www.samajalive.in
Friday, December 12, 2025
14.1 C
Bhubaneswar

ସମାଜ ପ୍ରଭାବ, ପୂର୍ଣ୍ଣକୁ ଚାକିରି ଦେଲା ‘୧୦୮’

କୋରାପୁଟ: ଅର୍ଥାଭାବରେ ଷଢ଼ି କୋରାପୁଟରେ ଗଳି ଗଳି ବୁଲି ଖବରକାଗଜ ବାଣ୍ଟୁଥିଲା ପୂର୍ଣ୍ଣ। କରୋନା କାଳରେ ସମସ୍ତେ ଘରେ ରହୁଥିବାବେଳେ ନିଜର ପାଠପଢ଼ା ଖର୍ଚ୍ଚ ତୁଲାଇବା ପାଇଁ ତା’ର ଏଭଳି କଷ୍ଟ ସମ୍ପର୍କରେ ଗତବର୍ଷ ଅଗଷ୍ଟ ମାସ ୧୯ ତାରିଖ ଦିନ ‘ସମାଜ’ ଲେଖିବା ପରେ ଜିକିତ୍ସା ହେଲ୍ଥ କେୟାର, ଭୁବନେଶ୍ୱରସ୍ଥିିତ ୧୦୮ କର୍ତ୍ତୃପକ୍ଷଙ୍କ ନଜରକୁ ଆସିଥିଲା ଏଭଳି ହୃଦୟସ୍ପର୍ଶୀ ଖବର। ସେ ତୁରନ୍ତ ତାଙ୍କର ଅଧିକାରୀଙ୍କ ଦ୍ୱାରା ‘ସମାଜ’ ସହ ଯୋଗାଯୋଗ କରି ପୂର୍ଣ୍ଣ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ସଂଗ୍ରହ କରିବା ସହ ତାକୁ ୧୦୮ରେ ଚାକିରି ଦେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଆରମ୍ଭ ହୋଇଥିଲା ପ୍ରସ୍ତୁତି। କୋରାପୁଟ ବ୍ଲକ ମସ୍ତିପୁଟ ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ନାୟକ ଯୁକ୍ତ ଦୁଇ ବିଜ୍ଞାନ ଉତ୍ତୀର୍ଣ୍ଣ।

ତାକୁ ୧୦୮ କର୍ତ୍ତୃପକ୍ଷ ଭୁବନେଶ୍ୱର ଡକାଇ ସେଠାରେ ପାଖାପାଖି ଦେଢ଼ମାସର ତାଲିମ ଦେଇଥିଲେ। ତା’ପରେ ପୂର୍ଣ୍ଣକୁ କୋରାପୁଟ ଜିଲାରେ କାର୍ଯ୍ୟ କରୁଥିବା ୧୦୮ରେ ନିଯୁକ୍ତି ମିଳିଲା। ଗଳି କନ୍ଦି ବୁଲି ଖବରକାଗଜ ବାଣ୍ଟି ପଢ଼ା ଖର୍ଚ୍ଚ ତୁଲାଉଥିବା ପୂର୍ଣ୍ଣ ଏବେ ଆମ୍ବୁଲାନ୍ସରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସହାୟକ (ଇଏମଟି)ଭାବେ କାର୍ଯ୍ୟରତ। ପୂର୍ଣ୍ଣର ଏଭଳି ନିଯୁକ୍ତିରେ ତାର ପିତାମାତା ଖୁସି ଜାହିର କରିବା ସହ ଖବରକାଗଜ ବାଣ୍ଟି ଲୋକଙ୍କୁ ଖବର ଯୋଗାଉଥିବା ନିଜ ପୁଅ ଏବେ ଆମ୍ବୁଲାନ୍ସରେ ଯେତେବେଳେ ରୋଗୀଙ୍କୁ ନେଇ ଯାଉଥିବା ଶୁଣୁଛୁ ସେତେବେଳେ ତା’ର ସେବା କାର୍ଯ୍ୟ ଆମକୁ ଆନନ୍ଦିତ କରୁଛି ବୋଲି ତାର ପିତାମାତା ପ୍ରକାଶ କରିଛନ୍ତି। ପୂର୍ଣ୍ଣକୁ ସମାଜର ମୁଖ୍ୟସ୍ରୋତକୁ ଆଣି ତାକୁ ନିଯୁକ୍ତି ସୁଯୋଗ ଦେଇଥିବା ଜିକିତ୍ସା ହେଲ୍ଥ କେୟାର ରାଜ୍ୟ ମୁଖ୍ୟ ସବ୍ୟସାଚୀ ବିଶ୍ୱାଳଙ୍କ ସହ ଯୋଗାଯୋଗ କରିବାରୁ ରାଜ୍ୟରେ ପ୍ରଥମଥର ପାଇଁ କୋରାପୁଟ ଜିଲାର ଏଭଳି ଜଣେ ମେଧାବୀ ବିଦ୍ୟାର୍ଥିଙ୍କୁ ସଂସ୍ଥା ପକ୍ଷରୁ ନିଯୁକ୍ତି ସୁଯୋଗ ଦିଆଯାଇଛି। ଆମେ ଚାହୁଁ ପୂର୍ଣ୍ଣ ଭଳି ଅର୍ଥାଭାବର ଶିକାର ଛାତ୍ରଛାତ୍ରୀ ପାଠପଢ଼ାରୁ ଦୂରେଇ ନ ଯାଇ ଅର୍ଥାଭାବରେ ଭାଙ୍ଗି ନ ପଡ଼ି ଆଗକୁ ବଢ଼ିବାକୁ ଚେଷ୍ଟା କରନ୍ତୁ। ଦୃଢ଼ ଇଚ୍ଛାଶକ୍ତି ବଳରେ ଯେକୌଣସି କାର୍ଯ୍ୟ ସମ୍ଭବପର ହୋଇପାରିବ, ଯାହା ପୂର୍ଣ୍ଣ ପ୍ରମାଣିତ କରି ଦେଖାଇଛି। ଅନ୍ୟପକ୍ଷରେ ପୂର୍ଣ୍ଣକୁ ରୋଜଗାରକ୍ଷମ କରାଇଥିବା ‘୧୦୮’ କର୍ତ୍ତୃପକ୍ଷଙ୍କୁ ପୂର୍ଣ୍ଣର ପରିବାର ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଧୁବାଦ ଜ୍ଞାପନ କରାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories