ପାପଡାହାଣ୍ଡି ୫ ଦିନ ପାଇଁ ସଟଡାଉନ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ସଦର ମହକୁମା ପଂଚାୟତରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢି ଚାଲିଛି। ଫଳରେ ଜନସାଧାରଣଙ୍କ ଧନ ଜୀବନ ପ୍ରତି ବିପଦ ଆଶଙ୍କା ଥିବା ଦେଖି ପାପଡାହାଣ୍ଡି ପଂଚାୟତର ସରପଞ୍ଚ ସସ୍ମିତା ଭତରା ଆସନ୍ତା ଏପ୍ରିଲ ୨୯ ତାରିଖ ଠାରୁ ମେ ମାସ ୨ ତାରିଖ, ୫ ଦିନ ପାଇଁ ସମ୍ପୂର୍ଣ ସଟ ଡାଉନ ଘୋଷଣା କରିଛନ୍ତି।

ଏ ନେଇ ମଙ୍ଗଳବାର ବିଜ୍ଞପ୍ତି ଜାରି କରିଛନ୍ତି ଏବଂ ଏହାକୁ ଅବମାନନା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ଅଛି ଏନେଇ ନବରଙ୍ଗପୁର ଜିଲ୍ଲାପାଳ, ପାପଡାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଥାନା ଅଧିକାରୀ ଏବଂ ତହସିଲଦାର ପାପଡାହାଣ୍ଡିଙ୍କୁ ବିଜ୍ଞପ୍ତିର ନକଲ ପ୍ରେରଣ କରିଥିବା ଜଣାପଡିଛି।

Comments are closed.