www.samajalive.in
Friday, December 12, 2025
15.1 C
Bhubaneswar

ପୁଲିସ ପାହାରରେ ଚଳନ୍ତା ବାଇକ୍‌ରୁ ପଡ଼ି ମାମୁଁ ମୃତ, ଭଣଜା ଆହତ

ଧମା/ମାନେଶ୍ବର: ସମ୍ବଲପୁର ଜିଲା ମାନେଶ୍ବର ବ୍ଲକ ଧମା ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ତେନ୍ତୁଳିକୁର୍ଲା ଗ୍ରାମର ହାତୀ ମନ୍ଦୋଦରୀଙ୍କ ପୁଲିସର ଲାଠି ମାଡ଼ରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମାମୁଁ ହାତୀ ମନ୍ଦୋଦରୀ ଓ ଭଣଜା ସୁବାସ ବିଭାର ଚାରକୁଲି ଗ୍ରାମକୁ ଯାଇ ଫେରୁଥିବା ସମୟରେ ବାଲପୁର ଛକରେ ଧମା ପୁଲିସର ହେଲମେଟ ଓ ତୁଣ୍ଡି (ମାସ୍କ) ଯାଞ୍ଚ ଚାଲିଥିଲା। ଏମାନେ ତୁଣ୍ଡି ପିନ୍ଧି ନଥିବାରୁ ଦ୍ରୁତଗତିରେ ପଳାଇ ଯାଉଥିଲେ। ଏହାଦେଖି ଜଣେ କନଷ୍ଟେବଳ ଲାଠିରେ ବାଡ଼େଇବା ସମୟରେ ତାହା ମାମୁଁଙ୍କ ମୁଣ୍ଡରେ ବାଜିଥିଲା ଏବଂ ସେମାନେ ତଳେ ପଡ଼ିଯାଇଥିବା କୁହାଯାଉଛି। ପୁଲିସ ସେମାନଙ୍କୁ ପ୍ରଥମେ ଧମା ଡାକ୍ତରଖାନା ଓ ପରେ ସମ୍ବଲପୁର ସଦର ଡାକ୍ତରଖାନାକୁ ନେବାପରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଡାକ୍ତରଖାନାକୁ ନେଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ହାତୀ ମନ୍ଦୋଦରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ବାଲପୁର ଛକସ୍ଥ ପେଟ୍ରୋଲ ଟାଙ୍କିରେ କ୍ୟାମେରା ଲାଗିଥିବାରୁ ଫୁଟେଜ୍ ଯାଞ୍ଚ କଲେ ପ୍ରକୃତ କଥା ପଦାକୁ ଆସିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି। କୁହାଯାଉଛି ଯେ, ସୁବାସ ତୁଣ୍ଡି ଓ ହେଲମେଟ ଲଗାଇଥିବା ବେଳେ ତାଙ୍କ ମାମୁଁ ହେଲମେଟ ଲଗାଇନଥିଲେ ଏବଂ ପୁଲିସ ବାଡ଼ି ବୁଲାଇବା ବେଳେ ସୁବାସ ମୁଣ୍ଡ ନଇଁ ଦେବାରୁ ତାହା ହାତୀଙ୍କ ମୁଣ୍ଡରେ ବାଜିଯାଇଥିଲା। ରାତି ୯ଟାବେଳେ ଖବର ଲେଖାଯିବା ସମୟରେ ମୃତକଙ୍କ ଶବ ବ୍ୟବଚ୍ଛେଦ ହୋଇ ଗାଁକୁ ଆସିନଥିଲା। ଧମା ଥାନାରେ ସଦର ଏସଡିପିଓ ତପନ ମହାନ୍ତି ଓ ପୁଲିସ ଫୋର୍ସ ରହିଥିବା ଜଣାପଡ଼ିଛି। ବରଗାଁର ଜଣେ ପୂର୍ବତନ ସରପଞ୍ଚ ଉପରୋକ୍ତ ଘଟଣାର ସଠିକ୍‌ ତଦନ୍ତ କରାନଗଲେ ପଞ୍ଚାୟତ କାର୍ଯ୍ୟାଳୟ ଓ ଧମା ଥାନା ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି। ଅଭିଯୋଗର ସତ୍ୟତା ନେଇ ଧମା ଆଇଆଇସିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବପର ହୋଇପାରିନଥିଲା। ଅନ୍ୟପକ୍ଷରେ ପଞ୍ଚାୟତ କର୍ତ୍ତୃପକ୍ଷ ଓ ପୁଲିସ ପକ୍ଷରୁ ଏହାକୁ ଏକ ଦୁର୍ଘଟଣାଜନିତ ମାମଲା କରି ରଫାଦଫା କରିଦେବାକୁ ଉଦ୍ୟମ ହେଉଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories