www.samajalive.in
Tuesday, December 9, 2025
17.1 C
Bhubaneswar

ଗୋଟା ଜିରା ଦହି ମଟନ

ମଟନ – ୪୦୦ ଗ୍ରାମ
ପେଷା ଅମୃତଭଣ୍ଡା – ୩ ଚାମଚ
ଘିଅ – ୧୫୦ ଗ୍ରାମ
ଅଦା ରସୁଣ ବଟା – ୪ ଚାମଚ
କଟା ପିଆଜ – ୨୦୦ ଗ୍ରାମ
କଟା ଟମାଟୋ – ୨ଟି
ହଳଦୀ ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲୁଣ – ଆବଶ୍ୟକ ଅନୁଯାୟୀ
ତେଜପତ୍ର – ୨ଟି
ଡ଼ାଲଚିନି – ୩ଟି
ଲବଙ୍ଗ – ୩ଟି
ଗୋଟା ଜିରା – ଆବଶ୍ୟକ ଅନୁଯାୟୀ
କଞ୍ଚା ଲଙ୍କା – ୩ଟି
ଦହି – ୧କପ
କଟା ଧନିଆ ପତ୍ର
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମଟନକୁ ଭଲ ଭାବେ ଧୋଇ ସେଥିରେ ସାମାନ୍ୟ ହଳଦୀ ଗୁଣ୍ଡ, ଲୁଣ, ପେଷା ଅମୃତଭଣ୍ଡାକୁ ମିଶାଇ ଦିଅନ୍ତୁ। ଏହା ପରେ ଗ୍ୟାସରେ ଏକ ପାତ୍ର ବସାଇ ସେଥିରେ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ଏଥିରେ ଅଦା ରସୁଣ ବଟା, କଟା ପିଆଜ ପକାଇ ଭଲ ଭାବେ କଷନ୍ତୁ। କଷି ହେବା ପରେ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗୋଟା ଜିରା, ଲୁଣ ପକାଇ ପୁଣି କଷନ୍ତୁ। ଭଲ ଭାବେ କଷି ହେବା ପରେ ଗୋଟା ଡ଼ାଲଚିନି, ଲବଙ୍ଗ, ତେଜପତ୍ର ,ଟମାଟୋ ପକାଇ ଭଲ ଭାବେ ଗୋଳାଇ ପାତ୍ରରେ ରଖିଥିବା ମଟନକୁ ପକାନ୍ତୁ। ଏଥିରେ ପାଣି ଦେଇ ଏହାକୁ ୨୦ରୁ ୨୫ ମିନିଟ ଗ୍ୟାସରେ ବସାନ୍ତୁ। ଏହା ପରେ ଏଥିରେ ୧କପ ଦହି , ଗରମ ମସଲା ଗୁଣ୍ଡ ସାମାନ୍ୟ ଲୁଣ, କଞ୍ଚା ଲଙ୍କା, ଧନିଆ ପତ୍ର ପକାଇ ୨ମିନିଟ ଫୁଟାନ୍ତୁ। ୨ମିନିଟ ପରେ ଏହାକୁ ଏକ ପାତ୍ରକୁ କାଢି ଗରମାଗରମ ଖାଆନ୍ତୁ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories