www.samajalive.in
Tuesday, December 9, 2025
23.1 C
Bhubaneswar

ପବିତ୍ର ରମଜାନ୍ ମାସ ଉପଲକ୍ଷେ ଗରିବ ଏବଂ ଅସହାୟଙ୍କୁ ପକ୍ଷରୁ ଶୁଖିଲା ରାସନ୍ ସାମଗ୍ରୀ ବଣ୍ଟନ

ଭୂବନେଶ୍ୱର: ସମ୍ପ୍ରତି କରୋନା ମହାମାରୀର ଦ୍ୱିତୀୟ ଲହରୀ ସାରା ଦେଶକୁ କବଳିତ କରିଛି। ଓଡିଶାରେ ମଧ୍ୟ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ଏପରି ଏକ ଘଡିସନ୍ଧି ସମୟରେ ସହଯୋଗର ହାତ ବଢାଇଛି ଯଜ୍‌ବା ଅନୁଷ୍ଠାନ। ଅନୁଷ୍ଠାନର ଅଧ୍ୟକ୍ଷ ସଫଦର୍‌ ହାସିମ୍‌ଙ୍କ ନେତୃତ୍ୱରେ ରାଜଧାନୀର ବିଭିନ୍ନ ସ୍ଥାନରେ କୋଭିଡ୍-୧୯ର ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା। ପୂର୍ବରୁ ଭୂବନେଶ୍ୱର ସହରର ବସ୍ତି ବାସିନ୍ଦାଙ୍କୁ ମାସ୍କ, ସାନିଟାଇଜର୍ ଓ ଶୁଖିଲା ଖାଦ୍ୟ ପ୍ରଦାନ କରିଆସୁଛି ଏହି ଅନୁଷ୍ଠାନ। ଆଜି ଏହି ପରିପ୍ରେକ୍ଷୀରେ ଯଜ୍‌ବା ଅନୁଷ୍ଠାନ ପକ୍ଷରୁ ପବିତ୍ର ରମଜାନ୍ ମାସ ଅବସରରେ ଗରିବ ଏବଂ ଅସହାୟ ଲୋକମାନଙ୍କୁ ମାଗଣା ଶୁଖିଲା ରାସନ୍ ସାମଗ୍ରୀ ଅଟା, ଡାଲି,
ତେଲ, ଚୂଡା ଏବଂ ଚାଉଳ ଆଦି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶାର ଲୋକପ୍ରିୟ ଅଭିନେତା ଶ୍ରୀତମ ଦାସ ଯୋଗ ଦେଇ ଅନୁଷ୍ଠାନର ଏଭଳି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅଭିନେତା ବାବୁରାଜା ଓ ଆଙ୍କର ଲିଜା ପରିଚାଲନା କରିଥିଲେ।
ଏଠାରେ ସୂଚନା ଯୋଗ୍ୟ ଯେ, ଗତବର୍ଷ ଏହି ମହାମାରୀ କୋଭିଡ୍ ସମୟରେ ଅନୁଷ୍ଠାନ ପକ୍ଷରୁ ଭୁବନେଶ୍ୱର, କଟକ, କଟକସଦର, ନିଆଳି, ସାଲେପୁର, ଖୋର୍ଦ୍ଧା, ଜଟଣୀ ଓ ପୁରୀ ଆଦି ବିଭିନ୍ନ ଅଞ୍ଚଳରେ ଶୁଖିଲା ରାସନ୍ ସାମଗ୍ରୀ, ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ, ମାସ୍କ, ସାନିଟାଇଜର ଏବଂ ଶୀତବସ୍ତ୍ର ଆଦି ବଣ୍ଟନ କରିବା ସହ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନୀତ କରାଯାଇଥିଲା। ସବୁ ସମୟରେ ଦୁସ୍ଥ, ଗରିବ ଓ ନିସହାୟ ଲୋକଙ୍କୁ ସହଯୋଗ କରିଆସୁଥିବା ସଫଦର୍ ହାସିମ୍‌ଙ୍କର ଏଭଳି ପ୍ରୟାସକୁ ସବୁଆଡୁ ପ୍ରଶଂସା ମିଳୁଛି।

Hot this week

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

Related Articles

Popular Categories