www.samajalive.in
Friday, December 5, 2025
17.1 C
Bhubaneswar

ସୂଚନା ଅଧିକାର ଆଇନରୁ ଛାଡ ପାଇବେନାହିଁ ବ୍ୟାଙ୍କ

ନୂଆଦିଲ୍ଲୀ: ଦେଶର ବ୍ୟାଙ୍କଗୁଡିକୁ ସୂଚନା ଅଧିକାର ଆଇନ (ଆରଟିଆଇ) ପରିସରରୁ ବାଦ୍‍ ଦେବାକୁ ବ୍ୟାଙ୍କଗୁଡିକ ପକ୍ଷରୁ କରାଯାଇଥିବା ଆବେଦନକୁ ସୁପ୍ରିମ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ସୁପ୍ରିମକୋର୍ଟ ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଆଦେଶ ଦେଇ ସ୍ୱଚ୍ଛତା ଆଇନ ଅଧୀନରେ ଦେଶରେ ଥିବା ଆର୍ଥିକ ସଂସ୍ଥାଗୁଡିକର କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ସର୍ବସାଧାରଣରେ ପ୍ରକାଶ କରିବାକୁ କହିଥିଲେ। ତେବେ ବ୍ୟାଙ୍କଗୁଡିକ ସେମାନଙ୍କୁ ଆରଟିଆଇ ଆଇନରୁ ବାଦ୍‌ଦେବାକୁ ସୁପ୍ରିମକୋର୍ଟରେ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏହା ନିଜର ପୂର୍ବ ଆଦେଶକୁ ପ୍ରତ୍ୟାହାର କରିବେ ନାହିଁ। ଭାରତୀୟ ଷ୍ଟେଟବ୍ୟାଙ୍କ, ଏଚଡିଏଫସି ଭଳି ରାଷ୍ଟ୍ରାୟତ୍ତ ଏବଂ ପ୍ରମୁଖ ଘରୋଇ ବ୍ୟାଙ୍କ ପକ୍ଷରୁ କରାଯାଇଥିବା ଏହି ଆବେଦନ ସପକ୍ଷରେ ସଲିସିଟର ଜେନେରାଲ ତୁଷାର ମେହଟା, ହରିଶ ସାଲ୍‌ଭେ ଏବଂ ମୁକୁଲ ରୋହତଗି ପ୍ରମୁଖ ଯୁକ୍ତିଦର୍ଶାଇ କହିଥିଲେ ଯେ ସୁପ୍ରିମକୋର୍ଟଙ୍କ ଏହି ଆଦେଶ ଦ୍ୱାରା ବ୍ୟାଙ୍କିଙ୍ଗ ଶିଳ୍ପ ଉପରେ ପ୍ରତିକୂଳ ପ୍ରଭାବ ପଡିବା ଆଶଙ୍କା ରହିଛି। କାରଣ ବ୍ୟବସାୟିକ ଶତ୍ରୁତା କ୍ଷେତ୍ରରେ ଏହାକୁ ହୁଏତ ଅପବ୍ୟବହାର କରାଯାଇପାରେ। କିନ୍ତୁ ସୁପ୍ରିମକୋର୍ଟର ଜଷ୍ଟିସ ଏନ ନାଗେଶ୍ୱର ରାଓ ଏବଂ ଜଷ୍ଟିସ ବିନୀତ ଶରଣଙ୍କୁ ନେଇ ଗଠିତ ପୀଠ ଉକ୍ତ ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories