www.samajalive.in
Friday, December 12, 2025
15.1 C
Bhubaneswar

ରାଉରକେଲା ଇସ୍ପାତ କାରଖାନା ସେଲରେ ତରଳ ମେଡିକାଲ ଅମ୍ଳଜାନ ଉତ୍ପାଦନ ଏବଂ ଯୋଗାଣ ବୃଦ୍ଧି

ସେଲ ରାଉରକେଲା ଇସ୍ପାତ କାରଖାନା ତରଳ ମେଡିକାଲ ଅମ୍ଳଜାନର ଅପ୍ରତ୍ୟାଶିତ ଆବଶ୍ୟକତା ପୂରଣ କରିବା ନିମନ୍ତେ ପ୍ରସ୍ତୁତ ରହି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାର୍ଗଦର୍ଶନରେ ଏହାର ଉତ୍ପାଦନ ଓ ଦେଶର ବିଭିନ୍ନ ରାଜ୍ୟକୁ ଯୋଗାଣକୁ ତ୍ୱରାନ୍ୱିତ କରିଛି। ଆରଏସପିର ଅକ୍ସିଜେନ ପ୍ଳାଣ୍ଟ ତରଳ ମେଡିକାଲ ଅମ୍ଳଜାନ ଉତ୍ପାଦନରେ ବ୍ୟାପକ ବୃଦ୍ଧି ଆଣିବା ସହିତ ଟ୍ୟାଙ୍କରଗୁଡ଼ିକୁ ମଧ୍ୟ ଖୁବ ଶୀଘ୍ର ପ୍ରେରଣ କରୁଛି। ବିଭାଗୀୟ ସାମୁଦାୟିକ ଏହି ଜୀବନ ରକ୍ଷାକାରୀ ଉପାଦାନର ସୂଚାରୁ ଓ ନିପୁଣ ଭର୍ତ୍ତି କରିବା ତଥା ଯାନଗୁଡିକୁ ତ୍ୱରାନ୍ୱିତ ଭାବେ ପଠାଇବା ସୁନିଶ୍ଚିତ କରୁଛନ୍ତି।

- Advertisement -

ଆରଏସପିର ସିଇଓ ଦୀପକ ଚଟ୍ଟରାଜ ଅପ୍ରେଲ ୨୬ ତାରିଖରେ କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ପଙ୍କଜ କୁମାରଙ୍କ ଗହଣରେ ଅକ୍ସିଜେନ ପ୍ଳାଣ୍ଟ ପରିଦର୍ଶନ କରି ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କ ସହ ମତବିନିମୟ କରିଥିଲେ। ଏହି ଅବସରରେ ସେବା ବିଭାଗର ସିଜିଏମ ଇନ ଚାର୍ଜ ଏ.କେ ପ୍ରଧାନ, ୟୁଟିଲିଟି ଏବଂ ପରିବେଶ ବିଭାଗର ସିଜିଏମ ଏ ଦାସଗୁପ୍ତା, ଅକ୍ସିଜେନ ପ୍ଳାଣ୍ଟ ବିଭାଗର ଜିଏମ ଇନ ଚାର୍ଜ ଆଶା କାର୍ଥା ଏବଂ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବହୁମୂଲ୍ୟ ଜୀବନ ରକ୍ଷାକାରୀ ଗ୍ୟାସ ଭର୍ତ୍ତି ତିନୋଟି ଟ୍ୟାଙ୍କରକୁ ଏହି ଅବସରରେ ସିଇଓ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଗନ୍ତବ୍ୟ ସ୍ଥଳକୁ ପ୍ରେରଣ କରାଯାଇଥିଲା। ସୂଚନାଯୋଗ୍ୟ ଯେ ଦୀପକ ଚଟ୍ଟରାଜଙ୍କ ପରାମର୍ଶ ଅନୁଯାୟୀ ଅମ୍ଳଜାନ ଲୋଡିଙ୍ଗ ସମୟରେ କୌଣସି ଅଘଟଣ ଏଡାଇବା ପାଇଁ ଅଗ୍ନିଶମ ବାହନ ମଧ୍ୟ ଉପରୋକ୍ତ ସ୍ଥାନରେ ମୁତୟନ କରାଯାଇଛି।

ଅକ୍ସିଜେନ ପ୍ଳାଣ୍ଟ ବିଭାଗୀୟ ଦଳର ଉତ୍ସାହପ୍ରଦ ପ୍ରୟାସର ଉଚ୍ଚ ପ୍ରଶଂସା କରି ସିଇଓ କହିଥିଲେ ଯେ, ସେମାନଙ୍କ ପ୍ରଦର୍ଶନକୁ ଆଧାର କରି ଦେଶ ମହାମାରୀ ବିରୋଧରେ ସାହସର ସହକାରେ ଲଢୁଥିବାବେଳେ ଆରଏସପି ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ମହତ୍ତ୍ଵପୂର୍ଣ୍ଣ ସହାୟତା ପ୍ରଦାନ କରିବାରେ ସକ୍ଷମ ହୋଇଛି । ସୁରକ୍ଷା ନିୟମକୁ କଡାକଡି ପାଳନ କରିବା ସହିତ କୋଭିଡ ଯୁକ୍ତିଯୁକ୍ତ ଆଚରଣକୁ କଠୋର ଭାବରେ ଅନୁକରଣ କରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

ପୂର୍ବରୁ ତରଳ ମେଡିକାଲ ଅମ୍ଳଜାନ କେବଳ ଦିନ ସମୟରେ ଜେନେରାଲ୍ ସିଫ୍ଟରେ ପଠାଯାଉଥିଲା। କିନ୍ତୁ ଜରୁରୀକାଳୀନ ଆବଶ୍ୟକତା ଏବଂ ଟ୍ୟାଙ୍କର ଉପଲବ୍ଧତା ଉପରେ ଯୋଗାଣ ନିର୍ଭରଶୀଳ ଥିବାକୁ ଦୃଷ୍ଟିରେ ରଖି ଲୋଡିଂ ଏବଂ ଚାଲାଣ ବର୍ତ୍ତମାନ ଦିବାରାତ୍ର ଚାଲିଛି। ଅମ୍ଳଜାନ କାରଖାନାର କର୍ମଚାରୀମାନେ ଉତ୍ସାହର ସହକାରେ ଆଗଭର ହୋଇ ଦେଶ ପାଇଁ ଉତ୍ସର୍ଗୀକୃତ ସେବା ପ୍ରଦାନ କରୁଛନ୍ତି। ଅପ୍ରେଲ ମାସରେ ବର୍ତ୍ତମାନ ସୁଦ୍ଧା ରାଉରକେଲା ଇସ୍ପାତ କାରଖାନାରୁ ଓଡିଶା ଏବଂ ଅନ୍ୟ ପ୍ରଦେଶକୁ ପ୍ରାୟ ୨୧୦୦ ଟନରୁ ଅଧିକ ତରଳ ମେଡିକାଲ ଅମ୍ଳଜାନ ପଠାଯାଇ ସାରିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories