www.samajalive.in
Saturday, December 6, 2025
26.1 C
Bhubaneswar

ଆଇପିଏଲରେ କରୋନା ମାଡ଼; ଚେନ୍ନଇ-ରାଜସ୍ଥାନ ମ୍ୟାଚ ରଦ୍ଦ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୧ ସଂସ୍କରଣ ଉପରେ କରୋନାର କଳାବାଦଲ ଘୋଟିଯାଇଛି। ପ୍ରଥମ ୨୯ଟି ମ୍ୟାଚ ସୁରୁଖୁରୁରେ ବିନା ଦର୍ଶକରେ ଚାଲିଥିବାବେଳେ ୩୦ତମ ମ୍ୟାଚଠାରୁ ଆଇପିଏଲ ପ୍ରଭାବିତ ହୋଇଛି। କରୋନା ସଂକ୍ରମଣ ଯୋଗୁ ଗତକାଲି ହେବାକୁ ଥିବା ଆରସିବି-କଲକାତା ମୁକାବିଲାକୁ ବାତିଲ କରାଯାଇଥିବାବେଳେ ଏବେ ଚେନ୍ନଇ-ରାଜସ୍ଥାନ ମ୍ୟାଚକୁ ବି ରଦ୍ଦ କରାଯାଇଛି।

ଆସନ୍ତା ବୁଧବାର ଚେନ୍ନଇ ସୁପରକିଙ୍ଗ୍‌ସ (ସିଏସକେ) ଏବଂ ରାଜସ୍ଥାନ ରୟାଲ୍ସ (ଆରଆର) ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବାର ଥିଲା। ତେବେ ଏହା ପୂର୍ବରୁ ସିଏସକେର ୩ ଜଣ ସଦସ୍ୟ କୋଭିଡରେ ଆକ୍ରାନ୍ତ​‌ ହୋଇଥିଲେ। ସେମାନଙ୍କ ମଧ୍ୟରେ ବାଲାଜୀ ରହିଥିଲେ। ଏସଓପି ନିୟମ ଅନୁସାରେ ଯଦି କୌଣସି ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥାନ୍ତି ଏବଂ ସେ ଅନ୍ୟ କାହା ସମ୍ପର୍କରେ ଆସିଥାନ୍ତି, ତେବେ ସେମାନଙ୍କୁ ୬ ଦିନ ଏକାନ୍ତବାସରେ ରହିବା ବାଧ୍ୟତାମୂଳକ ଏବଂ ସେହି ସମୟ ମଧ୍ୟରେ ତାଙ୍କର ୩ଟି ଆରଟିପିସିଆର ପରୀକ୍ଷା ନେଗେଟିଭ ହେବା ଜରୁରୀ। ବାଲାଜୀ ଟିମର ସମସ୍ତ ସଦସ୍ୟଙ୍କ ସମ୍ପର୍କରେ ଆସିଥିବାରୁ ସବୁ ଖେଳାଳିମାନଙ୍କୁ ଏକାନ୍ତବାସରେ ରହିବାକୁ ପଡ଼ିଛି। ତେଣୁ ଏହି ମ୍ୟାଚକୁ ବାତିଲ କରାଯାଇଥିବା ଜଣାପଡ଼ିଛି।

- Advertisement -

ପରବର୍ତ୍ତୀ ସମୟରେ ଅନ୍ୟ ଏକ ଧାର୍ଯ୍ୟ ତାରିଖରେ ସିଏସକେ-କେକେଆର ମ୍ୟାଚ ଅନୁଷ୍ଠିତ ହେବ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories