www.samajalive.in
Friday, December 5, 2025
27.1 C
Bhubaneswar

ବିବାହର ଦିନକ ପୂର୍ବରୁ କୋଭିଡରେ ଚାଲିଗଲା ବର ଜୀବନ

ଚିକ୍କାମାଗାଲୁରୁ: ବିବାହ ତାରିଖ ଧାର୍ଯ୍ୟ ହେବାପରେ ଦଶଦିନ ମଧ୍ୟରେ ଦୁଇ ଦୁଇଥର କୋଭିଡ ପରୀକ୍ଷା କରାଇଥିଲେ। ସେଥିରୁ ସଂକ୍ରମଣ ନଥିବା ସ୍ପଷ୍ଟ ହୋଇଥିଲା। ବିବାହ ଦିନ ପାଖେଇ ଆସିଲା। ହେଲେ ବିବାହ ପୂର୍ବଦିନ ଦେହ ଅସୁସ୍ଥ ଲାଗିବାରୁ ତାଙ୍କୁ ଡାକ୍ତରଖାନା ଯିବାକୁ ପଡିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିବା ସହିତ ମୃତ୍ୟୁ ଘଟିଲା। ଡାକ୍ତର ପରୀକ୍ଷା କରିବା ପରେ ଯୁବକ ଜଣକ କୋଭିଡ ସଂକ୍ରମିତ ଥିବା ଜଣାପଡିଲା। ଏମିତି ଏକ ଦୁଃଖଦ ଘଟଣା ଘଟିଛି ଚିକ୍କାମାଗାଲୁରୁରେ। ୩୨ ବର୍ଷ ବୟସ୍କ ପୃଥିରାଜ ଡିଏମ୍‍ ବେଙ୍ଗାଲୁରୁରେ କାମ କରୁଥିଲେ। ତାଙ୍କର ବିବାହ ସ୍ଥିର ହେବାପରେ ଦୁଇସପ୍ତାହ ତଳେ ସେ ନିଜ ଘରକୁ ଆସିଥିଲେ। ବିବାହ ପୂର୍ବରୁ ସେ କୋଭିଡ ସଂକ୍ରମିତ କି ନୁହନ୍ତି ତାହା ଜାଣିବାକୁ ଦୁଇ ଦୁଇଥର ପୃଥକ ପୃଥକ ଡାକ୍ତରଖାନ।।ରେ କୋଭିଡ ପରୀକ୍ଷା କରାଇଥିଲେ। ପରୀକ୍ଷା ରିପୋର୍ଟରେ ସେ ସଂକ୍ରମିତ ନଥିବା ଜଣାପଡିଥିଲା। ତେବେ ବିବାହ ପୂର୍ବଦିନ ଗତ ବୁଧବାର ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ସେ ଆଉ ଏକ ଡାକ୍ତରଖାନାକୁ ଯାଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବାବେଳେ ମୃତ୍ୟୁ ଘଟିଲା। ଉକ୍ତ ଡାକ୍ତରଖାନାରେ ତାଙ୍କ ନମୁନା ପରୀକ୍ଷା କରାଯିବା ପରେ ସେ କୋଭିଡ ଆକ୍ରାନ୍ତ ଥିବା ଜଣାପଡିଲା। ଏଭଳି ଘଟଣା ଘଟିବା ପରେ ପୃଥିରାଜଙ୍କ ପରିବାର ଦୁଃଖରେ ଭାଙ୍ଗିପଡିଛନ୍ତି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories