଗାଣକାରୀ ବ୍ୟାଙ୍କଗୁଡିକ ପାଇଁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସ୍ୱତନ୍ତ୍ର ଦୀର୍ଘମିଆଦୀ ରେପୋ ସୁବିଧା ଘୋଷଣା କରିଛନ୍ତି।
ଶ୍ରୀ ଦାସ କହିଛନ୍ତି, କୋଭିଡର ପ୍ରଥମ ପର୍ଯ୍ୟାୟ ସଂକ୍ରମଣ ପରେ ଦେଶର ଅର୍ଥନୀତିରେ ମଜଭୁତ ପୁନରୁଦ୍ଧାର ପରିଲକ୍ଷିତ ହେଉଥିଲା। କିନ୍ତୁ ପରିସ୍ଥିତି ପୁଣି ଖରାପ ହେବାରେ ଲାଗିଛି। ତେବେ ଏହି ସଙ୍କଟରୁ ସୁଧୁରିବା କ୍ଷମତା ଭାରତର ରହିଛି। ବ୍ୟବସାୟ ସଂସ୍ଥାଗୁଡିକ କୋଭିଡ କଟକଣା ଏବଂ ଆବଦ୍ଧାଞ୍ଚଳ ମଧ୍ୟରେ କିଭଳି ନିଜର ବ୍ୟବସାୟିକ କାର୍ଯ୍ୟକଳାପ ଜାରି ରଖିବେ ତାହା ଶିକ୍ଷାଲାଭ କରିସାରିଛନ୍ତି। ଚଳିତ ବର୍ଷ ଭଲ ମୋ÷ସୁମୀ ବର୍ଷା ଗ୍ରାମାଞ୍ଚଳରେ ଉପଭୋକ୍ତା ଚାହିଦା ମଜଭୁତ ସ୍ଥିତିରେ ରଖିବ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories