www.samajalive.in
Saturday, December 6, 2025
26.1 C
Bhubaneswar

କରୋନାରେ ପ୍ରାଣ ହରାଇଲେ କେନ୍ଦ୍ରମନ୍ତ୍ରୀଙ୍କ ଝିଅ

ଇନ୍ଦୋର: କେନ୍ଦ୍ରମନ୍ତ୍ରୀ ଥାୱରଚାନ୍ଦ ଗେହଲଟଙ୍କ ଝିଅ ଯୋଗିତା ସୋଲାଙ୍କିଙ୍କର ଏଠାରେ କରୋନାରେ ପରଲୋକ ଘଟିଛି। ୪୨ ବର୍ଷ ବୟସ୍କା ଯୋଗିତା କରୋନାରେ ସଂକ୍ରମିତ ହେବାପରେ ତାଙ୍କୁ ଇନ୍ଦୋରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଗତ ଏକ ସପ୍ତାହ ଧରି ସେ ଚିକିତ୍ସିତ ହେଉଥିଲେ। ତେବେ ସଂକ୍ରମଣ ତାଙ୍କ ଫୁସଫୁସର ୮୦% ଅଂଶକୁ ବ୍ୟାପିଯାଇଥିଲା ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ତାଙ୍କୁ କୋଭିଡ ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଉଥିବା ଇଞ୍ଜେକସନ ଏବଂ ଅନ୍ୟାନ୍ୟ ଜୀବନ ରକ୍ଷାକାରୀ ଔଷଧ ଦିଆଯାଉଥିଲା। ତେବେ ଜାଙ୍କ ଜୀବନ ରକ୍ଷା କରିବା ସମ୍ଭବ ହୋଇପାରିଲା ନାହିଁ। ଯୋଗିତାଙ୍କ ବିୟୋଗରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ, ରାଜ୍ୟ ଭାଜପା ସଭାପତି ଭି ଡି ଶର୍ମା, ତଥା ଦଳର ବହୁ ନେତା ଏବଂ ମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories