www.samajalive.in
Saturday, December 6, 2025
17.1 C
Bhubaneswar

ଶ୍ରମିକ ଚାଲାଣ ଉଦ୍ୟମ ପଣ୍ଡ କଲା ଜୟପାଟଣା ପୁଲିସ

ମୁଖୀଗୁଡା: ଜୟପାଟଣା ବ୍ଲକ ଅନ୍ତର୍ଗତ ସାନ କରଲାକୋଟ ଗ୍ରାମରୁ ଶ୍ରମିକ ଚାଲାଣ ଉଦ୍ଦେଶ୍ୟରେ ତାମିଲନାଡୁରୁ ଆସିଥିବା ଏକ ବସକୁ ଜୟପାଟଣା ପୁଲିସ ଅଟକ ରଖିଛି।

ତାମିଲନାଡୁ ତ୍ରିପୁରରୁ ଏକ ବସ ନଂ ଟିଏନ ୩୩ଏକେ ୮୪୮୮ ଗତ ରାତିରେ ଆସି ସାନକର୍ଲାକୋଟ ଗ୍ରାମରେ ଥିଲା। ଆଜି ଉକ୍ତ ବସରେ ୭୫ଜଣ ଶ୍ରମିକ ଯିବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଜୟପାଟଣା ପୁଲିସ ସେଠାରେ ପହଞ୍ଚିଥିଲା। ଏହାପରେ ସେମାନଙ୍କ ଉଦ୍ୟମ ବିଫଳ ହୋଇଥିଲା। ବସକୁ ଜୟପାଟଣା ଥାନାରେ ଅଟକ ରଖାଯାଇଛି। ବସରେ ଆସିଥିବା ଭବାନୀପାଟଣା ଅଞ୍ଚଳର ଏକ ଶ୍ରମିକ ଦଲାଲକୁ ମଧ୍ୟ ପୁଲିସ ଅଟକ ରଖିଥିବା ଜଣାଯାଇଛି। ଅଞ୍ଚଳର ବହୁ ଶ୍ରମିକ ଅଧିକ ଅର୍ଥ ଉପାର୍ଜନ ପାଇଁ ଦଲାଲିର ଶିକାର ହୋଇ ରାଜ୍ୟ ବାହାରକୁ ଯାଇ ବିଭିନ୍ନ ସମୟରେ ନିର୍ଯାତନାର ଶିକାର ହେଉଥିବା ବେଳେ ପୁଲିସର ତ୍ୱରିତ ପଦକ୍ଷେପ ଯୋଗୁଁ ଶ୍ରମିକ ଚାଲାଣକୁ ରୋକାଯାଇ ପାରିଲା ବୋଲି ଆଲୋଚନା ହେଉଛି। ଅପରପକ୍ଷରେ ନିଜ ଅଞ୍ଚଳରେ କାମଧନ୍ଦା ଅଭାବରୁ ଆମ୍ଭମାନଙ୍କ ପାଇଁ ଅନ୍ୟତ୍ର ଯିବା ବ୍ୟତୀତ ଅନ୍ୟ ଉପାୟ ନାହିଁ ବୋଲି ଶ୍ରମିକମାନେ ପ୍ରକାଶ କରିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories