www.samajalive.in
Tuesday, December 9, 2025
15.1 C
Bhubaneswar

ଭୋଜନ ପୂର୍ବରୁ ପ୍ରାର୍ଥନା ; ପୋଷା କୁକୁରଙ୍କୁ ଶିଖାଉଛନ୍ତି ମହିଳା

ନୂଆଦିଲ୍ଲୀ: ଭୋଜନ କରିବା ପୂର୍ବରୁ ଆମର ଅନ୍ନଦାତା ଭଗବାନଙ୍କୁ ପ୍ରଥମେ ପ୍ରାର୍ଥନା କରିବା ଆବଶ୍ୟକ। ତାହାପରେ ଭୋଜନ ଗ୍ରହଣ। ନିଜର ପୋଷା କୁକୁରଙ୍କୁ ଏହା ଶିକ୍ଷା ଦେଉଛନ୍ତି ଜଣେ ମହିଳା। ପୋଷା କୁକୁର ଦୁଇଟି ମଧ୍ୟ ତାଙ୍କ କଥାମାନି ପ୍ରାର୍ଥନା ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିଛନ୍ତି। ପ୍ରାର୍ଥନା ଶେଷକରି ମହିଳା ଜଣକ ଇସାରା ଦେବାପରେ ପୋଷା କୁକୁର ଭୋଜନ ଗ୍ରହଣ କରୁଛନ୍ତି। ଏମିତି ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହେଉଛି।
ଟ୍ୱିଟର ବ୍ୟବହାରକାରୀ ବୈଶାଳୀ ମାଥୁର ଏହି ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଛାଡିଛନ୍ତି। ଉକ୍ତ ଭିଡିଓରେ ତାଙ୍କ ବାନ୍ଧବୀ ଏବଂ ବାନ୍ଧବୀଙ୍କ ପୋଷା କୁକୁର ଦୁଇଟିକୁ ଦେଖିବାକୁ ମିଳୁଛି। ମହିଳା ଜଣକ ଦୁଇଟି ପାତ୍ରରେ କୁକୁରଙ୍କ ପାଇଁ ଖାଇବା ବାଢିବା ପରେ ନିଜେ ତଳେବସି ହାତଯୋଡି ପ୍ରାର୍ଥନା କରୁଛନ୍ତି। ସେପର୍ଯ୍ୟନ୍ତ ପୋଷା କୁକୁର ଦୁଇଟି ଧୈର୍ଯ୍ୟର ସହିତ ଅପେକ୍ଷା କରୁଛନ୍ତି। ପ୍ରାର୍ଥନା ଶେଷହେବା ପରେ ମହିଳା ଜଣକ ହାତ ଦେଖାଇ ଇସାରା ଦେବାପରେ କୁକୁର ଦୁଇଟି ଖାଦ୍ୟପାତ୍ର ନିକଟକୁ ଯାଇ ଖାଇବା ଆରମ୍ଭ କରୁଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories