www.samajalive.in
Sunday, December 14, 2025
26.1 C
Bhubaneswar

ଦେଶବ୍ୟାପୀ ତାଲାବନ୍ଦ ଘୋଷଣା, ଅସ୍ଥାୟୀ ଡାକ୍ତରଖାନା ଓ ଟିକାକରଣ ଅଭିଯାନ ତ୍ୱରାନ୍ୱିତ କର

ୱାଶିଂଟନ: ଭାରତରେ କୋଭିଡ-୧୯ର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣକୁ ନିୟନ୍ତଣ କରିବା ସକାଶେ ଦେଶବ୍ୟାପୀ ତାଲାବନ୍ଦ ଘୋଷଣା ସହିତ ବିଭିନ୍ନ ସ୍ଥାନରେ ବହୁସଂଖ୍ୟାରେ ଅସ୍ଥାୟୀ ଡାକ୍ତରଖାନା ନିର୍ମାଣ ଏବଂ କୋଭିଡ ପ୍ରତିଷେଧକ ଟିକାକରଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ହ୍ୱାଇଟ ହାଉସର ମୁଖ୍ୟ ଡାକ୍ତରୀ ପରାମର୍ଶଦାତା ଡା.ଆନ୍ଥୋନି ଫୋୖସି ପରାମର୍ଶ ଦେଇଛନ୍ତି। ଡା.ଫୋୖସି କହିଛନ୍ତି, ଭାରତର ସ୍ଥିତି ଅତ୍ୟନ୍ତ ଜଟିଳ ବୋଲି ବିଶ୍ୱର ଯେକେହି ଜାଣନ୍ତି।

ଇିଶ୍ୱର ଅନ୍ୟତମ ପ୍ରମୁଖ ସଂକ୍ରାମକ ରୋଗ ବିଶେଷଜ୍ଞ ଭାବରେ ସୁପରିଚିତ ଡା. ଆନ୍ଥୋନି କହିଛନ୍ତି, ଯେତେବେଳେ ଏତେ ସଂଖ୍ୟକ ଲୋକ ସଂକ୍ରମିତ ହେଉଛନ୍ତି, ପ୍ରତ୍ୟେକଙ୍କ ଯତ୍ନ ନେବାକୁ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟସେବା ସାମର୍ଥ୍ୟର ଅଭାବ ରହିଛି, ଡାକ୍ତରଖାନାରେ ଶଯ୍ୟାର ଅଭାବ, ଅମ୍ଳଜାନ ଅଭାବ, ଚିକିତ୍ସା ସାମଗ୍ରୀ ଯୋଗାଣରେ ନିଅଣ୍ଟିଆ ଅବସ୍ଥା ରହିଛି, ସେତେବେଳେ ଅତ୍ୟନ୍ତ ହତାଶାଜନକ ପରିସ୍ଥିତି ସୃଷ୍ଟି ହେବା ସ୍ୱାଭାବିକ। ସେଥିପାଇଁ ସାରା ବିଶ୍ୱ ଯଥାସମ୍ଭବ ସହାୟତା କରିବା ଦିଗରେ ଆଗେଇ ଆସିବା ଆବଶ୍ୟକ।

- Advertisement -

ଆମେରିକାର ଜାତୀୟ ଆଲର୍ଜି ଓ ସଂକ୍ରାମକ ରୋଗ ପ୍ରତିଷ୍ଠାନର ନିର୍ଦ୍ଦେଶକ ଥିବା ଡା.ଫୋୖସି କହିଛନ୍ତି, ଭାରତକୁ ମଧ୍ୟମ ଓ ଦୀର୍ଘସୂତ୍ରୀ ଆକାରରେ କେତେକ ପଦକ୍ଷେପ ନେବାକୁ ପଡିବ। ସେ କହିଛନ୍ତି, ଯେତେ ଅଧିକ ସମ୍ଭବ ଲୋକଙ୍କର ଟିକାକରଣ କରିବାକୁ ହେବ। ଭାରତରେ ଉତ୍ପାଦିତ ହେଉଥିବା ଟିକା ସହିତ ବିଦେଶରୁ ଯୋଗାଇ ଦିଆଯାଉଥିବା ଟିକା ଭାରତର ଜନସାଧାରଣଙ୍କୁ ଦେବାକୁ ପଡିବ। ତାହା ଏବେ ଚାଲିଛି। ତତ୍‍ସହିତ କିଛିଦିନ ପାଇଁ ଦେଶବ୍ୟାପୀ ସଂପୂର୍ଣ୍ଣ ତାଲାବନ୍ଦ ଘୋଷଣା କରିବାର ଆବଶ୍ୟକତା ରହିଛି, ଯାହା ଚୀନ, ନ୍ୟୁଜିଲାଣ୍ଡ ଭଳି ରାଷ୍ଟ୍ର କରିଥିଲେ। ତାଲାବନ୍ଦ ହେବାଦ୍ୱାରା କରୋନା ସଂକ୍ରମଣ ବ୍ୟାପିବାକୁ ନିଶ୍ଚିତ ଭାବରେ ରୋକାଯାଇପାରିବ। ଏସବୁ ସହିତ ଦେଶବ୍ୟାପୀ ବହୁ ସଂଖ୍ୟାରେ ଅସ୍ଥାୟୀ ଡାକ୍ତରଖାନା ନିର୍ମାଣ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିପାଇଁ ଭାରତୀୟ ସେନାର ସହାୟତା ଲୋଡିବାକୁ ସେ କହିଛନ୍ତି। ଏହାଦ୍ୱାରା ଜଣେ ଅସୁସ୍ଥ ହୋଇ ଚିକିତ୍ସା ଆବଶ୍ୟକ କରିବା ସମୟରେ ତାଙ୍କୁ ଡାକ୍ତରଖାନାର ଏକ ଶଯ୍ୟା ମିଳିପାରିବ ବୋଲି ଡା.ଫୋୖସି କହିଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories