www.samajalive.in
Friday, December 12, 2025
16.1 C
Bhubaneswar

ବେଗୁନିଆ ବ୍ଲକରେ ଟିକାଦାନ ବନ୍ଦ

ବେଗୁନିଆ: ବେଗୁନିଆ ବ୍ଲକରେ କରୋନାର ଭୟାବହତlକୁ ଆଖି ଆଗରେ ରଖି ବେଗୁନିଆ ଏବଂ ହଜ ଉଚ୍ଚ ବିଦ୍ୟାଳୟରେ ୫୦ ଶଯ୍ୟା ବିଶିଷ୍ଟ ଦୁଇଟି ଟି ଏମ ସି ଖୋଲାଯାଇଛି। ଯେଉଁମାନେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି କିମ୍ବା ବାହାର ରାଜ୍ୟରୁ ଆସୁଥିବା ପ୍ରବାସି ମାନେ ସେମାନଙ୍କ ଘରେ ରହିବାର ସୁବିଧା ନଥିଲେ ଏହି ଟି ଏମ ସି ରେ ରହିବା ପାଇଁ ବନ୍ଦୋବସ୍ତ କରାଯାଇଛି। କିନ୍ତୁ ବେଗୁନିଆ ଅଞ୍ଚଳକୁ ବହୁ ପ୍ରବାସି ଆସୁଥିବାବେଳେ ଏବଂ କରୋନା ପଜିଟିଭ ଘରେ କିମ୍ବା ଟି ଏମ ସି ରେ ନରହି ବଜାର ଘାଟରେ ଘୁରି ବୁଲୁଛନ୍ତି। ପ୍ରଶାସନ ଦ୍ୱାରା କରୋନା ପଜିଟିଭ ଠିକ ଭାବରେ ଚିହ୍ନଟ ହେଉନଥିବାବେଳେ ପ୍ରବାସି ମାନଙ୍କ ସମ୍ପର୍କରେ ସରକାରୀ ସ୍ତରରେ କୌଣସି ତଥ୍ୟ ରହୁନାହିଁ। ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କ ପାଖରେ ଏ ସମ୍ପର୍କରେ ମଧ୍ୟ କୌଣସି ଖବର ରହୁନଥିବାର ଜଣାପଡିଛି l
ଅନ୍ୟପଟେ ବେଗୁନିଆ ବ୍ଲକର ବେଗୁନିଆ ,କଣ୍ଟାବାଡ଼ ଡ଼ାଳତୋଳା ଏବଂ ବୋତଳମା ଆଦି ୪ଟି ଟିକାକରଣ କେନ୍ଦ୍ରରେ ଟୀକା ଅଭାବ ଯୋଗୁ ଟିକାଦାନ ବନ୍ଦ ରହିଛି। ଏ ସମ୍ପର୍କରେ ଲୋକମାନଙ୍କୁ କୌଣସି ଆଗୁଆ ଖବର ଦିଆଯାଉନଥିବା ଯୋଗୁଁ ବହୁ ଜନସାଧାରଣ ସମ୍ପୃକ୍ତ କେନ୍ଦ୍ରଗୁଡିକୁ ଆସି ଅଯଥା ଖର୍ଚ୍ଚlନ୍ତ ହୋଇ ପ୍ରଚଣ୍ଡ ଖରାରେ ଟୀକା ନନେଇ ଫେରିବାକୁ ବାଧ୍ୟ ହେଉଛନ୍ତି। କରୋନାକୁ ପ୍ରତିହତ କରିବା ପାଇଁ ସରକାର ତୃଣମୂଳ ସ୍ତରରୁ କମିଟି କରି ଲୋକମାନଙ୍କୁ ସଚେତନ କରିବା ପାଇଁ ସରକାରୀ ନିର୍ଦେଶ ଥିବାବେଳେ କେବଳ କାଗଜ ପତ୍ରରେ ଲୋକମାନଙ୍କୁ ସଚେତନ କରାଯାଉଥିବାର ଜଣାପଡିଛି l

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories