www.samajalive.in
Saturday, December 6, 2025
14.1 C
Bhubaneswar

କିସ୍‍ ରଗ୍‍ବୀ ଉପରେ ଆଧାରିତ ‘ଜଙ୍ଗଲ କ୍ରାଏ’କୁ ଦାଦା ସାହେବ ଫାଲ୍‌କେ ଆନ୍ତର୍ଜାତିକ ଚଳଚ୍ଚିତ୍ର ପୁରସ୍କାର

ଭୁବନେଶ୍ୱର: କିସ୍‍ ରଗ୍‍ବୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ଜଙ୍ଗଲ କ୍ରାଏ’କୁ ଦାଦା ସାହେବ ଫାଲ୍‍କେ ଆନ୍ତର୍ଜାତିକ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ଏକାଦଶ ଦାଦା ସାହେବ ଫାଲ୍‌କେ ଫିଲ୍ମ ଫେଷ୍ଟିଭଲ ୨୦୨୧ ଅବସରରେ ଜୁରୀ ବର୍ଗରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଜଙ୍ଗଲ କ୍ରାଏକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। କିସ୍‍ର ୧୨ଜଣ ଛାତ୍ରଙ୍କୁ ନେଇ ଗଠିତ କିସ୍‍ ରଗ୍‍ବୀ ଦଳ ୨୦୦୭ରେ ଇଂଲଣ୍ଡରେ ଯେଭଳି ୧୪ବର୍ଷରୁ କମ୍‍ ଆନ୍ତର୍ଜାତୀୟ ରଗ୍‍ବୀ ଚାମ୍ପିଅନ୍‍ ହେଲେ ତା’ ଉପରେ ଏକ ନିଛକ ପ୍ରେରଣାଦାୟୀ ସତ୍ୟ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ହେଉଛି ‘ଜଙ୍ଗଲ କ୍ରାଏ’।
୩୦ ହଜାର ଜନଜାତି ଛାତ୍ରଛାତ୍ରୀଙ୍କୁ ନେଇ ଗଢ଼ି ଉଠିଥିବା କିସ୍‍ ଅନୁଷ୍ଠାନ ଶିକ୍ଷା, କ୍ରୀଡ଼ା ସହ ଅନ୍ୟାନ୍ୟ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ଆସିଛି ଏବଂ ଏହି ପ୍ରକ୍ରିୟା ଜାରି ରହିଛି। କିସ୍‍ରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ କିସ୍‍ରେ କ୍ରୀଡ଼ା ସହିତ ଅନ୍ୟାନ୍ୟ ଅନେକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି। ୨୦୦୫ ମସିହାରେ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିସ୍‍ରେ ରଗ୍‍ବୀକୁ ସୁଯୋଗ ଦେଇଥିଲେ। ୨୦୦୭ରେ କିସ୍‍ର ୧୨ ଛାତ୍ରଙ୍କୁ ନେଇ ଗଠିତ ଭାରତୀୟ ୧୪ବର୍ଷରୁ କମ୍‍ ରଗ୍‍ବୀ ଦଳ ଆନ୍ତର୍ଜାତିକ ରଗ୍‍ବୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପ୍ରତିଷ୍ଠାତା ଶ୍ରୀ ସାମନ୍ତ ଏକ ଆହ୍ବାନ ନେଇ ଏହି ରଗ୍‍ବୀ ଦଳକୁ ଲଂଲଣ୍ଡ ପଠାଇଥିଲେ। ଲଂଲଣ୍ଡରେ କିସ୍‍ ରଗ୍‍ବୀ ଦଳ ଅତି ଚମତ୍କାର ଭାବେ ପ୍ରଦର୍ଶନ କରି ବିଶ୍ୱ ଚାମ୍ପିଅନ୍‍ ହୋଇଥିଲା। ଏହା ଥିଲା କିସ୍‍ ରଗ୍‍ବୀ ସଫଳତାର ପ୍ରଥମ ସୋପାନ। ସେଦିନର ଶ୍ରୀ ସାମନ୍ତଙ୍କ ସେହି ଦୂରଦୃଷ୍ଟିକୁ ଆଜି ସମସ୍ତେ ପ୍ରଶଂସା କରୁଛନ୍ତି।


ମୋଟାମୋଟି ଉପରେ ସୁଯୋଗ ମିଳିଲେ କୌଣସି କାର୍ଯ୍ୟ ଅସାଧ୍ୟ ରହିଯିବ ନାହିଁ । କ୍ରୀଡ଼ା ଓ ଶିକ୍ଷା ଜରିଆରେ ଦାରିଦ୍ର୍ୟ ଦୂରୀକରଣ ସହ ଛାତ୍ରଛାତ୍ରୀଙ୍କୁ ଦେଶ ଗଠନରେ ବ୍ରତୀ କରିଥାଏ ବୋଲି ‘ଜଙ୍ଗଲ କ୍ରାଏ’ ଚଳଚ୍ଚିତ୍ର ପ୍ରମାଣ କରିଥାଏ। ଯାହା କିସ୍‍ ଜରିଆରେ ହିଁ ସମ୍ଭବ ହୋଇପାରୁଛି ବୋଲି ପ୍ରଯୋଜକ ପ୍ରଶାନ୍ତ ଶାହ ଓ ନିର୍ଦେଶକ ସାଗର ବାଲାରି ଅନୁଭବ କରିଥିଲେ। ‘ଜଙ୍ଗଲ କ୍ରାଏ’ର ସଫଳତାରେ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ପ୍ରଯୋଜକ ପ୍ରଶାନ୍ତ ଶାହ ଓ ନିର୍ଦେଶକ ସାଗର ବାଲାରିଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ସେମାନେ କିସ୍‍ର ସ୍ୱପ୍ନକୁ ସାକାର କରି ଏହା ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିପାରିଛନ୍ତି। ଏହା ସହିତ ଚଳଚ୍ଚିତ୍ର ଚୟନକାରୀ ଜୁରୀଙ୍କୁ ମଧ୍ୟ ଶ୍ରୀ ସାମନ୍ତ ଧନ୍ୟବାଦ ଜଣାଇ କହିଛନ୍ତି ଯେ ୨୦୦୭ରେ ଇଂଲଣ୍ଡରେ କିସ୍‍ ରଗ୍‍ବୀ ଦଳ ଯେଭଳି ସମସ୍ତ ଭୌଗୋଳିକ, ସାଂସ୍କୃତିକ ଓ କୌଶଳଗତ ବାଧାବିଘ୍ନକୁ ସାହସର ସହ ଅତିକ୍ରମ କରି ବିଶ୍ୱ ଚାମ୍ପିଅନ୍‍ ହେବା ସହ ଜନଜାତି ପିଲାମାନେ ଯେଭଳି ନାଁ କମେଇଥିଲେ ତାହା ହିଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories