www.samajalive.in
Friday, December 12, 2025
15.1 C
Bhubaneswar

କରୋନା ସଂକ୍ରମିତ ଘରେ ରଖନ୍ତୁ ଏହି କଥା ପ୍ରତି ଧ୍ୟାନ – ବିଶେଷଜ୍ଞଙ୍କ ପରାମର୍ଶ

ଗତକିଛି ଦିନ ମଧ୍ୟରେ ଦେଶରେ କରୋନାର ଦୈନିକ ଘଟଣା ୩ ଲକ୍ଷ ଟପୁଛି। ୩ ହଜାରରୁ ଅଧିକ ଆକ୍ରାନ୍ତଙ୍କର ମୃତ୍ୟୁ ମଧ୍ୟ ଘଟୁଛି। କରୋନା ଆକ୍ରାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ବର୍ତ୍ତମାନ ଅନେକ ଲୋକେ ଡାକ୍ତରଙ୍କ ପରାମର୍ଶ କ୍ରମେ ଆବଶ୍ୟକ ଔଷଧ ଗ୍ରହଣ ସହ ଘରେ ଗୃହାବଦ୍ଧ ଭାବେ ରହି ସଂକ୍ରମଣ ମୁକ୍ତ ହେଉଛନ୍ତି। ଏଭଳି ସମୟରେ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ କରୋନା ସଂକ୍ରମିତ କିଭଳି ନିଜର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ କେଉଁ କେଉଁ ଖାଦ୍ୟ ଗ୍ରହଣ କରିବେ ଜାଣନ୍ତୁ….
ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ, କରୋନାର ଲକ୍ଷଣ ଅନ୍ୟ କେତେକ ରୋଗର ଲକ୍ଷଣ ସହ ସମାନ। ତେଣୁ ବର୍ତ୍ତମାନ ସମୟରେ କୌଣସି ମଧ୍ୟ ଲକ୍ଷଣ ଦେଖାଗଲେ ତୁରନ୍ତ ପରୀକ୍ଷା କରାଇ ନିଅନ୍ତୁ।
ଯେଉଁମାନେ ସଂକ୍ରମିତ ସେମାନେ ଜଳ,ପଇଡ ପାଣି, ବିଭିନ୍ନ ଫଳ ରସ, ଆଦି ସେବନ କରିବା ସହ ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଆନ୍ତୁ। ଏହା ବ୍ୟତୀତ ଫଳ, ପନିପରିବା, ଡାଲି, ଆଦି ଖାଇବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଦହି ସହ ବିଭିନ୍ନ ଡ଼ାଲି ଜାତୀୟ ଖାଦ୍ୟ ମଧ୍ୟ ସେବନ କରି ପାରିବେ। ଯାହାଦ୍ୱାରା ପେଟ ଜନିତ ସମସ୍ୟା ସୃଷ୍ଟି ହେବ ନାହିଁ।
ନିୟମିତ ମାସ୍କ ପିନ୍ଧିବା, ହାତ ଧୋଇବା, ଦୂରତା ମଧ୍ୟ ରକ୍ଷା କରନ୍ତୁ। ଆବଶ୍ୟକ ହେଉଥିବା ସମସ୍ତ କରୋନା କଟକଣା,ଗାଇଡଲାଇନ ପାଳନ କରନ୍ତୁ। ବାମ୍ଫର ମଧ୍ୟ ବ୍ୟବହାର କରନ୍ତୁ।

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories