www.samajalive.in
Saturday, December 6, 2025
15.1 C
Bhubaneswar

ଆଇପିଏଲର ଆଜିର ମ୍ୟାଚ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ପଞ୍ଜାବ କିଙ୍ଗ୍‌ସ

ଅହମ୍ମଦାବାଦ : ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲୋକେଶ ରାହୁଲଙ୍କ ନେତୃତ୍ବାଧିନ ପଞ୍ଜାବ କିଙ୍ଗ୍‌ସ ଏଠାରେ ଶୁକ୍ରବାର ଚଳିତ ଆଇପିଏଲର ୨୬ତମ ମ୍ୟାଚରେ ମୁହାଁମୁହିଁ ହେବେ। ଉଭୟ ଦଳଙ୍କ ଏହା ପ୍ରଥମ ପର୍ଯ୍ୟାୟର ଶେଷ ଲିଗ୍‌ ମ୍ୟାଚ୍‌। ପଏଣ୍ଟ ତାଲିକାର ୨ୟ ସ୍ଥାନରେ ଥିବା ବାଙ୍ଗାଲୋର ବିଜୟ ବଜାୟ ରଖିବାର ଲକ୍ଷ୍ୟ ରଖିଥିବା ବେଳେ ପଞ୍ଜାବ କିଙ୍ଗ୍‌ସ ପ୍ରତ୍ୟାବର୍ତ୍ତନର ଆଶାରଖିଛି।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୬ଟି ମ୍ୟାଚରୁ ୫ଟି ବିଜୟ ଓ ଗୋଟିଏ ପରାଜୟ ସହ ୧୦ ପଏଣ୍ଟ ପାଇଛି। ଦଳ କ୍ରମାଗତ ୪ଟି ମ୍ୟାଚ ଜିତିବା ପରେ ଚେନ୍ନଇ ସୁପର କିଙ୍ଗ୍‌ସ ନିକଟରୁ ପରାଜିତ ହୋଇଥିଲା। ଶେଷ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ୧ ରନ​୍‌‌େ​‌ର ପରାସ୍ତକରି ବିଜୟ ଧାରାକୁ ଫେରିଛି। ବିରାଟ କୋହଲିଙ୍କ ସମେତ ଓପନର ଦେବଦତ୍ତ ପାଡିକଲ, ଗ୍ଲେନ ମ୍ୟାକ୍ସୱେଲ ଓ ଏବି ଡି’ଭିଲିଅର୍ସ ଚମତ୍କାର ଫର୍ମରେ ରହିଛନ୍ତି। ଶେଷ ମ୍ୟାଚରେ ଡି’ଭିଲିଅର୍ସ ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ରଜତ ପଟିଦାର ମଧ୍ୟ ଉପଯୋଗୀ ରନ୍‌ କରିଥିଲେ। ମହମ୍ମଦ ସିରାଜ୍‌ଙ୍କ ସମେତ ହର୍ଷଲ ପଟେଲ ଚମତ୍କାର ବୋଲିଂ କରୁଛନ୍ତି। ପଞ୍ଜାବ କିଙ୍ଗ୍‌ସ ପ୍ରଦର୍ଶନକୁ ଦେଖିଲେ ବାଙ୍ଗାଲୋର ବହୁତ ଆଗରେ ରହିଛି। ଉଭୟ ବ୍ୟାଟିଂ ଓ ବୋଲିଂରେ ଫର୍ମରେ ଥିବା ବିରାଟ ବାହିନୀ ପଞ୍ଜାବ କିଙ୍ଗ୍‌ସକୁ ପରାସ୍ତକରି ଶୀର୍ଷସ୍ଥାନକୁ ଉନ୍ନୀତ ହେବାର ଲକ୍ଷ୍ୟ ରଖିଛି। ପଞ୍ଜାବ କିଙ୍ଗ୍‌ସ ୬ଟି ମ୍ୟାଚରୁ ୨ଟି ବିଜୟ ଓ ୪ଟି ପରାଜୟ ସହ ମାତ୍ର ୪ ପଏଣ୍ଟ ପାଇଛି। ପଞ୍ଜାବ ନିୟମିତ ଭାବେ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିବାରେ ବିଫଳ ହେଉଛି। କଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ଶେଷ ଲିଗ୍‌ ମ୍ୟାଚରେ ବ୍ୟାଟିଂ ବିଫଳତାର ଶିକାର ହୋଇ ମାତ୍ର ୧୨୩ ରନ୍‌ କରିବାକୁ ପଞ୍ଜାବ ସକ୍ଷମ ହୋଇଥିଲା। ମୟଙ୍କ ଅଗ୍ରୱାଲ ଓ ରାହୁଲ ଭଲ ଆରମ୍ଭ କରୁଥିଲେ ମଧ୍ୟ ମଧ୍ୟକ୍ରମରେ ଦୀପକ ହୁଡା, କ୍ରିସ ଗେଲ୍‌, ନିକୋଲାସ ପୁରନ୍‌, ଶାହ୍‌ରୁଖ୍‌ ଖାଁ ଓ ମୋଇଜେସ୍ ହେନରିକସ୍‌ ମଧ୍ୟ ବିଫଳ ହେଉଛନ୍ତି; ଯାହା ଦଳ ପାଇଁ ଚିନ୍ତାର ବିଷୟ ହୋଇଛି। ମହମ୍ମଦ ସାମି, ଅର୍ଶଦୀପ୍‌ ସିଂହ ଏବଂ ରବି ବିଷ୍ଣୋଇ ଭଲ ବୋଲିଂ କରୁଛନ୍ତି। ବ୍ୟାଟିଂ ବିଭାଗକୁ ସୁଧାରି ବାଙ୍ଗାଲୋର ବିପକ୍ଷରେ ପ୍ରଥମ ପର୍ୟ୍ୟାୟର ଶେଷ ଲିଗ୍‌ ମ୍ୟାଚ ଜିତି ଟେବୁଲର ଉପରକୁ ଉନ୍ନୀତ ହେବା ନେଇ ରାହୁଲ ବାହିନୀ ଲକ୍ଷ୍ୟରଖିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories